29.1 C
Bhubaneswar
Wednesday, April 24, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା

ମେଷ : ଆଜି ପୈତୃକ ସଂପତିକୁ ନେଇ ଗଣ୍ଡଗୋଳ ଲାଗିପାରେ । ବିବାଦୀୟରେ ଲାଭବାନ ହେବେ । ଚାକିରୀ କ୍ଷେତ୍ରରେ ବିବାଦ ଲାଗିପାରେ । ମହିଳାମାନେ ଗୃହ କାର୍ଯ୍ୟରେ ଦୁରେଇଯିବେ ।

ବୃଷ : ନୂତନ ଗୃହ ନିର୍ମାଣ କାର୍ଯ୍ୟ ରେ ଲାଗି ପଡ଼ିବେ । ନିଜ ସମ୍ପ୍ରଦାୟମାନେ ସାହାଯ୍ୟ କରିପାରନ୍ତି । ଧାର୍ମିକ ଭାବନା ସୃଷ୍ଟି ହେବ । ଚାକିରୀରେ ବଦଳୀ ହେବାର ଅଛି ।

ମିଥୁନ : ପିତୃଙ୍କ ଦେହ ଅସୁସ୍ଥ ରହିବ । ବେପାର କାର୍ଯ୍ୟରେ ଉପକୃତ ହେବେ । ନୂତନ ବନ୍ଧୁ ସହିତ ଯୋଗାଯୋଗ କରନ୍ତୁ । ଚାକିରୀରେ ପ୍ରଶଂସିତ ହେବେ ।

କର୍କଟ : ଆୟ ଅପେକ୍ଷା ବେୟ ଅଧିକ ହେବ । ବ୍ୟବସାୟ ପାଇଁ ବେତିବ୍ୟସ୍ତ ହୋଇପାରନ୍ତି । ଚାକିରୀରେ ପ୍ରମୋଶନ ହୋଇପାରେ । ଭାତୃ ବିବାଦ ଲାଗିପାରେ । କାର୍ଯ୍ୟରେ ସଫଳ ହେବେ ।

ସିଂହ : ଗ୍ରାମର ବିବାଦକୁ ଆପଣ ସମାଧାନ କରିବେ । ବ୍ୟବସାୟରେ କୃତକାର୍ଯ୍ୟ ହେବେ । ମହୀଳାମାନେ ସୁଖି ହେବେ । ବିଦ୍ୟାର୍ଥୀମାନେ ଶିକ୍ଷା ପ୍ରତି ଧ୍ୟାନ ଦେବେ ।

କନ୍ୟା : ପ୍ରେମ ବିବାହରେ ଜଡ଼ିତ ରହିବେ । ପାରିବାରିକ ଅସନ୍ତୋଷ ଦେଖାଦେବ । ଚାକିରୀରେ ଉପଯୁକ୍ତ ହେବେ ଜଣାଯାଏ । ବିବାଦୀୟ ଉପୁଜିପାରେ । ମହିଳାମାନେ କର୍ମନିଯୁକ୍ତି ପାଇବେ ।

ତୁଳା : ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ । ମାନସିକ ଶାନ୍ତି ପାଇବେ । ଋଣ ମୁକ୍ତି ହେବା ଜଣାଯାଏ । ବ୍ୟବସାୟରେ ଲାଭବାନ ହେବେ । କର୍ମ କ୍ଷେତ୍ରରେ ଶତୃମାନେ ଲାଗିପାରନ୍ତି । ମହିଳାମାନେ ସ୍ୱାମୀଙ୍କୁ ସାହାଯ୍ୟ କରିବେ ।

ବିଛା : ଶତୃମାନେ ଅପଣଙ୍କ ପଛରେ ବିଶୁଦ୍ଧାଚରଣ କରିବେ । ଦେବ ଦର୍ଶନ କରିବେ । ଚାକିରୀରେ ଶାନ୍ତି ପାଇବେ । ବ୍ୟବସାୟରେ ଲାଭବାନ ହେବେ । ମହିଳାମାନେ ଗୃହ କାମରେ ଲାଗିପଡ଼ିବେ ।

ଧନୁ : ନୂଆ ନୂଆ ଯୋଜନା ମାନ ପ୍ରସ୍ତୁତ କରିବେ । । ଯାନବାହନ କ୍ରୟ କରି ଖୁସି ହେବେ । ଦେହ ଅସୁସ୍ଥ ରହିବ । ଚାକିରୀରେ ପ୍ରସଂଶିତ ହେବା ଜଣାଯାଏ । ବ୍ୟବସାୟରେ କ୍ଷତି ହେବ । ମହିଳାମାନେ ଶିକ୍ଷାରେ କର୍ମ ନିଯୁକ୍ତି ପାଇବେ ।

ମକର : ଆଜି ହଠାତ ଧନ ପ୍ରାପ୍ତି ହେବ । ମାଲିମକଦ୍ଦମାରେ ବିଜୟୀ ହେବେ । ଚାକିରୀ କ୍ଷେତ୍ରରେ ପ୍ରଶଂସିତ ହେବେ । ବ୍ୟବସାୟ ଉତମ ରୂପେ ପରିଚାଳିତ ହେବ ।

କୁମ୍ଭ : ଆଜି ଭାତୃ ବିବାଦ ସୃଷ୍ଟି ହେବ । ଜମିଜମା ଗଣ୍ଡଗୋଳ ଲାଗିପାରେ । ପରମ୍ପରା କାର୍ଯ୍ୟକୁ ରକ୍ଷା କରି ଚାଲିବେ । ବ୍ୟବସାୟରେ ଉନ୍ନତି ଦେଖାଦେବ । ଅର୍ଥ ପ୍ରାପ୍ତି ହୋଇପାରେ ।

ମିନ : ଧର୍ମ କାର୍ଯ୍ୟରେ ମନ ନିବେଶ କରିବେ । ବେସରକାରୀ ସ୍କୁଲ ଖୋଲିବାକୁ ଇଚ୍ଛୁକ ହେବେ । ନୂତନ ବ୍ୟବସାୟରେ ବୁଡ଼ି ରହିବେ। ଚାକିରୀରେ ଉପକୃତ ହୋଇପାରନ୍ତି । ମହିଳାମାନେ ପୈତୃକ ସେବା ଲାଗି ରହିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking