24.1 C
Bhubaneswar
Thursday, May 9, 2024
Homeଓଡିଶାଗଞ୍ଜାମ୍ ବସ୍ ଦୁର୍ଘଟଣାକୁ ନେଇ ଉଚ୍ଚସ୍ତରୀୟ ବୈଠକ

ଗଞ୍ଜାମ୍ ବସ୍ ଦୁର୍ଘଟଣାକୁ ନେଇ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର : ଗତକାଲି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ୧୧ କେଭି ବିଦ୍ୟୁତ ତାର ବସ ସଂସ୍ପର୍ଶରେ ଆସି ୧୦ ଜଣଙ୍କ ପ୍ରାଣହାନି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଗଞ୍ଜାମ୍ ବସ୍ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । ସେ କହିଛନ୍ତି ଏହି ଦୁର୍ଘଟଣା ପାଇଁ ସେ ଅତ୍ୟନ୍ତ ମର୍ମାହତ । ଏହି ଘଟଣାର ତୁରନ୍ତ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ବ୍ରହ୍ମପୁରର ୟୁଏସଏସ୍ ପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ସ୍ଥାନୀୟ ଇଲେକ୍ଟ୍ରିକାଲ ଇନ୍ସପେକ୍ଟରଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି ।
ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି । ଆହତଙ୍କ ଚିକିତ୍ସା ପାଇଁ ସରକାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ ବୋଲି ମଧ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ଓ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ସରକାର ଆହତମାନଙ୍କର ମାଗଣା ଚିକିତ୍ସା କରିବେ ବୋଲି ମଧ୍ୟ କହିଛନ୍ତି ।
ତେବେ ଏହି ଘଟଣାନେଇ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି । ଲୋକସେବା ଭବନରେ ଆଜି ଏହି ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଓପିଟିସିଏଲ୍ ସିଏମଡି, ଶକ୍ତି ବଭାଗର ମୁଖ୍ୟ ସଚିବ, ରୁରାଲ ଡେଭଲପମେଣ୍ଟ ବିଭାଗର ସଚିବ, ପରିବହନ ବିଭାଗର ସଚିବ ପ୍ରମୂଖ ଯୋଗଦେବେ । ଏଥିରେ ଏହି ଘଟଣା ସମ୍ପର୍କରେ ବିଶେଷ ଭାବେ ଆଲୋଚନା କରାଯିବ । ଆଗକୁ ଯେମିତି ଏଭଳି ଘଟଣାର ପୁନରାବୃତ୍ତି ନହୁଏ ସେଥିପ୍ରତି ଧ୍ୟାନ ଦିଆଯିବ । ଆଉ ଏଥିପାଇଁ ବିହିତ ପଦକ୍ଷେପ ବି ନିଆଯିବ ବୋଲି କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ର ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking