26.1 C
Bhubaneswar
Wednesday, May 8, 2024
Homeଅପରାଧ+୨ ପାସ୍ କରାଇଦେବାକୁ କହି ଯୁବତୀଙ୍କ ଅଶ୍ଳୀଳ ଫଟୋ ଉତ୍ତୋଳନ

+୨ ପାସ୍ କରାଇଦେବାକୁ କହି ଯୁବତୀଙ୍କ ଅଶ୍ଳୀଳ ଫଟୋ ଉତ୍ତୋଳନ

ଗଞ୍ଜାମ : ଜଣେ ଯୁବତୀଙ୍କ ଅଶ୍ଲୀଳ ଫଟୋ ଉତ୍ତୋଳନ ସହ ଭିଡିଓ ଭାଇରାଲ ଓ ଜୀବନରେ ମାରିଦେବାକୁ ଧମକ ଘଟଣାରେ ଆସିକା ଥାନା ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ହେଲେ ବ୍ରହ୍ମପୁର ପୁରୁଣା ତାଲୁକା ସ୍ଥିତ ଆସିକା ରୋଡ ସୀତାରାମ ସାହିର କୈଳାସ ଚନ୍ଦ୍ର ସାହୁ ଓରଫ ସମୀର ବୋଲି ପୁଲିସ ସୂଚନା ଦେଇଛି ।
ସୂଚନା ଅନୁଯାୟୀ,  କୈଳାସ ନିଜ ସମ୍ପର୍କୀୟ ଭଉଣୀ ସହାୟତାରେ ପୀଡ଼ିତା ଯୁବତୀଙ୍କ ପରିଚୟ ପାଇଥିଲେ । ତାଙ୍କୁ ଗୋପାଳପୁର କଲେଜରେ ଯୁକ୍ତ ଦୁଇରେ ଆଡମିସନ କରାଇ ପାସ କରାଇଦେବା ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ମନ୍ଦ ଉଦ୍ଦେଶ୍ୟ ନେଇ ତାଙ୍କୁ ଫୋନ କଲ କରି ଡାକି ଏକ ହୋଟେଲରେ ଲସି ପିଇବାକୁ ଦେଇଥିଲେ । ସେ ବେହୋସ ହେବା ପରେ ତାଙ୍କ ସହିତ ନଗ୍ନ ଫଟୋ ସହ ଭିଡିଓ ଉଠାଇଥିଲେ । ପରେ ଏହି ଅଶ୍ଲୀଳ ଫଟୋ ଓ ଭିଡିଓ ତାଙ୍କ ସମ୍ପର୍କୀୟ ଲୋକଙ୍କ ମୋବାଇଲକୁ ପଠାଇଥିଲେ । ଏ ସମ୍ପର୍କରେ ପୁଲିସକୁ କହିଲେ ତାଙ୍କୁ ଓ ତାଙ୍କର ବାପାକୁ ଏସିଡ୍ ପକାଇ ଜୀବନରେ ମାରିଦେବାକୁ  ଧମକ ଦେଇଥିଲେ । କୈଳାସଙ୍କଠାରୁ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଛି । ଉଭୟଙ୍କୁ ଆସିକା ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତରୀ ମାଇନା ପରେ ମାଜିଷ୍ଟ୍ରେଟଙ୍କ ଠାରେ ବୟାନ ରେକର୍ଡ କରାଯାଇ କୈଳାସଙ୍କୁ କୋର୍ଟଚାଲାଣ କରଯାଇଛି ।
ସୂଚନାଯୋଗ୍ୟ, ୨୦୧୧ରେ ଯୁବତୀ ଜଣକ ମାଟ୍ରିକ ଫେଲ ହୋଇଥିଲେ । ସେ ମାଟ୍ରିକ୍ ଫେଲ୍ ହୋଇଥିବା ଯୋଗୁଁ ବିବାହ ପ୍ରସ୍ତାବ ଭାଙ୍ଗି ଯାଉଥିଲା । ଏହାପରେ ୨୦୧୬ରେ ବ୍ରହ୍ମପୁର ସିଟି ହାଇସ୍କୁଲରେ ପୁଣି ମାଟ୍ରିକ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ । ଏହି ସମୟରେ ଯୁବତୀ ଜଣକର ଆଉ ଜଣେ ଝିଅଙ୍କ ସହିତ ବନ୍ଧୁତା ସ୍ଥାପନ ହୋଇଥିଲା । ଝିଅ ବାନ୍ଧବୀ ଜଣକର କହିବା ଅନୁଯାୟୀ ତାଙ୍କର ଜଣେ ସମ୍ପର୍କୀୟ ଭାଇ ଯୁକ୍ତ ଦୁଇ ପାଇଁ କଲେଜରେ ଆଡ୍‌ମିସନ କରାଇଦେବା ସହ ଯୁକ୍ତ ଦୁଇରେ ପାସ୍ ହେବା ସାହାଯ୍ୟ କରିବେ ବୋଲି କହିଥିଲେ । ଏହି କଥାରେ ବିଶ୍ୱାସ କରି ଯୁବତୀ ଜଣକ ତାଙ୍କ ବାପା ଓ ଭାଇଙ୍କୁ କହିଥିଲେ । ଏହାପରେ ବାପା ଓ ଭାଇର ପରାମର୍ଶରେ ସେ ଗୋପାଳପୁର କଲେଜରେ ଯୁକ୍ତ ଦୁଇରେ ଆଡ୍‌ମିସନ କରିଥିଲେ । ଏହାର ସୁଯୋଗ ନେଇ ଯୁବକ ଜଣକ ମନ୍ଦ ଉଦ୍ଦେଶ୍ୟ ରଖି ଯୁବତୀକୁ ଫୋନ କରି ତାଙ୍କୁ ଲସି ପିଆଇ ତାଙ୍କ ସହିତ ଅଶ୍ଲିଳ ଫଟୋ ଓ ଭିଡିଓ ଉତ୍ତୋଳନ କରି ଶାରିରୀକ ସମ୍ପର୍କ ରଖିଥିିଲେ ବୋଲି ଆସିକା ଥାନାରେ ଲିଖିତ ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking