38.1 C
Bhubaneswar
Friday, April 26, 2024
Homeଓଡିଶାରାଜ୍ୟରେ ନାଗରିକତା ସଂଶୋଧନ ଆଇନ ନେଇ ବ୍ୟାପକ ଜନଜାଗରଣ କରାଯିବ : ବିଜେପି

ରାଜ୍ୟରେ ନାଗରିକତା ସଂଶୋଧନ ଆଇନ ନେଇ ବ୍ୟାପକ ଜନଜାଗରଣ କରାଯିବ : ବିଜେପି

ଭୁବନେଶ୍ୱର : କେନ୍ଦ୍ର ସରକାର ଆଣିଥିବା ନାଗରିକତା ସଂଶୋଧନ ଦ୍ୱାରା ଭାରତର ପଡୋଶୀ ଦେଶ
ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ରୂପେ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁ ବର୍ଗର
ଶରଣାର୍ଥୀ ମାନଙ୍କୁ ନାଗରିକତା ପ୍ରଦାନ କରାଯିବ । କିନ୍ତୁ କିଛି ଅସାଧୁ ବ୍ୟକ୍ତି ବିଶେଷ ଏହି ଆଇନ ବିରୁଦ୍ଧରେ କୁପ୍ରଚାର କରି ଦେଶର
ଜନତାଙ୍କୁ ବିଭ୍ରାନ୍ତ କରୁଛନ୍ତି । ନାଗରିକତା ଦେବା ପାଇଁ ଏହି ଆଇନ ହୋଇଥିବାବେଳେ ବିରୋଧୀ ଦଳ ମାନେ ଦେଶରେ ନିଆଁ
ଲଗାଇ ନିଜର ରାଜନୈତିକ ସ୍ୱାର୍ଥ ହାସଲ କରିବା ପାଇଁ ଅପଚେଷ୍ଟା କରୁଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା । ନାଗରିକତା
ସଂଶୋଧନ ଆଇନ ସଂପର୍କରେ ବ୍ୟାପକ ଜନଜାଗରଣ କରିବା ପାଇଁ ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରି ଜନସାଧାରଣମାନଙ୍କୁ
ସଚେତନ କରାଯିବ । ଏହି ପରିପ୍ରେକ୍ଷୀରେ ଆଜି ବିଜେପି ପକ୍ଷରୁ ନାଗରିକତା ସଂଶୋଧନ ନିୟମ ଉପରେ ରାଜ୍ୟସ୍ତରୀୟ କର୍ମଶାଳା
ଆୟୋଜିତ କରାଯାଇଥିଲା । ଏହି କର୍ମଶାଳାରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ବିସ୍ତୁତ ଭାବେ ଆଲୋଚନା
କରାଯାଇଥିଲା ।

ଆଗାମୀ ଜାନୁଆରୀ ମାସରେ ନାଗରିକତା ସଂଶୋଧନ ଆଇନ ଉପରେ ବ୍ୟାପକ ଜନଜାଗରଣ କରାଯିବ । ରାଜ୍ୟର ସମସ୍ତ
୩୬ଟି ସାଙ୍ଗଠନିକ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ଏହି ଆଇନ ସଂପର୍କରେ ବ୍ୟାପକ ଭାବେ
ଜନସାଧାରଣମାନଙ୍କୁ ସଚେତନ କରାଯିବ । ବିଜେପି କାର୍ଯ୍ୟକର୍ତାମାନେ ଓଡିଶାର ୩୬ଟି ସାଙ୍ଗଠନିକ ଜିଲ୍ଲାରେ ବୁଦ୍ଧିଜୀବୀ ସମ୍ମିଳନୀ
କରିବେ । ପ୍ରତ୍ୟେକ ଜିଲ୍ଲାରେ ଏହି ଆଇନକୁ ନେଇ ସଚେତନତା ରାଲି କରାଯିବ । ବିଜେପି କାର୍ଯ୍ୟକର୍ତାମାନେ ଓଡିଶାର ପାଖାପାଖି ୧
କୋଟି ପରିବାରକୁ ଯାଇ ଏହି ଆଇନ ସଂପର୍କରେ ବୁଝାଇବେ । ଏଥି ସହ ବିଜେପି କାର୍ଯ୍ୟକର୍ତାମାନେ ସମସ୍ତ ପଂଚାୟତ ଏବଂ ୱାର୍ଡକୁ
ଯାଇ ଜନସାଧାରଣଙ୍କୁ ଏହି ଆଇନ ବିଷୟରେ ପ୍ରତ୍ୟେକ୍ଷ ଭାବେ ଅବଗତ କରାଇବେ ।
ଏହି କର୍ମଶାଳାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ଓ ସାଂସଦ ବସନ୍ତ ପଣ୍ଡା, ବିରୋଧୀ ଦଳ ନେତା ପ୍ରଦୀପ୍ତ
ନାଏକ, ସାଂସଦ ଜୁଏଲ ଓରାମ ଉଦଘାଟନ କରିଥିଲେ । ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଭୃଗୁ
ବକ୍ସିପାତ୍ର ଏବଂ ପୃଥୀରାଜ ହରିଚନ୍ଦନ, ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର, ରାଜ୍ୟ
ସଂପାଦକ ଯତୀନ ମହାନ୍ତି, ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ପ୍ରମୁଖ ସମ୍ଭୋଧିତ କରିଥିଲେ । ଏହି କର୍ମଶାଳାରେ ସମସ୍ତ ରାଜ୍ୟ
ପଦାଧିକାରୀ, ବିଧାୟକ ଏବଂ ବିଧାୟିକା, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଏବଂ ଜିଲ୍ଲା ସଭାପତି ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଅବସରରେ ସମସ୍ତ ନବନିର୍ବାଚିତ ଜିଲ୍ଲା ସଭାପତିମାନଙ୍କୁ ରାଜ୍ୟ ନେତୃମଣ୍ଡଳୀ ସମ୍ବର୍ଦ୍ଧିତ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking