40.1 C
Bhubaneswar
Thursday, April 25, 2024
Homeଓଡିଶାଚାକିରୀ କରିବାର _ବୟସ_42କୁବୃଦ୍ଧି_ଦାବୀ କଲା କଂଗ୍ରେସ 

ଚାକିରୀ କରିବାର _ବୟସ_42କୁବୃଦ୍ଧି_ଦାବୀ କଲା କଂଗ୍ରେସ 

ସୋନପୁର:   ରାଜ୍ଯ ସରକାର ଦୀର୍ଘ 21 ବର୍ଷ ଶାସନ ରେ ରହିଥିଲେ ମଧ୍ୟ ରାଜ୍ୟ ରେ ଯୁବପିଢ଼ି ରୋଜଗାର ନ ପାଇ ବେକାରୀ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ରାଜ୍ଯ ରେ ଖାଲି ପଡିଥିବା ପଦବୀ ପ୍ରତିବର୍ଷ ପୂରଣ ହେବାକଥା l କିନ୍ତୁ ସଠିକ ସମୟରେ ତାହା ପୂରଣ ନ ହେବାରୁ ରାଜ୍ୟର ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଯାଉଅଛି l ଓଡିଶା ରେ ଚାକିରୀ ପାଇଁ ଆବେଦନ ବୟସସୀମା 32 ବର୍ଷ ରହିଥିବାରୁ ବହୁ ମେଧାବୀ ଛାତ୍ରଛାତ୍ରୀ ସରକାରୀ ଚାକିରି ପାଇବାରେ ବଞ୍ଚିତ ହେଉଛନ୍ତି l ରାଜ୍ୟରେ ସାଧାରଣ ବର୍ଗର ଲୋକଙ୍କ ପାଇଁ 32 ବର୍ଷ ରହିଥିବା ବେଳେ ଗୋଆ 45, ଆସାମ ରେ 44, ତେଲେଙ୍ଗାନା 44 ବର୍ଷ ରହିଥିବା ବେଳେ ର ଆନ୍ଧ୍ରପ୍ରଦେଶ ପ୍ରଦେଶ ରେ 42 ବର୍ଷ, ଉତ୍ତରପ୍ରଦେଶ, ରାଜସ୍ଥାନ, ପଶ୍ଚିମ ବଙ୍ଗ ଓ ମଧ୍ଯ ପ୍ରଦେଶ ରେ 40 ବର୍ଷ ରହିଛି l ତେଣୁ ଓଡିଶା ରେ ମଧ୍ୟ ବୟସ ସୀମା ବୃଦ୍ଧି କରିବା ପାଇଁ ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁଙ୍କ ନେତୃତ୍ଵରେ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ଯ ରେ ଜିଲ୍ଲାପାଳଙ୍କ ଅନୁପସ୍ଥିତ ରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି l  ଉକ୍ତ ଦାବୀପତ୍ର ପ୍ରଦାନ ସମୟରେ ଜିଲ୍ଳା କଂଗ୍ରେସ କମିଟି ସଭାପତି ଗୌରୀ ଶ୍ଯାମ ପଣ୍ଡା, ସୁଧୀର କୁମାର ପଣ୍ଡା, ବରୁଣ ସୁନା, ମହିଳା କଂଗ୍ରେସ ଜିଲ୍ଲା ସଭାପତି ସୁର୍ଯ୍ୟକାନ୍ତି ବାଘ ଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ l

ସୋନପୁର ରୁ ଶ୍ୟାମ ସୁନ୍ଦର ପଣ୍ଡା ଙ୍କ ରିପୋର୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking