33.1 C
Bhubaneswar
Saturday, April 27, 2024
Homeରାଜନୀତିଶାସକ ଦଳର ମାଫିଆମାନେ ଗରିବଙ୍କ ଅର୍ଥକୁ ହରିଲୁଟ୍ କରୁଛନ୍ତି : ପ୍‌ୃଥ୍ୱୀରାଜ

ଶାସକ ଦଳର ମାଫିଆମାନେ ଗରିବଙ୍କ ଅର୍ଥକୁ ହରିଲୁଟ୍ କରୁଛନ୍ତି : ପ୍‌ୃଥ୍ୱୀରାଜ

 ୧୫ ଦିନ ମଧ୍ୟରେ ରାଜ୍ୟ ସରକାର କେନ୍ଦ୍ରୀୟ ଅର୍ଥକୁ ଆତ୍ମସାତ୍ କରିଥିବା ଅପରାଧୀଙ୍କ ବିରୁଦ୍ଧରେ
କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ୩୪୧ବ୍ଲକରେ ମନରେଗା ଯୋଜନା ଦୁର୍ନୀତି ବିରୁଦ୍ଧରେ
ବ୍ୟାପକ ଜନ ଆନ୍ଦୋଳନ କରାଯିବ
 ୩୧୪ ବ୍ଲକରୁ ୩୧୪ଟି ଦୁର୍ନୀତି ଓ ଭ୍ରଷ୍ଟାଚାରର ପ୍ରମାଣ ସଂଗ୍ରହ କରି ରାଜ୍ୟପାଳଙ୍କୁ ଓ କେନ୍ଦ୍ର ପଂଚାୟତରାଜ
ମନ୍ତ୍ରୀଙ୍କୁ ଭେଟିବ ବିଜେପି
 ୭ ବର୍ଷରେ ମୋଦି ସରକାର ମନରେଗା ଯୋଜନାରେ ଓଡିଶା ପ୍ରଦେଶକୁ ୧୬ ହଜାର କୋଟି ଟଙ୍କାର
ଅନୁଦାନ ପ୍ରଦାନ କରିଛନ୍ତି
 ଓଡିଶାରେ ଶହେରୁ ଶହେ ପ୍ରତିଶତ ଏନଆରଜିଏର କାମ ସିଧାସଳଖ ଭାବରେ ଲୋକଙ୍କ ପରିବର୍ତେ ମେସିନ୍‌
କାମ କରୁଛି
 ୪୦ପ୍ରତିଶତରୁ ଅଧିକ କାମ ମିଥ୍ୟା ବିଲ୍ ଆକାରରେ ବିଭିନ୍ନ ବ୍ଲକରେ ବିଲ୍ କରାଯାଇଛି
 ମନରେଗା ଦୁର୍ନୀତିର ତଦନ୍ତ ହେଲେ ସଂପୃକ୍ତ ସମସ୍ତ ସରକାରୀ ଅଧିକାରୀ ନିଲମ୍ବିତ ହେବେ
 ବାଙ୍କୀ ଡମପଡା ବ୍ଲକ କୁସୁପଙ୍ଗି ପଂଚାୟତର ସରପଂଚ ପୁଷ୍ପଲତା ପରିଡାଙ୍କ ପରିବାରରେ ୬ଜଣ ଜବକାର୍ଡ
ହୋଲ୍ଡର ଅଛନ୍ତି
 ବାଙ୍କୀ ଡମପଡା ବ୍ଲକର ପ୍ରଶାସନ ଅଧିକାରୀ ଓ ଶାସକ ଦଳ ପୋତ୍ସାହନରେ ସରପଂଚଙ୍କ ସ୍ୱାମୀ ଅସିତ ଜେନା
ମନରେଗା ମାଫିଆ ସାଜିଛନ୍ତି
 ଗରିବ ଲୋକଙ୍କ ପେଟରେ ଲାତ ମାରି ଶାସକ ଦଳର କର୍ମୀ ଓ ନେତାଙ୍କୁ ଧନୀ କରୁଛନ୍ତି ରାଜ୍ୟ ସରକାର
 ଗଂଜାମ ଜିଲ୍ଲା ବୁଗୁଡା ବ୍ଲକ ଭରତପୁର ପଂଚାୟତରେ ବଡ ବନ୍ଧ ନିର୍ମାନ ପାଇଁ ୫ ଲକ୍ଷ ୪୫ ହଜାର ୯୫୨ଟଙ୍କା
ବ୍ୟୟ ଅଟକଳ ହୋଇଛି, ହେଲେ ବନ୍ଧ ନଥାଇ ଫଳକ ମରାଯାଇଛି
ଭୁବନେଶ୍ୱର, ତା.୦୨/୦୮: ମହାତ୍ମାଗାନ୍ଧୀ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା ଲମ୍ବା ସମୟ ଧରି ଭାରତବର୍ଷରେ ପ୍ରଣୟନ
ହୋଇଛି । ତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମାଂଚଳରେ ରହୁଥିବା ଗରିବ ଲୋକମାନେ ଯେଉଁମାନର କି ରୋଜଗାର ନାହିଁ ସେମାନଙ୍କୁ
ପ୍ରତିବର୍ଷ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରି ସେମାନଙ୍କୁ ବିଭିନ୍ନ କାମ ଯୋଗାଇ ଆର୍ଥିକ ଭାବେ ସ୍ୱାମଲମ୍ବୀ କରାଇବା । କିନ୍ତୁ ଏହି
ଯୋଜନାରେ ସରକାରୀ ଅଫିସର ଓ ବିଧାୟକଙ୍କ ପୋତ୍ସାହନରେ ଶାସକ ଦଳର ମାଫିଆମାନେ ଗରିବଙ୍କ ଅର୍ଥକୁ ହରିଲୁଟ୍ କରୁଛନ୍ତି
ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ଅଭିଯୋଗ କରିଛନ୍ତି ।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଗତ ୭ ବର୍ଷରେ ମୋଦି ସରକାର ମହାତ୍ମାଗାନ୍ଧୀ ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନାରେ ଓଡିଶା ପ୍ରଦେଶକୁ
୧୬ ହଜାର କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି । ମହାମାରୀ ପରିସ୍ଥିତିରେ ସମଗ୍ର ଦେଶରେ ୧ ଲକ୍ଷ କୋଟି ଟଙ୍କାର
ଏନଆରଜିଏର କାମ ହେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରି ୨୦୨୦-୨୧ର ଆର୍ଥିକ ବର୍ଷରେ ୪୪୩୬ କୋଟି ଟଙ୍କା ଅନୁଦାନ
ପ୍ରଦାନ କରିଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା ଏହି ଅର୍ଥକୁ ରାଜ୍ୟ ସରକାର ହରିଲୁଟ୍ କଲେ । ଓଡିଶାରେ ଶହେରୁ ଶହେ ପ୍ରତିଶତ
ଏନଆରଜିଏର କାମ ସିଧାସଳଖ ଭାବରେ ଜେସିବି ମେସିନ ଏବଂ ବିଭିନ୍ନ ମେସିନ୍ ଲଗାଇ କରାଯାଇଛି, ଯାହା ଗରିବ ଲୋକ କରିବା
କଥା । ୪୦ପ୍ରତିଶତରୁ ଅଧିକ କାମ ମିଥ୍ୟା ବିଲ୍ ଆକାରରେ ବିଭିନ୍ନ ବ୍ଲକରେ ବିଲ୍ କରାଯାଇଛି । ଆଜି ଯଦି ବାସ୍ତବିକ ଭାବରେ ତଦନ୍ତ
କରାଯାଏ ୩୧୪ ବ୍ଲକର ୩୧୪ଜଣ ବିଡିଓ ଓ ୬୦୦୦ ଜିଆରଏସ୍ ଏବଂ ୩୦୦୦ ରୁ ୪୦୦୦ ଜେଇ ସସ୍‌ପେଣ୍ଡ୍ ହେବେ । ଏହି
ଯୋଜନାର ହିତାଧିକାରୀ ଗରିବ ଲୋକ ନା ବିଜେଡି ନେତା ରାଜ୍ୟ ସରକାର ତାହାର ଉତର ଦିଅନ୍ତୁ ।
ବାଙ୍କୀ ଡମପଡା ବ୍ଲକ କୁସୁପଙ୍ଗି ପଂଚାୟତର ସରପଂଚ ପୁଷ୍ପଲତା ପରିଡାଙ୍କ ପରିବାରରେ ୬ଜଣ ଜବକାର୍ଡ ହୋଲ୍ଡର ଅଛନ୍ତି ।
ସରପଂଚଙ୍କ ଶଶୁର ଘର ୨ଟି କୋଠା ଓ ଶାଶୁଙ୍କ ନାଁରେ ୩ଟି ଗାଡି ରହିଛି । ପରିବାର ଥାଇଲାଣ୍ଡ ସହ ବିଦେଶ ବୁଲିବାକୁ ଯାଇଛନ୍ତି ।
ତାଙ୍କର ଶଶୁର, ଶାଶୁ, ଦେଢସୁର ଓ ଯାଆ ଓ ପରିବାର ସଦସ୍ୟମାନଙ୍କୁ ଜବ କାର୍ଡ ହୋଲଡର ଦର୍ଶାଇ ସମସ୍ତ ପ୍ରକଳ୍ପରୁ ଲକ୍ଷାଧିକ ଟଙ୍କା
ହାତେଇଛନ୍ତି । ତାଙ୍କ ଶଶୁର ସେ ଅଂଚଳର କଂଟ୍ରୋଲ ଡିଲର । ସରପଂଚଙ୍କ ସ୍ୱାମୀ ଅସିତ ଜେନା ସେ ବ୍ଲକର ଭେଣ୍ଡର ହୋଇ ନିଜକୁ
ଶ୍ରମିକ ଦର୍ଶାଇ ଦୈନିକ ୨୧୫ ଟଙ୍କା ଲେଖାଏଁ ମଜୁରୀ ନେଇଛନ୍ତି । ସରପଂଚଙ୍କ ସ୍ୱାମୀ ଭେଣ୍ଡର ହୋଇ କିପରି ଶ୍ରମିକ ସାଜିଲେ ରାଜ୍ୟ
ସରକାର ତାହାର ଉତର ରଖନ୍ତୁ । ସେହିପରି ସରପଂଚଙ୍କ ଦିଅର ଓ ଯାଆ ଦିପ୍ତୀମୟୀ ଜେନା ଗାଁରେ ରହୁନଥିବା ବେଳେ ନିଜକୁ ଶ୍ରମିକ
ଦର୍ଶାଇ ଲକ୍ଷାଧିକ ଟଙ୍କା ଉଠାଇଛନ୍ତି । ବାଙ୍କୀ ଡମପଡା ବ୍ଲକର ପ୍ରଶାସନ ଅଧିକାରୀ ଓ ଶାସକ ଦଳ ପୋତ୍ସାହନରେ ସରପଂଚଙ୍କ ସ୍ୱାମୀ
ଅସିତ ଜେନା ମନରେଗା ମାଫିଆ ସାଜିଛନ୍ତି । ଅସିତ ଜେନା ବାଙ୍କୀ ଡମପଡା ବ୍ଲକର ଯୁବ ବିଜେଡି ସଭାପତି ଥିବାରୁ ପ୍ରଶାସନ
ନୀରବଦ୍ରଷ୍ଟା ସାଜିଛି । ସାଧାରଣ ଲୋକଙ୍କ ପେଟରେ ଲାତ ମାରି ଚୋରି କରାଇବାରେ ଅଭ୍ୟସ୍ତ ବିଜେଡି । ଅନେକ ଜାଗାରେ ପୋଖରୀ
ଖୋଳିବା, ବନ୍ଧ କାମ, ପାର୍କ ନିର୍ମାଣ, ଖେଳ ପଡିଆ ଆଦି ନିର୍ମାଣ ନାଁରେ କୋଟି କୋଟି ଟଙ୍କା ଆତ୍ମସାତ୍ କରାଯାଇଛି ବୋଲି ଶ୍ରୀ
ହରିଚନ୍ଦନ ଅଭିଯୋଗ କରିଛନ୍ତି ।
ଗଂଜାମ ଜିଲ୍ଲା ବୁଗୁଡା ବ୍ଲକ ଭରତପୁର ପଂଚାୟତରେ ବଡ ବନ୍ଧ ନିର୍ମାନ ପାଇଂ ୫ ଲକ୍ଷ ୪୫ ହଜାର ୯୫୨ଟଙ୍କା ବ୍ୟୟ
ଅଟକଳ ହୋଇଛି । ହେଲେ ବନ୍ଧ ନଥାଇ ଫଳକ ମରାଯାଇଛି । ୧୦୦ ପ୍ରତିଶତ ମିଥ୍ୟା ବିଲ ହୋଇଛି । ବିଜେପି ପ୍ରତିନିଧି ଦଳ
ଜିଲ୍ଲାପାଳଙ୍କୁ ଏନେଇ ଅଭିଯୋଗ କରିବା ପରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତେ ଲୋକ ଲଗାଇ ଧମକ ଦେଉଛନ୍ତି । ଜଣେ
ମୃତ ବ୍ୟକ୍ତିଙ୍କ ନାମରେ ବିଲ୍ ମଧ୍ୟ ହୋଇଛି । ପୋଲସରା ବ୍ଲକରେ ଆଦର୍ଶ ପୋଖରୀ ବଡ ବନ୍ଦ କରିବା ନାଁରେ ୧୦ଲକ୍ଷ ଟଙ୍କାର
ଅଟକଳ ଦେଖାଇଛନ୍ତି । ହେଲେ ବନ୍ଧ ତିଆରି ହୋଇନାହିଁ । ସେହିପରି ଖଲ୍ଲିକୋଟ ବ୍ଲକରେ ପୋଖରୀରେ ୧୫ଲକ୍ଷ ଟଙ୍କା ବ୍ୟୟ
ହୋଇଛି ବୋଲି ଫଳକ ମରାଯାଇଛି । କିନ୍ତୁ କୌଣସି କାମ ହୋଇନାହିଁବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି ।
୧୫ ଦିନ ମଧ୍ୟରେ ରାଜ୍ୟ ସରକାର କେନ୍ଦ୍ରୀୟ ଅର୍ଥକୁ ଆତ୍ମସାତ୍ କରିଥିବା ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ
ଆଗାମୀ ଦିନରେ ୩୧୪ବ୍ଲକ ଓ ୬ ହଜାର ପଂଚାୟତରେ ମନରେଗା ଯୋଜନା ଦୁର୍ନୀତି ବିରୁଦ୍ଧରେ ବ୍ୟାପକ ଜନ ଆନ୍ଦୋଳନ
କରାଯିବ । ୩୧୪ ବ୍ଲକରୁ ୩୧୪ଟି ଦୁର୍ନୀତି ଓ ଭ୍ରଷ୍ଟାଚାରର ପ୍ରମାଣ ସଂଗ୍ରହ କରି ରାଜ୍ୟପାଳଙ୍କୁ ଓ କେନ୍ଦ୍ର ପଂଚାୟତରାଜ ମନ୍ତ୍ରୀଙ୍କୁ
ଭେଟିବ ବିଜେପି । ଏହା ସହ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ କୋର୍ଟଙ୍କ ଆଶ୍ରୟ
ନିଆଯିବ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଘୁମୁସର ସାଙ୍ଗଠନିକ ଜିଲ୍ଲାର ସଭାପତି ଶ୍ରୀଯୁକ୍ତ ମିଟୁ ମଲ୍ଲିକ, କଟକ ଜିଲ୍ଲା ବାଙ୍କୀ ନିର୍ବାଚନ ମଣ୍ଡଳୀର
ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଶୁଭ୍ରାଂଶୁ ମୋହନ ପାଢୀ, କଟକ ଜିଲ୍ଲା ସଭାପତି ଶ୍ରୀ ପ୍ରକାଶ ବେହେରା, ରାଜ୍ୟ
କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking