29.1 C
Bhubaneswar
Sunday, May 19, 2024
Homeଓଡିଶାମହଙ୍ଗାଇର ପ୍ରହାର - ନୂଆ ବର୍ଷର ମୋଦୀ ଉପହାର

ମହଙ୍ଗାଇର ପ୍ରହାର – ନୂଆ ବର୍ଷର ମୋଦୀ ଉପହାର

ଭୁବନେଶ୍ୱର .- ସମସ୍ତ ଦେଶବାସୀଙ୍କୁ ନୂତନ ବର୍ଷର ଅଭିନନ୍ଦନ । ଆପଣଙ୍କ ପାଇଁ ନୂତନବର୍ଷ ମଙ୍ଗଳମୟ ହେଉ, ସୁଖ, ସମୃଦ୍ଧି, ପ୍ରଗତି ଓ ଉତ୍ସାହର ପରିପୂର୍ଣ୍ଣ ହେଉ । ମନେ ପକାନ୍ତୁ ଆମେ ନୂଆବର୍ଷରେ ପରସ୍ପରର ସମୃଦ୍ଧି କାମନା କରନ୍ତି, ଶୁଭେଚ୍ଛା ଜଣାନ୍ତି । କିନ୍ତୁ ଆପଣମାନେ କେବେ ଭାବି ଛନ୍ତିକି ଆମର ସରକାର ସୁଖ, ସମୃଦ୍ଧି ପାଇଁ ଆମକୁ ନୂଆ ବର୍ଷରେ କ’ଣ ଦେଉଛନ୍ତି? ଆମ୍ଭମାନଙ୍କ ଲାଗି କ’ଣ କାମନା କରୁଛନ୍ତି? ତେବେ ଆମେ କହୁଛୁ ଯେ, ଗତ ୭ବର୍ଷ ଧରି ଏବର୍ଷ ମଧ୍ୟ ଦେଶର ଜନତାମାନଙ୍କୁ ମୋଦୀ ସରକାରଙ୍କ ତରଫରୁ ଯେଉଁ ଉପହାର ଦିଆଯାଉଛି ତାହା ହେଉଛି – “ମହଙ୍ଗାଇର ମାଡ଼” ବା “ଦରଦାମ ବୃଦ୍ଧିର ମାଡ଼” ବୋଲି ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏଆଇସିସିର ବରିଷ୍ଠ ନେତା ତଥା ବିହାର ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଶ୍ରୀ ଅନିଲ ଶର୍ମା ଓଡ଼ିଶା ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ୨୦୨୨ ମସିହା ପୂର୍ବଦିନରେ ମୋଦୀ ସରକାର ଆମକୁ ନୂଆ ବର୍ଷର ଉପହାର ରୂପେ ମହଙ୍ଗାଇର ମାଡ଼ ଦେଇଛନ୍ତି । ଏହି ନୂତନ ମହଙ୍ଗାଇ ଏବଂ ଏହା ସହିତ ୧୦% ବେକାରୀ ବୃଦ୍ଧି ୨୦୨୧ ବର୍ଷସାରା ଭେଟି ଦେଇଛନ୍ତି ।
କ’ଣ ଏଇଥିପାଇଁ ଆମ୍ଭେମାନେ ମୋଦୀ ମହାଶୟଙ୍କୁ ଧନ୍ୟବାଦ ଦେବା ଦରକାର ?
ମହଙ୍ଗାଇ / ‘ଦରଦାମ’ର ବୋଝ ବଢ଼ି ଚାଲିଛି । ୨୦୨୧ ନଭେମ୍ବରରେ ପାଇକାରୀ ଦର ସୂଚକାଙ୍କ ବିଗତ ୧୦ ବର୍ଷ ମଧ୍ୟରେ ୧୪.୨୩% ହାରରେ ସର୍ବାଧିକ ଥିଲା । ନୂଆବର୍ଷରେ ଏହାର ପ୍ରଭାବ ଖୁବ୍ ଶୀଘ୍ର ଅନୁଭବ ହେବ । ନୂତନ ବର୍ଷ ଆରମ୍ଭ ହେଉ ହେଉ ଆମକୁ ପ୍ରତ୍ୟେକ ଦ୍ରବ୍ୟ ଯଥା ନିତ୍ୟ ବ୍ୟବହୃତ ସାମଗ୍ରୀ ହେଉ ଅବା ସୁଖ, ସ୍ୱାଚ୍ଛନ୍ଦ୍ୟର, ନିତ୍ୟବ୍ୟବହୃତ ଖାଦ୍ୟ ସାମଗ୍ରୀ ଅବା ଇସ୍ପାତ, ସିମେଂଟ, ବିଜୁଳି ଆଦି ଉପରେ ଆମକୁ ଆହୁରି ଅଧିକ ପଇସା ଖର୍ଚ୍ଚ କରିବା ଲାଗି ମାନସିକଭାବେ ପ୍ରସ୍ତୁୂତ କରିନେବା ଦରକାର । କପଡ଼ା ଠାରୁ ଆରମ୍ଭ କରି ଜୋତା- ଚପଲ କିମ୍ବା ଏଟିମରୁ ପଇସା / ଟଙ୍କା ବାହାର କରିବା କିମ୍ବା ଟୋଲ ଟିକସ, ପ୍ରତ୍ୟେକ ଦ୍ରବ୍ୟର ଦରବୃଦ୍ଧି ହେବାକୁ ଯାଉଛି ।
ଚା ୨୦୨୨ ଜାନୁଆରୀ ଠାରୁ ମୋଦି ନିର୍ମିତ ଅତ୍ୟଧିକ ଦରଦାମ ବୃଦ୍ଧି କାରଣରୁ ଆମ ଜୀବନ ଉପରେ ଖରାପ ପ୍ରଭାବ ଗୁଡ଼ିକୁ ଦେଖନ୍ତୁ :-
*୧.* କପଡ଼ା ଆହୁରୀ ଅଧିକ ମହଙ୍ଗା ହେବ । କପଡ଼ା, ବସ୍ତ୍ର ଆଦିର ଦର ଆହୁରୀ ଅଧିକ ବୃଦ୍ଧି ହେବ । ପ୍ରସ୍ତୁତି ଦ୍ରବ୍ୟ ଯଥା କପଡ଼ା, ଆଦି ସମସ୍ତ ଦ୍ରବ୍ୟ ୧ ଜାନୁଆରୀ, ୨୦୨୨ ରୁ ଆହୁରି ମହଙ୍ଗା ହେବ, କାହିଁକିନା କେନ୍ଦ୍ରର ସରକାର ଏହି ଦ୍ରବ୍ୟଗୁଡ଼ିକ ଉପରେ ୫% ଜିଏସଟିରୁ ୧୨%କୁ ବୃଦ୍ଧି କରିବାକୁ ଯାଉଛନ୍ତି । ଟ. ୧୦୦୦/- ପର୍ଯ୍ୟନ୍ତ ଦାମର ବସ୍ତ୍ର ଉପରେ ୫ % ରୁ ୧୨ % ଜିଏସଟି ବୃଦ୍ଧି କରିଛନ୍ତି । ଏହା ସହିତ ବୁଣାବସ୍ତ୍ର, ରୁମାଲ, ତଉଲିଆ, ମୌଜା, ସୂତା ଶାଢ଼ୀ, କମ୍ବଳ, ଟେବୁଲ କପଡ଼ା ଆଦି ଉପରେ ଜିଏସ୍‌ଟି ୧୨%କୁ ବୃଦ୍ଧି କରିଛନ୍ତି । କଂଗ୍ରେସ ଦଳ ଓ କଂଗ୍ରେସ ଶାସନାଧିନ ରାଜ୍ୟ ଗୁଡ଼ିକରେ ପ୍ରବଳ ବିରୋଧ ତଥା ଆଗାମୀ ୫ଟି ରାଜ୍ୟର ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଜିଏସ୍‌ଟି ବୁଦ୍ଧିକୁ ତରବରିଆ ଭାବେ ୨୮ ଫେବୃଆରୀ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ନିର୍ବାଚନ କାରଣରୁ ଏହି ତାରିଖ ଆହୁରୀ ପ୍ରାୟ ୧ମାସ ବଢ଼ିପାରେ । ଧ୍ୟାନ ଦିଅନ୍ତୁ ବୃଦ୍ଧି ପାଇଥିବା ଜିଏସ୍‌ଟିକୁ କମାଇବାର ନିର୍ଣ୍ଣୟ ସରକାର ଏଯାବତ ନେଇନାହାନ୍ତି । ନିର୍ବାଚନ ସରିଗଲା କ୍ଷଣି ଜନତାଙ୍କ ଉପରେ ଏହି ଟିକସ ପୁନଃ ଲଗାଇ ଦିଆଯିବ ।
ଏହାର କୁପ୍ରଭାବ କ’ଣ ହେବ ?
ଚା ଜିଏସ୍‌ଟି ବଢ଼ିବା ଦ୍ୱାରା କପଡ଼ା ଶିଳ୍ପର ୧୫ ଲକ୍ଷରୁ ଅଧିକ ଚାକିରୀ ସମାପ୍ତ ହୋଇଯିବ ।
● ଦେଶରେ ୮୦% ବସ୍ତ୍ର ଉତ୍ପାଦନ ଅଣସଂଗଠିତ କ୍ଷେତ୍ର ଦ୍ୱାରା କରାଯାଇଥିବା ବସ୍ତ୍ର, ଉପରେ ୧୨% କୁ ଜିଏସ୍‌ଟି ବୃଦ୍ଧି କରିବା ଦ୍ୱାରା ବୟନତନ୍ତ୍ର, ହସ୍ତତନ୍ତ୍ର ବୁଣାକାରମାନଙ୍କର ବ୍ୟବସାୟ ଓ ରୋଜଗାରର ସମ୍ଭାବ୍ୟ ବ୍ୟାଘାତ ହେବ ।
● କଂଚାମାଲ ଯଥା ସୂତା, ପ୍ୟାକିଂ ସାମଗ୍ରୀ ଆଦି ଉପରେ ଅଚାନକ ମୂଲ୍ୟ ବୃଦ୍ଧି ଯୋଗୁଁ ବଜାରରେ କପଡ଼ାର ଦାମ ୧୫ରୁ ୨୦% ବୃଦ୍ଧି ହୋଇଯିବ । କପଡ଼ା ଶିଳ୍ପ ଜଗତ ମତ ଅନୁସାରେ ୮୫% କପଡ଼ାର ବିକ୍ରି ଟ. ୧୦୦୦/- ରୁ କମ ମୂଲ୍ୟ ଭିତରେ ହିଁ ହୋଇଥାଏ ।
*୨.* ଜୋତା – ଚପଲ ବି ଦାମ୍ ବଢ଼ିବ
୧୦୦୦ ଟଙ୍କା ମଧ୍ୟରେ ଜୋତା- ଚପଲର ହଳକର ୫% ରୁ ୧୨% ପର୍ଯ୍ୟନ୍ତ ଜିଏସ୍‌ଟି ବୃଦ୍ଧି କରିବା ଦ୍ୱାରା ଗରୀବ ଓ ସାଧାରଣ ଲୋକଙ୍କ ଉପରେ ପ୍ରହାର ଅଟେ ।
*୩.* Fast Moving Consumer Good(FMCG)
ଦ୍ରୁତ ଚଳପ୍ରଚଳ ଉପଭୋକ୍ତା ସାମଗ୍ରୀ ଉପରେ ୧୦% ପର୍ଯ୍ୟନ୍ତ ବୃଦ୍ଧି ।
ଦ୍ରୁତ ଚଳପ୍ରଚଳ ଉପଭୋକ୍ତା ସାମଗ୍ରୀ (FMCG) ର ଦାମ ୬% ରୁ ୧୦% ବୃଦ୍ଧି ହେବ । ତାହା ଡାବର ହେଉ, ପାର୍ଲେ, ବ୍ରିଟାନିଆ, ମୈରିକୋ ଅଥବା ଅନ୍ୟ କମ୍ପାନୀମାନେ ହେଉ ସମସ୍ତ ବିସ୍କୁଟ ଠାରୁ ସାବୁନ ପର୍ଯ୍ୟନ୍ତ ଦରର ବୃଦ୍ଧି କରିବାରେ ଲାଗିଛନ୍ତି ।
*୪.* ଏଟିଏମରୁ ନିଜ ପଇସା ବାହାର କରିବାକୁ ହେଲେ ଆହୁରି ଅଧିକ ଟିକସ ଦେବାକୁ ହେବ ।
ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିଃଶୁଳ୍କ ଉଠାଣର ନିର୍ଦ୍ଧାରୀତ ବୀମା ସରିବା ପରେ ଏଟିଏମରୁ ଟଙ୍କା ଉଠାଣ କରିବା ଉପରେ ଅଧିକ ଶୁଳ୍କ ଦେବାକୁ ଅନୁମତି ଦେଇଛି । ଆରବିଆଇର କହିବା ଅନୁଯାୟୀ ନିର୍ଦ୍ଧାରିତ ନିଃଶୁଳ୍କ ଉଠାଣ ଅବଧି ସମାପ୍ତ ଉପରେ ଏଟିଏମରୁ ପ୍ରତି ଉଠାଣ ସମୟରେ ବ୍ୟାଙ୍କ ଗ୍ରାହକଙ୍କ ଠାରୁ ଟ. ୨୧/- (ଏକୋଇଶି ଟଙ୍କା) ଉଠାଣ ଶୁଳ୍କ ଆଦାୟ କରିବ ।
*୫.* ଅନଲାଇନ ଟ୍ୟାକ୍ସି / ଅଟୋରିକ୍ସାର ବୁକିଂରେ ବି ଏବେ ପକେଟ ଖର୍ଚ୍ଚ ଉପରେ ଭାରି ପଡ଼ିବ ।
ଓଲା, ଉବେର ପରି ଆପ ମାଧ୍ୟମରେ ଟ୍ୟାକ୍ସି, ଅଟୋ ଚଢ଼ିବାଲାଗି ବୁକିଂ କଲେ ଅଧିକା ପଇସା ଦେବା ପାଇଁ ପ୍ରସ୍ତୁତ ରହିଯାଆନ୍ତୁ । ଆଜିଠାରୁ ପୂର୍ବ ଛାଡ଼କୁ ସମାପ୍ତ କରି ୫% ହାରରେ ଜିଏସ୍‌ଟି ଶୁଳ୍କ ଆଦାୟ ଆରମ୍ଭ ହେବାକୁ ଯାଉଛି ।
*୬.* କାର ଆଉ ଅଟୋମୋବାଇଲ କିଣିବା ମହଙ୍ଗା ହେବ ।
୨୦୨୨ ମସିହା ନୂଆବର୍ଷ ଠାରୁ ମାରୁତି ସୁଜୁକି, ରେନେଲଡ, ହୋଣ୍ଡା, ଟୟଟା, ସ୍କୋଡା ଆଦି ସହିତ ଅନୁନ୍ୟ ସମସ୍ତ କାର ଏବଂ ଅଟୋ କମ୍ପାନୀଗୁଡ଼ିକର ଗାଡ଼ିଗୁଡ଼ିକ ଦାମ ଆହୁରି ବଢ଼ିଯିବ । ଖର୍ଚ୍ଚ ବଢ଼ିବା ଯୋଗୁଁ କାରଗୁଡ଼ିକର ଦାମରେ ବୃଦ୍ଧି ଘଟିବ । ଟାଟା ମୋର୍ଟସ ୧ ଜାନୁଆରୀ ଠାରୁ ନିଜର ବାଣିଜ୍ୟିକ ଗାଡ଼ିଗୁଡ଼ିକର ଦାମରେ ୨.୫% ଅଧିକ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ।
*୭.* ସିମେଂଟର ଦାମ ପ୍ରତି ବ୍ୟାଗ ୪୦୦ ଟଙ୍କା ଛୁଇଁବ ।
୨୦୨୧ ମସିହାରେ ସିମେଂଟର ଦାମ ବ୍ୟାଗ ପ୍ରତି ୧୫ ରୁ ୨୦% ବଢ଼ିଥିଲା । ବର୍ତମାନର ସ୍ଥିତି ଏପରି ହେବାକୁ ଯାଉଛି ଯେ ପ୍ରତି ୫୦କେଜି ସିମେଂଟ ବ୍ୟାଗର ଦାମ ୪୦୦ ଟଙ୍କା ପାର ହେବାର ପ୍ରକ୍ରିୟା ଆରମ୍ଭ ହେଉଛି ।
*୮.* ଇସ୍ପାତ / ଷ୍ଟିଲର ଦାମ ଆକାଶଛୁଆଁ ହୋଇଛି ।
୨୦୨୦ ମସିହାରୁ ୨୦୨୧ ଡିସେମ୍ବର ମାସ ମଧ୍ୟରେ ଇସ୍ପାତ କମ୍ପାନୀଗୁଡ଼ିକ ଇସ୍ପାତର ଦାମ ୨୧୫ % ବୃଦ୍ଧି କରିଛନ୍ତି । କେବଳ ନଭେମ୍ବର ୨୦୨୧ ରେ ଇସ୍ପାତ କମ୍ପାନୀଗୁଡ଼ିକ ଇସ୍ପାତର ଟନପ୍ରତି ଦର ୩୦୦୦ ଟଙ୍କାରୁ ୩୫୦୦ ଟଙ୍କା ବୃଦ୍ଧି କରିଛନ୍ତି । କାରଣ ଇସ୍ପାତ ଶିଳ୍ପରେ ପ୍ରତିଯୋଗୀତା ସମାପ୍ତ ଆଉ ଏହା କେବଳ ହାତ ଗଣତି କମ୍ପାନୀଙ୍କ ହାତରେ ଅଛି । ଟାଟା ଷ୍ଟିଲ, ଜିନ୍ଦଲ, ଆର୍ସେଲର, ମିତଲଷ୍ଟିଲ, ମୋଦି ସରକାରର ମୌନ ସହମତି ଫଳରେ ଦାମରେ ବୃଦ୍ଧି ଘଟୁଛି ଏବଂ ଲୋକମାନେ ଏହାଦ୍ୱାରା ଘୋର ପ୍ରଭାବିତ ହେଉଛନ୍ତି । ୨୦୨୨ ମସିହାରେ ପୁନଶ୍ଚ ଦରବୃଦ୍ଧି ଲାଗି ଯୋଜନା ପ୍ରସ୍ତୁତ କରୁଛନ୍ତି ।
*୯.* ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କ ମଧ୍ୟ ଶୁଳ୍କ ବଢ଼ାଇଲେ ।
ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କ (ଆଇପିପିବି) ୧ ଜାନୁଆରୀ ଠାରୁ ଏକ ବିଶେଷ ସୀମା ଉପରେ ଖାତାରୁ ଟଙ୍କା ଉଠାଣ ଓ ଖାତରେ ଟଙ୍କା ଜମାକଲେ ଶୁଳ୍କ ଦେବାକୁ ପଡିବ । ମୂଳ ଜମା ଖାତାରୁ ମାସକୁ ଚାରିଥର କେବଳ ନିଶୁଳ୍କ ଟଙ୍କା ଉଠାଣ କରିହେବ । ଏହାପରେ ଯେତେଥର ଟଙ୍କା ଉଠାଣ ହେବ ଗ୍ରାହକଙ୍କ ୦.୫୦% ହାରରେ ଶୁଳ୍କ ଦେବାକୁ ପଡ଼ିବ ।
ମୋଦୀଜୀ, ନୂଆବର୍ଷର ଏହି ଉପହାର ଗୁଡ଼ିକ ଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।
ଜାଣନ୍ତୁ ୨୦୧୪ ମସିହାରେ କ୍ଷମତାକୁ ଆସିଲାପରେ ବିଗତ ୭ବର୍ଷ ମଧ୍ୟରେ ମୋଦି ସରକାର ଦର ବୃଦ୍ଧିକରି “ମହଙ୍ଗାଇ”ରେ କିପରି ଆପଣମାନଙ୍କୁ ଲୁଟିଲେ ।
ଚା ପେଟ୍ରୋଲ ଓ ଡିଜେଲର ଲିଟର ପ୍ରତି ଦର ଯଥାକ୍ରମେ ଟ. ୭୧ ଓ ଟ. ୫୬ ରୁ ଟ. ୧୦୦ ପାର କଲେ ।
◆ ପ୍ରତି ରନ୍ଧନଗ୍ୟାସର ସିଲିଣ୍ଡର ଦର ଟ ୪୦୦ ରୁ ଟ ୧୦୦୦ କଲେ ।
ଚା ଖାଇବା ତେଲର ଦାମ୍ ଟ ୯୦ ରୁ ଟ ୨୦୦ ଓ ଟ. ୨୫୦ କୁ ବୃଦ୍ଧି କଲେ ।
ଚା ଡାଲି କିଲୋ ଦର ଟ ୬୦ ରୁ ବଢା଼ଇ ଟ ୧୫୦ କଲେ ।
◆ ଜନସାଧାରଣ ଶାନ୍ତିରେ ବି ଗୋଟିଏ ଚା କପ ପିଇପାରୁନାହାନ୍ତି । ଟ. ୧୨୦ ଟଙ୍କା କିଲୋପ୍ରତି ମିଳୁଥିବା ଚା ପ୍ରତି ଏବେ ଟ ୩୦୦ରୁ ୪୦୦ ଟଙ୍କାକୁ ବୃଦ୍ଧି ପାଇଛି ।
ଚା ଯେଉଁ ଜନତାଙ୍କ ଲୁଣ ଖାଇ କ୍ଷମତାର ଶପଥ ନେଇଥିଲେ ବୋଲି ସେହି ଭାରତୀୟ ଜନତା ପାର୍ଟିର ନେତା, ନେତ୍ରୀମାନେ ଲୋକଙ୍କୁ ଧୋକା ଦେଲେ । ଲୁଣର କିଲୋ ଦର ଟ ୧୨ ରୁ ଟ ୨୨ ଟଙ୍କାରେ ପହଂଚିଛି । ଡାଲି, ଚଣା, ରାଜମା, ଟମାଟେଶ, ପିଆଜ, ପନିପରିବା – ସମସ୍ତ ଖାଇବା – ପିଇବା ସାମଗ୍ରୀ ଗରିବ ଖଟିଖଆଙ୍କ ଥାଲିରୁ ଉଭାନ ହେବାରେ ଲାଗିଛି ।
ସ୍ପଷ୍ଟ ହେଉଛି ଯେ ଦେଶର ଜନତା କହୁଛନ୍ତି :-
◆ ମୋଦୀ ଅଛି ତ ମହଙ୍ଗାଇ ଅଛି ।
◆ ମୋଦୀ ସରକାର ମହଙ୍ଗାଇ ଅଟେ ।
ମୋଦୀ ଆଉ ମହଙ୍ଗାଇ ଦେଶପାଇଁ କ୍ଷତିକାରକ ଅଟନ୍ତି ବୋଲି ଶ୍ରୀଯୁକ୍ତ ଅନୀଲ ଶର୍ମା ସାମ୍ବାଦିକ ସମ୍ମିଳନୀରେ ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି । *ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀଯୁକ୍ତ ଶର୍ମା ଓ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ସମେତ ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗଣେଶ୍ୱର ବେହେରା, ଆବାହକ ସତ୍ୟପ୍ରକାଶ ନାୟକ, ମୁଖପାତ୍ର ରଜନୀ ମହାନ୍ତି, ପଦ୍ମାକର ଗୁରୁ ଉପସ୍ଥିତଥିଲେ ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।*

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking