26.1 C
Bhubaneswar
Wednesday, May 8, 2024
Homeବ୍ରେକୀଙ୍ଗଆଜିଠୁ ବଜେଟ ଅଧିବେଶନ

ଆଜିଠୁ ବଜେଟ ଅଧିବେଶନ

ନୂଆଦିଲ୍ଲୀ : ଆଜି ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ସଂସଦର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଫେବୃଆରି ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସମ୍ପୁର୍ଣ୍ଣ ବଜେଟ ଊପସ୍ଥାପନ କରିବୋ ଏହି ବର୍ଷ ଅଧିବେଶନ ୨ଟି ପର୍ଯ୍ୟାୟରେ ଚାଲିବ । ପ୍ରଥମ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇ ଫେବୃଆରୀ ୧୫ ଯାଏଁ ଚାଲିବ । ଏହାପରେ ମାର୍ଚ୍ଚ ୮ ରୁ ଏପ୍ରିଲ ୮ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ଚାଲିବ । ଅଧିବେଶନରେ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରାଯିବ । ସେପଟେ ବଜେଟ ଅଧି ବେଶନ ବେଳେ ରାଷ୍ଟ୍ରପତି ସମ୍ବୋଧନଙ୍କକୁ ବର୍ଜନ କରିବାକୁ ନିଷ୍ପତି ନେଇଛନ୍ତି ୧୬ ଟି ରାଜନୌତିକ ଦଳ । କଂଗ୍ରେସ, ତୃଣ ମୁଳ କଂଗ୍ରେସ, ଶିବସେନା, ଅକାଳୀ ଦଳ , ଆମ ଆଦମୀ ପାର୍ଟି , ସମାଜବାଦୀ ପାର୍ଟି, ରାଷ୍ଟ୍ରବାଦୀ କଂଗ୍ରେସ ପ୍ରମୁଖ ରାଷ୍ଟ୍ରପତିଙ୍କ ସମ୍ବୋଧନଙ୍କକୁ ବର୍ଜନ କରିବେ ବୋଲି ଘୋଷଣା କରିଛନ୍ତି ।

କୃଷି ଆଇନକୁ ବିରୋଧ କରି ଏହି ନିଷ୍ପତି ବିରୋଧୀ ଦଳ ମାନଙ୍କ ପକ୍ଷରୁ ନିଆଯାଇଛି ।  ତେବେ ଆଜି ଅର୍ଥମନ୍ତ୍ରୀ , ରାଷ୍ଟ୍ରପତିଙ୍କ ସମ୍ବୋଧନ ପରେ ଇକୋନୋମିକ ସର୍ଭେ ରିପୋର୍ଟ ୨୦୨୧ -୨୨କୁ ଉପସ୍ଥାପନା କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking