30.1 C
Bhubaneswar
Monday, May 20, 2024
Homeଓଡିଶାମରାମତି କାର୍ଯ୍ୟ ପାଇଁ ଟ୍ରେନ୍ ବାତିଲ

ମରାମତି କାର୍ଯ୍ୟ ପାଇଁ ଟ୍ରେନ୍ ବାତିଲ

ଭୁବନେଶ୍ୱର:  କୋଟ୍ଟଭାଲାସା-ପାଲାସା ସେକ୍ସନରେ ସୀମିତ ଉଚ୍ଚତା ବିଶିଷ୍ଟ ଉପମାର୍ଗ ନିର୍ମାଣ ପାଇଁ ଆଲମଣ୍ଡା ଏବଂ କୋରୁକୋଣ୍ଡା ଷ୍ଟେସନ୍ ମଧ୍ୟରେ ଚାଲିଛି ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ । ଏସବୁ ଦିଗକୁ ଦୃଷ୍ଟିରେ ରଖି କିଛି ଟ୍ରେନକୁ ଚଳିତ ମାସ ୧୮ ଓ ୧୯ ତାରିଖରେ ବାତିଲ କରାଯାଇଥିଲା । ତେବେ ଏହି ଟ୍ରେନ ଗୁଡିକର ବାତିଲ ଯୋଗୁଁ ଏହାର ଲିଙ୍କ ଟ୍ରେନ ଗୁଡିକ ସେମାନଙ୍କ ଉତ୍ପତ୍ତି ଷ୍ଟେସନ ମାନଙ୍କରୁ ଆସନ୍ତାକାଲି ପର୍ଯ୍ୟନ୍ତ ବାତିଲ୍ କରାଯାଇଛି ।

ବାତିଲ ହୋଇଥିବା ଟ୍ରେନ୍ ଗୁଡିକ ହେଲା – ୦୭୦୧୫ ଭୁବନେଶ୍ବର-ସିକନ୍ଦରାବାଦ ବିଶାଖା ବିଶେଷ ଟ୍ରେନ । ଯାହାକି ଆସନ୍ତାକାଲି ବାତିଲ ହୋଇଛି । ୦୮୦୪୭ ହାଓ୍ବଡ଼ା-ଭାସ୍କୋଡା ମା ବିଶେଷ ଟ୍ରେନ ହାଓ୍ବଡ଼ା ଠାରୁ ଆସନ୍ତାକାଲି ବାତିଲ ରହିବ । ୦୨୫୪୩ ହାଓ୍ବଡ଼ା-ଚେନ୍ନାଇ ବିଶେଷ ଟ୍ରେନ ହାଓ୍ବଡ଼ା ଠାରୁ ବାତିଲ ରହିବ । ସେହିପରି ୦୨୮୭୪ ଯଶୋବନ୍ତପୁର-ହାଓ୍ବଡ଼ା ବିଶେଷ ଟ୍ରେନ ଯଶୋବନ୍ତପୁରରୁ ଆସନ୍ତାକାଲି ପାଇଁ ବାତିଲ ହୋଇଛି । ୦୮୪୬୪ ବାଙ୍ଗାଲୋର-ଭୁବନେଶ୍ବର ବିଶେଷ ଟ୍ରେନ ବାଙ୍ଗାଲୋରରୁ ଆସନ୍ତାକାଲି ବାତିଲ ହେବ ବୋଲି ସୂଚନା ଦେଇଛି ରେଳବାଇ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking