28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ପଡିଲା ରକ୍ତ ଛିଟା

ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ପଡିଲା ରକ୍ତ ଛିଟା

ପୂରୀ : ଯାତ୍ରୀ ସହାୟକ ଓ ସୁଆର ସେବକଙ୍କ ମଧ୍ୟରେ ମାରପିଟ ଯୋଗୁଁ ଉତ୍ତର ଦ୍ୱାରାରେ ରକ୍ତ ଛିଟା ପଡିଛି । ଆହତ ଯାତ୍ରୀ ସହାୟକ ଦାମୋଦର ଗୋଛିକାରଙ୍କୁ ମେଡିକାଲରେ ଚିକିତ୍ସା କରି ଛାଡି ଦିଆଯାଇଛି । ସୁଆର ସେବାୟତ ରାମକୃଷ୍ନ ଖୁଣ୍ଟିଆ କୁଡୁଆ ନେଇ ମନ୍ଦିରକୁ ଯାଉଥିବା ସମୟରେ ଯାତ୍ରୀ ସହାୟକଙ୍କ ସହ ଯୁକ୍ତି ତର୍କ ହୋଇଥିଲା । ଏଥିରେ ରାଗିଯାଇ ସେବାୟତ ରାମକୃଶ୍ନ ଖୁଣ୍ଟିଆ ଯାତ୍ରୀ ସହାୟକଙ୍କ ମୁଣ୍ଡରେ କୁଡୁଆ ଛେଚି ଦେଇଥିଲେ । ଘଟଣା ପାଇ ସିଂହଦ୍ୱାର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟଯେ, ଦକ୍ଷିଣ ପଟେ ସୁଆର ସେବକ ମାନଙ୍କୁ କୁଡୁଆ ନେଇ ଯିବାର ନିୟମ ରହିଛି । ସେବାୟତ ରାମକୃଷ୍ନ ଉତ୍ତର ପଟେ କୁଡୁଆ ନେଇ ଯାଉଥିବାରୁ ଯାତ୍ରୀ ସହାୟକ ଡ୍ୟୁଟିରେ ଥିବା ଦାମୋଦର ତାଙ୍କୁ ଅଟକାଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସେବାୟତ ଜଣକ ଯାତ୍ରୀ ସହାୟକଙ୍କ ମୁଣ୍ଡରେ ଧରିଥିବା କୁଡୁଆଟି ଛେଚି ଦେଇଥିଲେ । ତେବେ ସିଂହ ଦ୍ୱାରା ପୋଲିସ ଏବେ ସେବାୟତଙ୍କୁ ଅଟକ ରଖି ପଚରାଉଚରା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking