25.1 C
Bhubaneswar
Thursday, May 9, 2024
Homeଓଡିଶାପଂଚାୟତ ସମିତି ଅର୍ଥ ଆତ୍ମସାତ ଉଦ୍ୟମକୁ ବିରୋଧ କରିବାରୁ ଅଧ୍ୟକ୍ଷାଙ୍କ ବିରୁଧରେ ଷଡଯନ୍ତ୍ର କଲେ ଏଡିଏମ...

ପଂଚାୟତ ସମିତି ଅର୍ଥ ଆତ୍ମସାତ ଉଦ୍ୟମକୁ ବିରୋଧ କରିବାରୁ ଅଧ୍ୟକ୍ଷାଙ୍କ ବିରୁଧରେ ଷଡଯନ୍ତ୍ର କଲେ ଏଡିଏମ ଏବଂ ବିଡିଓ; ସାମ୍ବାଦିକ ସମ୍ମିଳନିରେ ଅଭିଯୋଗ କଲେ ବ୍ଲକ ଅଧ୍ୟକ୍ଷା 

ଦେବଗଡ଼ : ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ହାତେଇବାକୁ ଜିଲ୍ଲାର ୨ ପ୍ରମୁଖ ରାଜନୈତିକ ଦଳ ବିଜେପି ଏବଂ ବିଜେଡି ର ଛକା ପଂଝା ମଧ୍ୟରେ ଆଗତ ଅନାସ୍ଥା ପ୍ରସ୍ତାବରେ ବିଜେଡି କୁ ଝଟକା ଲାଗିଥିବା ବେଳେ ବିଜେପି ଏହାକୁ ହାତେଇ ନେଇଛି । ଆଜି ସ୍ଥାନିୟ ଏକ ଘୋରଇ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ରିତାଞ୍ଜଳି ହାତୀ ଘଟଣା ସମ୍ପର୍କରେ ଟିକିନିଖି ତଥ୍ୟ ଉପସ୍ଥାପନ କରିବା ସହ ଦେବଗଡ ଅତିରିକ୍ତ ଜିଲ୍ଲାପାଳ ଧରମ ହାଁସଦାଃ ଏବଂ ରିଆମାଳ ବିଡିଓ ଦିବ୍ୟ ଶଙ୍କର ଜୟପୁରିୟା ଅନାସ୍ଥା ପ୍ରସ୍ତାବର ମୁଖ୍ୟ ଖୋଳନାୟକ ବୋଲି ସମ୍ବୋଧନ କରିବା ସହ ଜିଲ୍ଲା ପ୍ରଶାସନର ପ୍ରବଳ ଚାପ ସତ୍ୱେ ରିଆମାଳ ପଂଚାୟତ ସମିତିର ସମସ୍ତ ନିର୍ବାଚିତ ଜନପ୍ରତିନିଧି ମାନେ ଅନାସ୍ଥା ପ୍ରସ୍ତାବ ରେ ଅନୁପସ୍ଥିତ ରହି ତାଙ୍କୁ ସମର୍ଥନ କରିଥିବାରୁ ସେ ସେମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ଏଥି ସହ ପ୍ରଶାସନର ଅନ୍ୟାୟ କୁ ବିରୋଧ କରି ଗଣତନ୍ତ୍ର ପରମ୍ପରାକୁ ବଜାୟ ରଖିଥିବାରୁ ଆଗାମି ଦିନରେ ରିଆମାଳ ବ୍ଲକରେ ଠପ ହୋଇ ପଡିରହିଥିବା ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ଆଶା ପ୍ରକାଶ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ହାଁସଦାଃ ବ୍ଲକ କାର୍ଯ୍ୟାଳୟରେ ଦଖଲ ଦେଇ ଦଳ ଗଠନ କରିବା ସହ ଅନାସ୍ଥା ପ୍ରସ୍ତାବ ପାଇଁ ବିଭିନ୍ନ ପଂଚାୟତର ସରପଂଚ ଏବଂ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଫୋନ ଯୋଗେ ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ମତଦାନ ପାଇଁ ପ୍ରବର୍ତାଇବା ସହ ଚାପ ପ୍ରୟୋଗ କରୁଥିବା ନେଇ ଶ୍ରୀ ହାଁସଦାଃ ଏବଂ କେତେକ ସରପଂଚଙ୍କ ମଧ୍ୟରେ ହୋଇଥିବା ଫୋନ ବାର୍ତାଳାପର ରେକର୍ଡୀଂ ସାମ୍ବାଦିକ ସମ୍ମିଳନୀରେ ପ୍ରଦାନ କରିଥିଲେ । ସେହିପରି ବିଡିଓ ଶ୍ରୀ ଜୟପୁରିୟା ଏବଂ ବ୍ଲକ ଉପାଧ୍ୟକ୍ଷ ତଥା ବିଜେଡି ବ୍ଲକ ସଭାପତି ବୈକୁଂଠ ପାଇକରାୟଙ୍କ ଷଡଯନ୍ତ୍ର ଯୋଗୁଁ ବ୍ଲକ ମଧ୍ୟରେ ଦୁର୍ନିତି ଗୁରୁତର ଆକାର ଧାରଣ କରିଥିବା ପ୍ରକାଶ କରିବା ସହ ରିଆମାଳ ସରପଂଚ ତରଣିସେନ ପ୍ରଧାନ ପ୍ରଶାସନକୁ ହାତବାରିସୀ କରି ପଂଚାୟତ ସମିତିର ବୌଠକ ବିନା ପଂଚାୟତର ସୁଧ ଅର୍ଥକୁ ବେଆଇନ ଭାବେ ହଡପ କରିବା ଉଦ୍ୟମ କୁ ବିରୋଧ କରିବାରୁ ତାଙ୍କ ବିରୁଦ୍ଧରେ ଷଡଯନ୍ତ୍ର ପୁର୍ବକ ଅନାସ୍ଥା ପ୍ରସ୍ତାବ ଆଣାଯାଇଥିବା ସେ ଅଭିଯୋଗ କରିଥିଲେ । ସେହିପରି ବିଡିଓ ଶ୍ରୀ ଜୟପୁରିୟା ପଂଚାୟତ ସମିତିର ଅର୍ଥ କୁ ନିଜେ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର କରି ବେଆଇନ ଭାବେ ସରକାରୀ ଅର୍ଥରେ ଗାଡି ବ୍ୟବହାର କରୁଥିବା ଅଭିଯୋଗ କରିଥିଲେ । ଅନ୍ୟ ପକ୍ଷରେ ଆଗାମି ୭ ଦିନ ମଧ୍ୟରେ ବିଡିଓ ଶ୍ରୀ ଜୟପୁରିୟାଙ୍କୁ ଅନ୍ୟତ୍ର ବଦଳି କରାନଗଲେ ପଂଚାୟତ ନିର୍ବାଚିତ ପ୍ରତିନିଧିମାନଙ୍କୁ ନେଇ ସେ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇବା ସହ ଧାରଣା ଦେବେ ବୋଲି ଚେତାବନି ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନିରେ ଅନ୍ୟମାନଙ୍କ ମଧ୍ୟରେ ବୁଢାପାଳ ସରପଂଚ ପଲ୍ଲିଶ୍ରୀ ବେହେରା ଏବଂ ଖିଲେଇ ସରପଂଚ ମିନତି ବେହେରା ମଧ୍ୟ ଉପସ୍ଥିତ ରହି ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଅତିରିକ୍ତ ଜିଲ୍ଲାପାଳ ଏବଂ ରିଆମାଳ ବିଡିଓ ସେମାନଙ୍କ ଉପରେ ପକାଇଥିବା ଚାପ ସମ୍ପର୍କରେ ପ୍ରକାଶ କରିବା ସହ ଫୋନ ରେକର୍ଡୀଂ ମଧ୍ୟ ପ୍ରଦାନ କରିଥିଲେ । ଏଠାରେ ସୁଚନା ଯୋଗ୍ୟ ଯେ ଗତ ୧୬ ତାରିଖ ଦିନ ରିଆମାଳ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ହାତୀଙ୍କ ବିରୁଧରେ ଅନାସ୍ଥା ପ୍ରସ୍ତାବ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ପୁର୍ବ ନିର୍ଦ୍ଦାରିତ କାର୍ଯ୍ୟକ୍ରମ ଅନୁଯାୟି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସ୍ୱିକୃତିପ୍ରପ୍ତ ଅଧିକାରୀ ଭାବେ ଦେବଗଡ ତହସିଲଦାର ପଲ୍ଲବି ନାଏକ ମାଜିଷ୍ଟ୍ରେଟ ଦାୟିତ୍ୱରେ ରିଆମାଳ ତହସିଲଦାର ବିମଳା ବିରୁଡି, ଉପଖଣ୍ଡ ପଂଚାୟତ ଅଧିକାରୀ କିଶୋର ଚନ୍ଦ୍ର ନାଏକ ଏବଂ ରିଆମାଳ ବିଡିଓ ଶ୍ରୀ ଜୟପୁରିୟାଙ୍କ ଉପସ୍ଥିତିରେ ବ୍ଲକ ସମ୍ମିଳନି କକ୍ଷରେ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ ଗ୍ରହଣ ନିମନ୍ତେ ଭୋଟ ବାକ୍ସ ସହ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା । ତେବେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ସଦସ୍ୟଙ୍କ ସମେତ ପଂଚାୟତ ସମିତିର ମୋଟ ୫୪ ଜଣ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ ଅଧ୍ୟକ୍ଷା ଶ୍ରୀମତି ହାତୀଙ୍କୁ ଛାଡି ଅନ୍ୟ ୫୩ ଜଣ ସଦସ୍ୟ ଅନୁପସ୍ଥିତ ରହିଥିଲେ । ଫଳରେ କୋରମ ଅଭାବରୁ ଅନାସ୍ଥା ପ୍ରସ୍ତାବ ଆଗତ ହୋଇପାରିନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking