28.1 C
Bhubaneswar
Saturday, April 27, 2024
Homeଓଡିଶାକଳାହାଣ୍ଡି ପୋଲିସ ପକ୍ଷରୁ ମେଗା ରକ୍ତଦାନ ଶିବିର

କଳାହାଣ୍ଡି ପୋଲିସ ପକ୍ଷରୁ ମେଗା ରକ୍ତଦାନ ଶିବିର

କଳାହାଣ୍ଡି- କଳାହାଣ୍ଡି ପୋଲିସ ପକ୍ଷରୁ ଗତ ୧୫ ତାରିଖ ଦିନ ଧର୍ମଗଡ ଠାରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ଏହି ଶିବିରକୁ ଉଦଘାଟନ କରିଥିବା ବେଳେ ଜଗନ୍ନାଥ ସେବା ସମିତି, ଜୀବନ ବିନ୍ଦୁ, ରେଡକ୍ରସ, କଳାହାଣ୍ଡି କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସିସିଏସନ, ଗଣମାଧ୍ୟମ ପ୍ରତିନିଧି, ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ, ଚାମ୍ବର ଅଫ କମର୍ସ ଆଦି ଅନେକ ଅନୁଷ୍ଠାନ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ମୋଟ ୧୧୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।

 
କଳାହାଣ୍ଡି ପୋଲିସ ସ୍ଥାନୀୟ ସଂଗଠନ ମାନଙ୍କ ସହାୟତାରେ ଏଭଲି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିବାର ପ୍ରୟାସ ଆରମ୍ଭ କରିଥିବା କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ପ୍ରକାଶ କରିଛନ୍ତି । ଏଥିପୂର୍ବରୁ ଭବାନୀପାଟଣା ଠାରେ ଗତ ୧୪ ତାରିଖ ଦିନ ଭବାନୀପାଟଣା ଠାରେ ଆୟୋଜିତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ଏବଂ ସେଠାରେ ମଧ୍ୟ ସମସ୍ତ ଅନୁଷ୍ଠାନ, ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ, ଜବାନ ମାନେ ରକ୍ତଦାନ କରିଥିଲେ ।

ମୋ ସରକାର ଯୋଜନାରେ ଆବଶ୍ୟକତା ଅନୁଯାୟୀ ସହଜରେ ରକ୍ତ ମିଳିପାରୁଥିବା ଭଲି ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଲି ଏକ ପ୍ରୟାସ ଆରମ୍ଭ କରାଯାଇଥିବା ବେଳେ ୨୦୨୦ ମସିହାରେ ଅନ୍ୟୁନ ୧୦୦ ଟି ରକ୍ତଦାନ ଶିବିର ଆୟୋଜନ କରିବାର ଯୋଜନା କରାଯାଇଥିବା ଏସପି ପ୍ରକାଶ କରିଥିଲେ । ରକ୍ତଦାନ ଭଲି ଏକ ମହାନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ହେତୁ ବୁଦ୍ଧିଜୀବି ମହଲରେ ପୋଲିସ ବିଭାଗକୁ ପ୍ରଶଂସା କରାଯାଉଛି ।

 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking