ପୁଟିନଙ୍କ ରହସ୍ୟମୟ ପ୍ରାସାଦ

ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ରହସ୍ୟମୟ ପ୍ରସାଦକୁ ନେଇ ଏବେ ସବୁଠି ଚର୍ଚ୍ଚା । ପ୍ରାୟ ୨୦ ହଜାର କୋଟି ଟଙ୍କା ବ୍ୟୟରେ ଏହି ବିଳାସ୍ୟପୁର୍ଣ୍ଣ ପ୍ରାସାଦର ନିର୍ମାଣ କରାଯାଇଛି । ରାଜନୈତିକ ପ୍ରତିଦ୍ୱନ୍ଦୀ ଆଲେକ୍ସି ନାଭାଲେନଙ୍କ ଟିମ ଦ୍ୱାରା ଏହି ଅଟ୍ଟାଳିକାର ଭିଡିଓ ଏକ ଡ୍ରୋନ କ୍ୟାମେରା ଦ୍ୱାରା ଉତ୍ତାଳନ କରି ସେସିଆଲ ମିଡିଆରେ ଛାଡିବା ପରେ ରୁଷ ସମେତ ସାରା ବିଶ୍ୱରେ କୌତୁହଳ ସୃଷ୍ଟି ହୋଇଯାଇଛି । ତେବେ ଦୁର୍ନିତୀ ଅର୍ଥରେ ନିଜ ଘନିଷ୍ଠ ସହଯୋଗୀଙ୍କ ସହାୟତାରେ ଏହି ଅଟ୍ଟାଳିକା ନିର୍ମାଣ କରାଯାଇଥିବା ନାଭଲିନ ଅଭିଯୋଗ କରିିଛନ୍ତି ।
ରୁଷର କୃଷ୍ନ ସାଗର ନଦୀ କୁଳରେ ଏହି ପ୍ରାସାଦ ନିର୍ମାଣ କରାଯାଇଛି । ଏହା ଏକ ବିଶାଳ କାୟ ତଥା କାଳ୍ପନିକ ପ୍ରାସାଦ ଭଳି ଦୃଶ୍ୟମାନ ହୁଏ । ରୁଷ ରାଷ୍ଟ୍ରପତି ଭା୍ଲଡିମିର ପୁଟିନ ଏହି ଅଟ୍ଟାଳିକାର ମାଲିକ ବୋଲି କୁହାଯାଉଛି । ଏହି ପ୍ରସାଦର ଆକାର ୫୦ ହଜାର ଲୋକ ରହୁଥିବା ରିସର୍ଟ ଟାଉନ ଗେଲେନଜିକର ୪ ଗୁଣା ଅଟେ ।

ଏହି ଅଟ୍ଟାଳିକାକୁ ଭିତରୁ ଲୋକ ଲୋଚନରୁ ଦୁରେଇ ରଖିବା ପାଇଁ କଡା ସୁରକ୍ଷାର ବ୍ୟବସ୍ଥା କରାଯାଇଛି । ଏହି ପ୍ରାସାଦର ସମ୍ପୁର୍ଣ୍ଣ ଅଞ୍ଚଳ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଛି । ପ୍ରାସାଦକୁ ଘେରି ରହିଛି ଏକ ବିରାଟ କାୟ ଲୁହା କ୍ରେନ , ଏହାର ଚାରିିପଟେ ଗ୍ରୀନ ହାଉସ , ଅଙ୍ଗୁର ବଗିଚା ଓ ପୁଷ୍ପ ବଗିଚା , ୨ଟି ହେଲିପ୍ୟାଡ ତିଆରି କରାଯାଇଛି ।

ତେବେ ୨୦ ବର୍ଷରୁ ଅଧିକ ସମୟ ଯାଏଁ ଶାସନ କରିଥିବା ପୁଟିନଙ୍କ ବିରୁଦ୍ଧରେ ବିପୁଳ ପରିମାଣର ଦୁର୍ନିତୀ ସମ୍ପତି ଠୁଳ ହୋଇଥିବା ଅଭିଯୋଗ ହେଉଛି । ଯାହାର ଅନୁମାନିକ ମୁଲ୍ୟ ୭୦ ବିଲିୟନ ଡଲାର ବୋଲି ଆକଳନ କରାଯାଉଛି ।

LEAVE A REPLY

Please enter your comment!
Please enter your name here