29.1 C
Bhubaneswar
Monday, May 6, 2024
Homeଓଡିଶାବର୍ଷର ପ୍ରଥମ ଦିନରେ ରାଜ୍ୟ ସଭାପତିଙ୍କ ‘ଜନସମ୍ବାଦ ଯାତ୍ରା’

ବର୍ଷର ପ୍ରଥମ ଦିନରେ ରାଜ୍ୟ ସଭାପତିଙ୍କ ‘ଜନସମ୍ବାଦ ଯାତ୍ରା’

ମହିଳା ଓ ଶିଶୁ ସୁରକ୍ଷା, ଓବିସି ସଂରକ୍ଷଣ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଧାନମଣ୍ଡି ପ୍ରସଙ୍ଗ ଆଦିରେ ରାଜ୍ୟବାସୀଙ୍କ ମନରେ କ୍ଷୋଭ ରହିଛି
: ସମୀର ମହାନ୍ତି
 ଇଂରାଜୀ ନବବର୍ଷ ଉପଲକ୍ଷେ ରାଜ୍ୟର ସମସ୍ତ ଭାଇ, ଭଉଣୀ ଏବଂ ଜନସାଧାରଣଙ୍କ ସୁଖଃ, ସମୃଦ୍ଧି ଏବଂ ଉତମ ସ୍ୱାସ୍ଥ୍ୟର କାମନା କଲେ ରାଜ୍ୟ ସଭାପତି
 ‘ଭୋକାଲ୍ ଫର ଲୋକାଲ୍‌’ କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ଥାନୀୟ ସାମଗ୍ରୀକୁ ଦେଶ ତଥା ବିଦେଶରେ ବିକ୍ରି କରାଯାଇପାରିଲେ ସ୍ଥାନୀୟ ଅଂଚଳର ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ
 ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଗସ୍ତ କଲେ ରାଜ୍ୟ ସଭାପତି

ଭୁବନେଶ୍ୱର,: ନିର୍ବାଚନ ଆସିବ ଏବଂ ଯିବ । କିନ୍ତୁ ରାଜ୍ୟ ଓ ରାଜ୍ୟବାସିଙ୍କ ବିକାଶରେ କୈାଣସି ବାଧା ସୃଷ୍ଟି ନହେବା ଉଚିତ୍ । ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ଭାବେ ରାଜ୍ୟବାସୀଙ୍କ ସ୍ୱାର୍ଥ ଓ ଅଧିକାର ପାଇଁ ବିଜେପି ପ୍ରତିଶୃତିବଦ୍ଧ । ମୋଦି ସରକାର ଏ ଦିଗରେ ଅନେକ କଲ୍ୟାଣକାରୀ ଯୋଜନାକୁ ସଫଳତାର ସହ କାର୍ଯ୍ୟାନ୍ୱୟନ କରିଛନ୍ତି । ଆଦିବାସୀ ଅଂଚଳର ବିକାଶ ପାଇଁ ଅନେକ କାର୍ଯ୍ୟ କରିଛନ୍ତି । ମାତ୍ର ଓଡିଶାରେ ବ୍ୟାପକ ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟାଚାରଯୁକ୍ତ ଶାସକ ବିଜେଡି କାରଣରୁ ମୋଦି ସରକାରଙ୍କ ଜନକଲ୍ୟାଣ ଯୋଜନାରେ ଆସୁଥିବା ବ୍ୟାପକ କେନ୍ଦ୍ରୀୟ ଅନୁଦାନ ଅର୍ଥକୁ ବାଟମାରଣା କରାଯାଇ ରାଜ୍ୟର ବିକାଶରେ ବାଧା ସୃଷ୍ଟି କରାଯାଉଛି । ‘ବିଜେଡି ଶାସନରେ, ମହିଳା ବିପଦରେ’ । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଲା କାରଣରୁ ବିଶେଷ ଭାବେ ମହିଳା ଓ ଶିଶୁ ଅସୁରକ୍ଷିତ ହୋଇପଡିଛନ୍ତି । ଏନସିଆରବି ରିପୋର୍ଟ ଅନୁଯାୟୀ ରାଜ୍ୟରେ ପ୍ରତ୍ୟେହ ୪ ଦୁଷ୍କର୍ମ ଏବଂ ୬ ଅପହରଣ ହେଉଥିବାର ତଥ୍ୟ ଓଡିଶାବାସୀଙ୍କୁ ଲଜ୍ଜିତ କରିଛି । ଗତ ୫ ବର୍ଷରେ ୨୭ ହଜାର ଶିଶୁ ନିଖୋଜ ଘଟଣା ପ୍ରସଙ୍ଗ ଏବଂ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତା ଅତ୍ୟନ୍ତ ଲଜ୍ଜାଜନକ । ବିଧାନସଭାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ବିଜେପି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସଂପର୍କରେ ଆଲୋଚନା କରିଛି । ୫୪ ପ୍ରତିଶତ ଜନସଂଖ୍ୟାବହୁଳ ପଛୁଆ ବର୍ଗଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ସହିତ ଶିକ୍ଷା, ନିଯୁକ୍ତି ପ୍ରଦାନ ଆଦିରେ ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ ନକରାଇ ରାଜ୍ୟ ସରକାର ନି ପଛୁଆ ବର୍ଗ ବିରୋଧୀ ମନୋଭାବକୁ ସ୍ପଷ୍ଟ ପ୍ରମାଣିତ କରିଛି । ସେହିପରି ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ କାରଣରୁ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଓଡିଶା ଆଜି ବହୁ ପଛରେ ରହିଯାଇଛି । ଏ ସମସ୍ତ ପ୍ରସଙ୍ଗରେ ସ୍ଥାନୀୟ ବାସିନ୍ଦାଙ୍କ ବହୁ କ୍ଷୋଭ ରହିଛି ବୋଲି ରାଜ୍ୟ ସଭାପତି ଆଜି ନୂଆ ବର୍ଷର ପ୍ରଥମ ଦିନରେ ‘ଜନସମ୍ବାଦ ଯାତ୍ରା’ ଅବସରରେ କହିଛନ୍ତି ।
ଆଜି ସକାଳେ ଶ୍ରୀ ମହାନ୍ତି ଭୂବନେଶ୍ୱରସ୍ଥିତ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଆଶୀର୍ବାଦ ଲାଭ କରି ‘ଜନସମ୍ବାଦ ଯାତ୍ରା’ ଆରମ୍ଭ କରିଥିଲେ । ଇଂରାଜୀ ନବବର୍ଷ ଉପଲକ୍ଷେ ଶ୍ରୀ ମହାନ୍ତି ରାଜ୍ୟର ସମସ୍ତ ଭାଇ, ଭଉଣୀ ଏବଂ ଜନସାଧାରଣଙ୍କ ସୁଖଃ, ସମୃଦ୍ଧି ଏବଂ ଉତମ ସ୍ୱାସ୍ଥ୍ୟର କାମନା କରିଛନ୍ତି । ବର୍ଷର ପ୍ରଥମ ଦିନରେ ଶ୍ରୀ ମହାନ୍ତି ଭଣ୍ଡାରିପୋଖରୀ (ଚିଙ୍ଗିଡିପୁର), ଭଦ୍ରକ, ସିମୁଳିଆ, ସୋର ଦେଇ ନିଳଗିରି ନିର୍ବାଚନମଣ୍ଡଳର ପ୍ରଭୁ ଶ୍ରୀ ପଂଚଲିଙ୍ଗେଶ୍ୱରଙ୍କ ସମେତ ବହୁ ଧାର୍ମିକ ଅନୁଷ୍ଠାନକୁ ଯାଇ ଦର୍ଶନ କରିବା ସହ ଆର୍ଶୀବାଦ ଲାଭ କରିଥିଲେ । ଏହା ପରେ ଶ୍ରୀ ମହାନ୍ତି ଉଦଳା ଦେଇ ବାରିପଦା ଅଭିମୁଖେ ଗସ୍ତ କରିଥିଲେ । ବାରିପଦାଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ । ଏହି ଅବସରରେ ଦଳୀୟ କାର୍ଯ୍ୟକର୍ତାଙ୍କ ତରଫରୁ ବିଭିନ୍ନ ସ୍ଥାନରେ ବ୍ୟାପକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଗସ୍ତ ସମୟରେ ଶ୍ରୀ ମହାନ୍ତି ବିଭିନ୍ନ ସ୍ଥାନରେ ରହି ‘ଭୋକାଲ୍ ଫର ଲୋକାଲ୍‌’ କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ଥାନୀୟ ସାମଗ୍ରୀ କିଣିବା ସହିତ ଏ ସମସ୍ତ ସାମଗ୍ରୀକୁ ଦେଶ ତଥା ବିଦେଶରେ ବିକ୍ରି କରାଯାଇପାରିଲେ ସ୍ଥାନୀୟ ଅଂଚଳର ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ବୋଲି କହିଛନ୍ତି ।
ଏହି ଅବସରରେ ବିଧାୟକ ସୁକାନ୍ତ ନାୟକ ଓ ଭାସ୍କର ମଢେଇ, ରାଜ୍ୟ ସଂପାଦ କାଳନ୍ଦୀ ସାମଲ, ସିପ୍ରା ବାଜପେୟୀ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ୍‌ଙ୍କ ସମେତ ଜିଲ୍ଲା ସଭାପତି, ରାଜ୍ୟ ଓ ଜିଲ୍ଲା ପଦାଧିକାରୀ ଏବଂ ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking