27.8 C
Bhubaneswar
Friday, April 19, 2024
Homeଅପରାଧମହିଳାଙ୍କୁ ହତ୍ୟା କରି ରାସ୍ତାରେ ଫୋପାଡ଼ି ଦେଲେ

ମହିଳାଙ୍କୁ ହତ୍ୟା କରି ରାସ୍ତାରେ ଫୋପାଡ଼ି ଦେଲେ

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ୨୦ ନମ୍ବର ଜାତୀୟ ରାଜପଥର ମଛାଳୋ ଛକ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି। ମୃତ ମହିଳା ହେଉଛନ୍ତି ଘସିପୁରା ଥାନା କେଶଦୁରାପାଳ ଗ୍ରାମର ସୁକାନ୍ତ ପୃଷ୍ଟିଙ୍କ ପତ୍ନୀ ରାନୁରାଣୀ ପୃଷ୍ଟି(୨୮)।
ସୂଚନା ଅନୁଯାୟୀ, ଶୈଲଙ୍ଗର ରାନୁରାଣୀ ଅଢ଼େଇବର୍ଷ ତଳେ କେଶଦୁରାପାଳ ଗ୍ରାମରେ ବିବାହ କରିଥିଲେ। ପାରିବାରିକ ମନୋମାଳିନ୍ୟ ଯୋଗୁଁ ଗତ କୁମାର ପୂର୍ଣ୍ଣିମାରୁ ଆସି ବାପଘର ଶୈଲଙ୍ଗରେ ରହୁଥିଲେ। ଗତ ୧୮ତାରିଖରୁ ସେ ହଠାତ୍ ନିଖୋଜ ହୋଇ ଯାଇଥିଲେ। ବାପଘର ପକ୍ଷରୁ ଏନେଇ ଘସିପୁରା ଥାନାରେ ଅଭିଯୋଗ ହୋଇଥିଲା। ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ତେବେ ଗୁରୁବାର ମଛାଳୋ ଛକ ନିକଟରେ ମୃତଦେହ ରାସ୍ତାକଡ଼ରେ ବିଲ ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସକାଳୁ ଏକଥା ଜଣାପଡ଼ିବା ପରେ ରାମଚନ୍ଦ୍ରପୁର ପୁଲିସ୍ ଘଟଣାସ୍ଥଳରେ ପହ‌ଞ୍ଚି ତନାଘନା ଚଳାଇଥିଲେ। ପ୍ରଥମେ ମୃତଦେହର ପରିଚୟ ମିଳିନଥିଲା। ଖବରପାଇ ଶୈଲଙ୍ଗରୁ ତାଙ୍କ ଭାଇ ଆର୍ତ୍ତତ୍ରାଣ ସାହୁ ପହ‌ଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ। ତାଙ୍କ କହିବା ଅନୁସାରେ ରାନୁ ଫୋନରେ ଦୁଇଜଣଙ୍କ ସହିତ କଥା ହେଉଥିଲେ। ସେହି ଦୁଇଜଣଙ୍କ ଫୋନ ନମ୍ବର ମଧ୍ୟ ସେ ପୁଲିସକୁ ଦେଇଛନ୍ତି। ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ପୁଲିସ୍ ତଦନ୍ତ କରିଥିଲେ ମଧ୍ୟ ମୃତ୍ୟୁର କାରଣ ସମ୍ପର୍କରେ ଜଣାପଡିନାହିଁ। ଶବ ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ହେବ ବୋଲି ରାମଚନ୍ଦ୍ରପୁର ଥାନା ଅଧିକାରୀ ରାଜେନ୍ଦ୍ର କୁମାର ସ୍ବାଇଁ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking