28.1 C
Bhubaneswar
Saturday, April 27, 2024
Homeଓଡିଶା୩ ଦିନର ଶିଶୁକୁ ନୂଆ ଜୀବନ ଦେଲା ବ୍ରହ୍ମାନନ୍ଦ ନାରାୟଣ ହସ୍ପିଟାଲ

୩ ଦିନର ଶିଶୁକୁ ନୂଆ ଜୀବନ ଦେଲା ବ୍ରହ୍ମାନନ୍ଦ ନାରାୟଣ ହସ୍ପିଟାଲ

ଭୁବନେଶ୍ୱର: ବ୍ରହ୍ମାନନ୍ଦ ନାରାୟଣ ମଲ୍ଟିସ୍ପେସିଆଲିଟି ହସ୍ପିଟାଲରେ ସଫଳ ଚିକିତ୍ସା ହୋଇଛି । ଅନେକ ସୟରେ ଛୋଟ ପିଲାମାନଙ୍କର ଜନ୍ମରୁ ଅନେକ ସମସ୍ୟା ଦେଖାଯାଇଥାଏ । କେଉଁଠି ଚିକିତ୍ସା କରାଯାଇ ସମସ୍ୟାର ସମାଧାନ କରାଯାଇଥାଏ ତ କେଉଁଠି ଚିକିତ୍ସାରେ ବିଫଳ ହୋଇଥିବା ଜଣାପଡିଥାଏ । ତେବେ ୩ ଦିନର ଏକ ଶିଶୁକୁ ନୂଆ ଜୀବନ ଦିଆଯାଇଥିବା ଜଣାପଡିଛି । ଶିଶୁଟିକୁ ନୂଆ ଜୀବନ ଦେବାରେ ସଫଳ ହୋଇଛି ଝାଡଖଣ୍ଡ ସ୍ଥିତ ବ୍ରହ୍ମାନନ୍ଦ ନାରାୟଣ ହସ୍ପିଟାଲ । ୩ ଦିନର ଏକ ‘ବ୍ଲୁ ବେବି’ର ସଫଳ ଚିକିତ୍ସା କରାଯାଇଛି । ଜନ୍ମରୁ ଏହି ଶିଶୁର ହୃତପିଣ୍ଡ ଧମନୀ ନ ଥିଲା । ଶିଶୁର ଅଶୁଦ୍ଧ ରକ୍ତ ଶରୀରରେ ମିଶୁଥିଲା । ଫଳରେ ଶିଶୁର ଦେହର ରଂଗ ନୀଳ ପଡ଼ି ଯାଉଥିଲା । ଏହାକୁ ସାଧାରଣ ଭାବେ ‘ବ୍ଲୁ ବେବି’ କୁହାଯାଇଥାଏ । ହସ୍ପିଟାଲରେ ଭର୍ତି ହେବା ସମୟରେ ଶିଶୁର ଶରୀରରେ ଅମ୍ଳଜାନ ପରିମାଣ ୧୦/୧୨ ପ୍ରତିଶତ ରହିଥିଲା । ଶିଶକୁ ତୁରନ୍ତ କ୍ୟାଥଲାବରେ ଭର୍ତି କରାଯାଇ ପିଡିଏ ଷ୍ଟେଣ୍ଟିଂ ପ୍ରକ୍ରିୟାରେ ଚିକିତ୍ସା କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଶିଶୁକୁ ସଫଳ ଚିକିତ୍ସା ପରେ ୨ପର୍ଯ୍ୟାୟର ଓପନ ହାର୍ଟ ସର୍ଜରି ୧ରୁ ଦେଢ଼ ବର୍ଷ ଭିତରେ କରାଗଲେ ଶିଶୁଟି ସଂପୂର୍ଣ୍ଣ ସୁସ୍ଥ ହୋଇପାରିବ ବୋଲି ଡାକ୍ତରୀ ଦଳ ପକ୍ଷରୁ ସୂଚନା ଦିଆଯାଇଛି ।
ହୃଦରୋଗ ଓ ଶିଶୁରୋଗ ବିଶେଷଜ୍ଞ ଡା. ପଙ୍କଜ କୁମାର ଗୁପ୍ତାଙ୍କ ତତ୍ତ୍ବାବଧାନରେ ଡା. ଉମେଶ ପ୍ରସାଦ ଓ ହୃଦରୋଗ ବିଶେଷଜ୍ଞ ଡା. ଅଭୟ କ୍ରିଷ୍ଣାଙ୍କ ଉପସ୍ଥିତିରେ ଶିଶୁର ଅସ୍ତ୍ରୋପଚାର କରାଯାଇଥିଲା । ହୃଦରୋଗ ଓ ଶିଶୁରୋଗ ବିଶେଷଜ୍ଞ ଡା. ଗୁପ୍ତା କହିଛନ୍ତି, ହୃତପିଣ୍ଡ ଧମନୀ ଜନିତ ରୋଗ ଏକ ବିରଳ ରୋଗ । ପ୍ରତି ୧ ହଜାର ଶିଶୁଙ୍କ ମଧ୍ୟରୁ ଜଣେ ଏହାର ଶିକାର ହୋଇଥାନ୍ତି । ଯଦି ଠିକ୍ ସମୟରେ ଏହାକୁ ଚିକିତ୍ସା କରା ନଯାଏ, ତା’ ହେଲେ ଶିଶୁର ଜୀବନ ପ୍ରତି ବିପଦ ରହିଥାଏ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking