30.1 C
Bhubaneswar
Monday, May 20, 2024
Homeଓଡିଶାସମସ୍ୟା, ସମ୍ଭାବନା ଓ ସମାଧାନ ଦ୍ୱାରା ୨୦୩୬ରେ ନୂଆ ଓଡିଶା ନିର୍ମାଣ କରିବା - ଧର୍ମେନ୍ଦ୍ର...

ସମସ୍ୟା, ସମ୍ଭାବନା ଓ ସମାଧାନ ଦ୍ୱାରା ୨୦୩୬ରେ ନୂଆ ଓଡିଶା ନିର୍ମାଣ କରିବା – ଧର୍ମେନ୍ଦ୍ର ପ୍ରଧାନ

 ବ୍ୟବସାୟୀ ଜଗତକୁ ପ୍ରୋତ୍ସାହନ ଦେବା ପାଇଁ ବ୍ରାଣ୍ଡସ ଅଫ୍ ଓଡିଶା, ପ୍ରାଇଡ୍ ଇଣ୍ଡିଆ କାର୍ଯ୍ୟକ୍ରମ
ପାଇଁ ସମ୍ବାଦକୁ ସାଧୁବାଦ
 ସମାଜର କାମ ବ୍ୟବସ୍ଥା ତିଆରି କରିବା ଏବଂ ସରକାର ଏଥିରେ ସହଯୋଗୀ ହେବା ଦରକାର
 ୨୦୩୬କୁ ଓଡ଼ିଶା ପ୍ରଥମ ଭାଷାଭିତିକ ରାଜ୍ୟ ଭାବରେ ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବାର ୧୦୦
ବର୍ଷ ପୂରଣ କରିବ
 ଓଡ଼ିଶାରେ ପ୍ରତିବର୍ଷ ଜନ୍ମ ହେଉଥିବା ୮ ଲକ୍ଷ ଶିଶୁଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ପୁଷ୍ଟିକରଯୁକ୍ତ ଖାଦ୍ୟ
ଯୋଗାଇବାର ଦାୟିତ୍ୱ ନେଉ ସମାଜ
 ପ୍ରଗତି ଶୀର୍ଷରେ ପହଁଚିବା ପାଇଁ ଓଡିଶାରେ ସବୁ ଉପାଦାନ ଭରିରହିଛି
 ଗଞ୍ଜାମର ଶିବ ପାତ୍ର ଓ ନିଆଳିର ଉପେନ୍ଦ୍ର ରାଉତଙ୍କ ସଫଳ ବ୍ୟବସାୟର ଉଦାହରଣ ଦେଲେ
ଭୁବନେଶ୍ୱର : ଭୁବନେଶ୍ୱର ଠାରେ ସମ୍ବାଦର ‘ବ୍ରାଣ୍ଡସ୍ ଅଫ୍ ଓଡିଶା ପ୍ରାଇଡ୍ ଅଫ୍‌ ଇଣ୍ଡିଆ’ର ଚତୁର୍ଥ ସଂସ୍କରଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଓଡ଼ିଶାର ଉନ୍ନତି ପାଇଁଥିବା ତିନି ‘ସ’ ସମସ୍ୟା, ସମ୍ଭାବନା ଓ ସମାଧାନ ଉପରେ ଦୃଷ୍ଟି ଆକର୍ଷଣ କରିବା ତଥା ବ୍ୟବସ୍ଥା ତିଆରି
କରିବା ପାଇଁ କେବଳ ସରକାର ନୁହେଁ ସମାଜକୁ ମଧ୍ୟ ଦାୟିତ୍ୱ ନେବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହି ତିନି ‘ସ’ ସମସ୍ୟା, ସମ୍ଭାବନା ଓ ସମାଧାନ ଦ୍ୱାରା ୨୦୩୬ରେ ନୂଆ ଓଡିଶା ନିର୍ମାଣ କରିପାରିବା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ସେହିପରି ଓଡିଶାର ପ୍ରତିଷ୍ଠିତ ଖବର କାଗଜ ସମ୍ବାଦ ବର୍ତମାନ ସମୟରେ ବ୍ୟବସାୟୀ ଜଗତକୁ ପ୍ରୋତ୍ସାହନ
ଦେବା ପାଇଁ ଏପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସାଧୁବାଦ ଜଣାଇବା ସହ ସମ୍ବାଦ କର୍ପୋରେଟ୍‌
ଏକ୍ସିଲେନ୍ସ ଆୱାର୍ଡ୍‌-୨୦୨୧ ଗ୍ରହଣ କରିଥିବା ପ୍ରତିଷ୍ଠିତ ବ୍ୟକ୍ତି ଓ ସଂସ୍ଥାକୁ ସେ ଅଭିନନ୍ଦନ ଜଣାଇଛନ୍ତି ।
ଆଧୁନିକ ସମୟରେ ଆମେ ବ୍ରାଣ୍ଡ୍ ଓଡ଼ିଶାର ଚିନ୍ତା କରୁଛେ । ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ ଓଡ଼ିଶାର ବ୍ରାଣ୍ଡ୍ ଏବଂ
ସେ ହିଁ ଆମ ଜାତିର ଅସ୍ମିତାର ପରିଚୟ । ଆମ ଓଡ଼ିଆ ସଂସ୍କୃତି, ପରମ୍ପରା, କଳା, ଭାସ୍କର୍ଯ୍ୟ, ସାହିତ୍ୟ ଓ
ଖାଦ୍ୟପେୟ ଇତ୍ୟାଦି ଆମ ପାଇଁ ବ୍ରାଣ୍ଡ୍ ଓ ଆମର ପରିଚୟବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତିା
ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତମାନ ସମୟରେ ଆମେ ଓଡ଼ିଶାର ସମସ୍ୟାକୁ ଦାୟିତ୍ୱର ସହ ନେବା ସହ
ସମାଜିକ ଉଦ୍ୟମରେ ଏହାର ସମାଧାନ କରିବା ଦରକାର । ଆମେ ୨୦୨୧କୁ ପ୍ରବେଶ କରିଥିବା ବେଳେ
ଆଉ ୧୫ ବର୍ଷ ପରେ ୨୦୩୬କୁ ଓଡ଼ିଶା ପ୍ରଥମ ଭାଷାଭିତିକ ରାଜ୍ୟ ଭାବରେ ସ୍ୱତନ୍ତ୍ର ପ୍ରଦେଶ ଗଠନ
ହେବାର ୧୦୦ ବର୍ଷ ପୂରଣ କରିବ ।
ତେବେ ଏହି ସମୟରେ ଓଡ଼ିଶାରେ ପ୍ରତିବର୍ଷ ଜନ୍ମ ହେଉଥିବା ୮ ଲକ୍ଷ ଶିଶୁଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ପୁଷ୍ଟିକରଯୁକ୍ତ
ଖାଦ୍ୟ ନ ମିଳିବା ଆଜିର ସମୟରେ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ । ଏହି କାରଣରୁ ଶିଶୁ ମାନଙ୍କର ଶରୀରର
ସଠିକ୍ ବିକାଶ ହୋଇନଥାଏ । ଏହି ସମସ୍ୟାକୁ ସମାଜକୁ ଗୁରୁତ୍ୱର ସହ ଦାୟିତ୍ୱ ନେବା ପାଇଁ ପଡ଼ିବ ।
ଓଡ଼ିଶାରେ ଶିଶୁ ମାନଙ୍କ ଜନ୍ମ ପରେ ପରେ ସେମାନଙ୍କ ଶାରିରୀକ ବୃଦ୍ଧି ନିମନ୍ତେ ଶିଶୁଙ୍କୁ ପୁଷ୍ଟିକର ତଥା
ପୋଷଣ ଯୁକ୍ତ ଖାଦ୍ୟ କିପରି ପହଁଚିପାରିବ ସେ ନେଇ ଦୃଷ୍ଟିଦେବା ଦରକାର । ଏହି ସମସ୍ୟାର ସମାଧାନ
ହେଲେ ୨୦୩୬କୁ ଓଡ଼ିଶାର ସାମଗ୍ରିକ ବିକାଶ ସଠିକ୍ ଭାବରେ ହୋଇପାରିବ ।
ପ୍ରଗତି ଶୀର୍ଷରେ ପହଁଚିବା ପାଇଁ ଓଡିଶାରେ ସବୁ ଉପାଦାନ ଭରିରହିଛି । ବିଶାଳ ବେଳାଭୂମି, ରତ୍ନଗର୍ଭା
ସମୁଦ୍ର, ବିଶାଳ ଜଙ୍ଗଲ ସମ୍ପଦ, ଅମାପ ଖଣିଜ ସମ୍ପଦ, ପର୍ଯ୍ୟଟନର ସମ୍ଭାବନା ଓ ଏହା ସହ ବୁଦ୍ଧିମାନ ଓ
ପରିଶ୍ରମୀ ମାନବ ସମ୍ବଳ ଓଡିଶାର ଅନନ୍ୟ ପରିଚୟ । ଓଡ଼ିଶା ହେଉଛି ଭାରତର ବୃହତମ ଲୁହାପଥର,
ଅଶୋଧିତ ଇସ୍ପାତ ଏବଂ ଆଲୁମିନିୟମ ଉତ୍ପାଦନକାରୀ ରାଜ୍ୟ । ବହୁ ଖଣି ନୀତି ପରିବର୍ତନ ତଥା ଜାତୀୟ
ଇସ୍ପାତ୍ ନୀତି ଦ୍ୱାରା ଦେଶରେ ୨୦୩୦ ସୁଦ୍ଧା ୩୦୦ ମିଲିୟନ ଟନ ଇସ୍ପାତ୍ ଉତ୍ପାଦନର ଲକ୍ଷ୍ୟ
ରଖାଯାଇଥିବା ବେଳେ ଓଡ଼ିଶାର ଯୋଗଦାନ ୧୦୦ ମିଲିୟନ ଟନ୍ ରହିବାର ଆକଳନ କରାଯାଇଛି ।
ଗଞ୍ଜାମ ଜିଲ୍ଲା ହିଞ୍ଜିଳିର କଲେଜ ଛାତ୍ର ଶିବ ପାତ୍ର ଇଂଟରନେଟର ଉପଯୋଗ କରି ବାସି ଫୁଲରୁ ସୁଗନ୍ଧ
ଧୂପକାଠି ତିଆରି କରି ସଫଳ ବ୍ୟବସାୟୀ ହୋଇପାରିଛନ୍ତି । ନିଆଳିର ଉପେନ୍ଦ୍ର ରାଉତ ନିଜ ଜମିରେ
ଥାଇଲ୍ୟାଣ୍ଡର ସୁସ୍ୱାଦୁ ଫଳ ଚାଷ କରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି, ଏପରି ସମ୍ଭାବନା ଆଜି
ଓଡ଼ିଶାରେ ଦେଖାଦେଇଛି । ଏହି ସମସ୍ତ ସମସ୍ୟା, ସମ୍ଭାବନା ଓ ସମାଧାନକୁ ଦୃଷ୍ଟିରେ ରଖି ୨୦୩୬ରେ
ଓଡିଶାକୁ ଉନ୍ନତିର ପଥରେ ଆଗେଇ ନେବା ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking