39.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶକରୋନା ସଂକ୍ରମଣ ରୋକିବାକୁ ନୋଟ୍‍ ବିଶୋଧନ ଆରମ୍ଭ କଲା ଚୀନର କେନ୍ଦ୍ରୀୟ ବ୍ୟାଙ୍କ

କରୋନା ସଂକ୍ରମଣ ରୋକିବାକୁ ନୋଟ୍‍ ବିଶୋଧନ ଆରମ୍ଭ କଲା ଚୀନର କେନ୍ଦ୍ରୀୟ ବ୍ୟାଙ୍କ

ବେଜିଂ : ଚୀନରେ ଆତଙ୍କ ଖେଳାଇଥିବା କରୋନା ଭୂତାଣୁ ସଂକ୍ରମଣ ଜନିତ ବ୍ୟାଧିରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ସରକାରୀ ଭାବେ୧୬୬୫ ହୋଇଛି। ଏହି ରୋଗର ଉତ୍ପତ୍ତିସ୍ଥଳ କୁହାଯାଉଥିବା ହୁବେଇ ପ୍ରଦେଶରେ ଶନିବାର ଗୋଟିଏ ଦିନରେ ୧୩୯ ଜଣଙ୍କର ମୃତ୍ୟୁ ଘଟିଛି। ଏହି ରାଜ୍ୟର ଜଣେ ପ୍ରାଦେଶିକ ଅଧିକାରୀ କହିଛନ୍ତି, ୧୮୪୩ ଜଣ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଛି ଏବଂ ସମଗ୍ର ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୮,୫୦୦ ଟପିଛି। ଏପର୍ଯ୍ୟନ୍ତ ହୁବେଇ ପ୍ରଦେଶରେ ସର୍ବାଧିକ ଲୋକଙ୍କର ମୃତ୍ୟୁ ଘଟିଛି।
ଏହାଭିତରେ  ଫ୍ରାନ୍ସରେ କରୋନା ଭୂତାଣୁ ସଂକ୍ରମଣ ଘଟଣା ଘଟିଛି। ଏଥିରେ ଆକ୍ରାନ୍ତ ଜଣେ ଫରାସୀ ନାଗରିକ ପ୍ରାଣ ହରାଇଛନ୍ତି। ଏସିଆ ବାହାରକୁ ଏହି ବ୍ୟାଧି ବ୍ୟାପୁଥିବାରୁ ବିଶ୍ୱବ୍ୟାପି ଏକ ମହାମାରୀ ବ୍ୟାପିବାର ଆଶଙ୍କା ଦେଖାଦେଇଛି। ଚୀନର କେନ୍ଦ୍ରୀୟ ବ୍ୟାଙ୍କ ଏହି ରୋଗ ବ୍ୟାପୁଥିବାରୁ ବ୍ୟାଙ୍କ ନୋଟ୍‍ ଦ୍ୱାରା ଯେପରି ଭୂତାଣୁ ସଂକ୍ରମଣ ନ ହୁଏ, ସେଥିପାଇଁ ପଦକ୍ଷେପ ଗ୍ରହଣ କରିଛି। ଲୋକମାନଙ୍କ ଦ୍ୱାରା ବ୍ୟବହୃତ ନୋଟ୍‍ଗୁଡ଼ିକୁ ବିଶୋଧିତ କରାଯିବା ସହ ୧୪ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରଖିବା ପରେ ପୁଣି ବଜାରକୁ ଛଡ଼ାଯାଉଛି।
https://onakhabar.com/2020/02/16/rockets-struck-the-us-embassy-compound-in-baghdad/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking