29.1 C
Bhubaneswar
Friday, April 26, 2024
Homeଓଡିଶାମଧ୍ୟରାତ୍ରିରୁ ଫାସଟ୍ୟାଗ ବାଧ୍ୟତାମୂଳକ

ମଧ୍ୟରାତ୍ରିରୁ ଫାସଟ୍ୟାଗ ବାଧ୍ୟତାମୂଳକ

ଭୁବନେଶ୍ୱର : ଦିଆଯାଇଥିବା ଅବଧି ଶେଷ ହୋଇଛି । ଆଜି ରାତିରୁ ଫାସଟ୍ୟାଗ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି । ଏବେଠାରୁ ଜାତୀୟ ରାଜପଥ ଗୁଡିକରେ ଫାସଟ୍ୟାଗ ମାଧ୍ୟମରେ ଟୋଲ ଫି ଆଦାୟ କରାଯିବ । ଏହି ବ୍ୟବସ୍ଥାକୁ ପୁର୍ବରୁ ଫେବୃଆରୀ ୧୫ ଯାଏଁ ବଢାଯାଇଥିଲା । ସମୟ ଶେଷ ହୋଇଥିବାରୁ ଏବେ ଏହି ନିୟକୁ କଡାକଡି ଭାବେ ପାଳନ କରାଯିବ । ଫାସଟ୍ୟାଗ ନଥିଲେ ଯାତ୍ରୀ ମାନଙ୍କୁ ୨ଗୁଣ ଟୋଲଫି ଦେବାକୁ ପଡିବ । ଏବେଠାରୁ ସବୁ ଗାଡି ଗୁଡିକୁ ଫାସଟ୍ୟାଗ କରିବାକୁ ପଡିବ । ନହେଲେ ଇ-ଚାଲାଣ କଟାଯାଇ ଦୁଇ ଗୁଣା ଫି ଆଦାୟ କରାଯିବ ।

ଗାଡିରେ ଫାସଟ୍ୟାଗ ନଥିଲେ ଟୋଲ ପ୍ଲାଜା ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ତେବେ ପୁର୍ବରୁ ଦେଢ ମାସ ସମୟ ଦିଆଯାଇଥିବାରୁ ଆଉ ଏହି ସମୟକୁ ବଢା ଯିବ ନାହିଁ ବୋଲି ସଡକ ପରିବହନ ମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking