33.1 C
Bhubaneswar
Friday, April 26, 2024
Homeଓଡିଶାଡିଜିଟାଲ ଦସ୍ତଖତ କରି ବଗଲା ବଂଚାଓ ଆନ୍ଦୋଳନକୁ ସମର୍ଥନ କରିବା ପାଇଁ କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ...

ଡିଜିଟାଲ ଦସ୍ତଖତ କରି ବଗଲା ବଂଚାଓ ଆନ୍ଦୋଳନକୁ ସମର୍ଥନ କରିବା ପାଇଁ କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ଆହ୍ୱାନ ଦେଲେ ରାଜ୍ୟ ସଭାପତି

 ରାଜ୍ୟସରକାର ମହାପ୍ରଭୃ ଶ୍ରୀଜଗନ୍ନାଥଙ୍କ ସହ ଜଡିତ ଐତିହ୍ୟ ଓ ପଂରପଂରାକୁ ନଷ୍ଟ କରିବାର ଷଡଯନ୍ତ୍ର କରୁଛନ୍ତି: ସମୀର ମହାନ୍ତି
 ବଗଲା ଧର୍ମଶାଳାକୁ ପ୍ଲଟିଂ କରି ବିକ୍ରି କରିବା ପାଇଁ ମନ୍ଦିର ପ୍ରଶାସନ ଠାରୁ ଏନ.ଓ.ସି ଆଣିଛି କି ଜିଲ୍ଲା ପ୍ରଶାସନ?: ସମ୍ବିତ ପାତ୍ର
 ଐତିହାସିକ ବଗଲା ଧର୍ମଶାଳାକୁ ବିକ୍ରି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ
 ଜଗନ୍ନାଥ ସଂସ୍କୃତିର ଅଭିନ୍ନ ଅଙ୍ଗ ହେଉଛି ବଗଲା ଧର୍ମଶାଳା
 ଜଗନ୍ନାଥ ବିଶ୍ରାମସ୍ଥଳୀକୁ ଅନ୍ୟତ୍ର ସ୍ଥାନାନ୍ତର କରିବାର ନିଷ୍ପତି ରାଜ୍ୟ ସରକାର କାହିଁକି ଏବଂ କାହା ସ୍ୱାର୍ଥରେ ନେଇଛନ୍ତି ?
 ରାଜ୍ୟସରକାର ବଗଲା ଧର୍ମଶାଳାରେ ହେଉଥିବା ପ୍ଲଟିଂ କାର୍ଯ୍ୟକୁ ତୁରନ୍ତ ବନ୍ଦ କରନ୍ତୁ
 ଜଗନ୍ନାଥ ବିଶ୍ରାମସ୍ଥଳୀ ନିର୍ମାଣ କାର୍ଯ୍ୟକୁ ଗତିଶୀଳ କରାଇ ତୀର୍ଥଯାତ୍ରୀଙ୍କ ପାଇଁ ଏକ ଭବ୍ୟ ଧର୍ମଶାଳା ନିର୍ମାଣ କରାଯାଉ
ଭୁବନେଶ୍ୱର,: ପୁରୀରେ ଥିବା ବଗଲା ଧର୍ମଶାଳାକୁ ରାଜ୍ୟସରକାର ଓ ଜିଲ୍ଲାପ୍ରଶାସନ ବେଆଇନ ଭାବେ ପ୍ଲଟିଂ କରି ବିକ୍ରି
କରିଛନ୍ତି । ଧର୍ମଶାଳା ଜମି ବିଶେଷ କରି ଦାନରେ ମିଳିଥିବା ସଂପତିକୁ ବିକ୍ରି କରାଯାଇ ପାରିବ ନାହିଁ ବୋଲି ଆଇନରେ ଉଲ୍ଲେଖ ରହିଛି ।
ରାଜ୍ୟସରକାର ଗରିବ ତୀର୍ଥଯାତ୍ରୀଙ୍କ ଉଦ୍ଦେଶ୍ୟରେ ହୋଇଥିବା ଧର୍ମଶାଳାକୁ ଭାଙ୍ଗି ତୁଙ୍ଗ ନେତା ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ଖୁସ୍ କରିବା
ପାଇଁ ଏଭଳି ଏକ ଐତିହାସିକ ଧର୍ମଶାଳାକୁ ବିକ୍ରି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହା ବିରୁଦ୍ଧରେ ବିଜେପି ପକ୍ଷରୁ ଅନଲାଇନ୍ ପିଟିସନ ତଥା
ଡିଜିଟାଲ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି ।
ଏହି ଅନଲାଇନ ପିଟିସନକୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ବଗଳା ଧର୍ମଶାଳା ସମ୍ମୁଖରେ ଉନ୍ମୋଚନ କରିଛନ୍ତି । ଏହି
ଅଭିଯାନରେ ବିଶ୍ୱରେ ଥିବା କୋଟି କୋଟି ଜଗନ୍ନାଥପ୍ରେମୀ ସୋସିଆଲ ମିଡିଆ ମାଧ୍ୟମରେ ନିଜର ଡିଜିଟାଲ ଦସ୍ତଖତ କରି ‘ବଗଲା ବଂଚାଓ
ଆନ୍ଦୋଳନ’କୁ ସମର୍ଥନ କରିବା ପାଇଁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଛନ୍ତି ।
୧୯୦୫ ମସିହାରେ ଗରିବ ଲୋକ ଏବଂ ତାର୍ଥଯାତ୍ରୀଙ୍କ ପାଇଁ ପୁରୀରେ ବଗଲା ଧର୍ମଶାଳା ନିର୍ମାଣ ହୋଇଥିଲା । କହ୍ନେଇ ଲାଲ ବଗଲା
ଏହାକୁ ଦାନରେ ଦେଇଥିଲେ । ଏହି ଧର୍ମଶାଳାରେ ତୀର୍ଥଯାତ୍ରୀମାନେ ଅତି କମ୍ ଖର୍ଚ୍ଚରେ ରହଣୀ କରନ୍ତି । ପୁରୀ ବାସୀ ବିବାହ, ବ୍ରତ, ଶୁଦ୍ଧକ୍ରିୟା
ଆଦି କାର୍ଯ୍ୟକ୍ରମ ଏହି ଧର୍ମଶାଳାରେ କରୁଥିଲେ । କିନ୍ତୁ ଏତେ ବଡ ଐତିହାସିକ ସ୍ଥାନକୁ ରାଜ୍ୟସରକାର ମାଟିରେ ମିଶାଇବା ପାଇଁ ଯେଉଁ ପ୍ରୟାସ
କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀ ସମ୍ବିତ ପାତ୍ର କହିଛନ୍ତି ।
ବଗଲା ଧର୍ମଶାଳାର ୨ଟି ପକ୍ଷ ରହିଛି । ଗୋଟିଏ ଆଇନଗତ ଏବଂ ଆଉ ଗୋଟିଏ ଜନଭାବନାର ପକ୍ଷ । ଜଗନ୍ନାଥ ସଂସ୍କୃତିର ଅଭିନ୍ନ
ଅଙ୍ଗ ହେଉଛି ବଗଲା ଧର୍ମଶାଳା । ବେଆଇନ ଭାବେ ବଗଲା ଧର୍ମଶାଳାକୁ ପ୍ଲଟିଂ କରି ବିକ୍ରି କରିବା ବିରୁଦ୍ଧରେ ଏବଂ ଜଗନ୍ନାଥ ବିଶ୍ରାମସ୍ଥଳୀକୁ
ନିର୍ମାଣ କରିବା ଦାବୀ ନେଇ ଅନଲାଇନ ପିଟିସନରେ ପୂରା ବିଶ୍ୱରେ ଓଡିଆ ଭାଇ ଭଉଣୀ ଏବଂ ଜଗନ୍ନାଥ ପ୍ରେମୀମାନେ ସାମିଲ ହେବା ପାଇଁ ଶ୍ରୀ
ପାତ୍ର ଆହ୍ୱାନ କରିଛନ୍ତି ।
କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନାରେ ଆଇଟିଡିସି ତରଫରୁ ଟେଣ୍ଡର ଆହ୍ୱାନ କରାଯାଇ ପୁରୀ ବଗଲା ଧର୍ମଶାଳା ଜମି ଉପରେ
ଜଗନ୍ନାଥ ବିଶ୍ରାମସ୍ଥଳୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ନିର୍ମାଣ କାର୍ଯ୍ୟ ପାଇଁ ରାଜ୍ୟ ସରକାର, ମନ୍ଦିର ପ୍ରଶାସନ, ପୁରୀ-କୋଣାର୍କ ବିକାଶ
ପରିଷଦ, ଅଗ୍ନିଶମ ବିଭାଗ ପକ୍ଷରୁ ଅନୁମତି ନିଯାଇଥିଲା । ମନ୍ଦିର ପ୍ରଶାସନ ଏନ.ଓ.ସି ଦେବା ସମୟରେ ଦର୍ଶାଇଥିଲା କି, ଜଗନ୍ନାଥ ବିଶ୍ରାମସ୍ଥଳୀ
ଜମି ଯେଉଁଠି ହେଉଛି ତାହା ଜଗନ୍ନାଥଙ୍କ ଜମି । ୫୦ କୋଟି ଟଙ୍କା ବ୍ୟୟ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଏହି ନିର୍ମାଣ କାର୍ଯ୍ୟ ପାଇଁ ୩.୨୬
କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହୋଇସାରିଥିଲା । ମାତ୍ର ପ୍ରପର୍ଟି ଡିଲର ସାଜିଥିବା ରାଜ୍ୟ ସରକାର ହୀନ ଚକ୍ରାନ୍ତ କରି ଉକ୍ତ ଜମିକୁ ପ୍ଲଟିଂ କରି ବିକିବା
ଆରମ୍ଭ କରିଦେଲେ । ବଗଲା ଧର୍ମଶାଳାକୁ ପ୍ଲଟିଂ କରି ବିକ୍ରି କରିବା ପାଇଁ ଜିଲ୍ଲା ପ୍ରଶାସନ ମନ୍ଦିର ପ୍ରଶାସନ ଠାରୁ ଏନ.ଓ.ସି ଆଣିଛି କି ବୋଲି
ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀ ସମ୍ବିତ ପାତ୍ର ପ୍ରଶ୍ନ କରିଛନ୍ତି ।ପ୍ରଥମେ ବଗଲା ଧର୍ମଶାଳା ଜମିକୁ ନିର୍ମାଣ କାର୍ଯ୍ୟ ପାଇଁ ଆଇଟିଡିସିକୁ ହସ୍ତାନ୍ତର କରିବା, ପ୍ରକଳ୍ପ ଖର୍ଚ୍ଚ ପରିମାଣ ୫୦ କୋଟିରୁ ୭୮
କୋଟି ଟଙ୍କା ବୃଦ୍ଧି କରିବା, ୩.୨୬ କୋଟି ଟଙ୍କା ଖର୍ଚ୍ଚ ହୋଇ ପ୍ଲିଂତ୍ ଲେବଲ୍ କାର୍ଯ୍ୟ ସମାପ୍ତ ହୋଇଥିବାବେଳେ ହଠାତ୍ ନିର୍ମାଣ କାର୍ଯ୍ୟକୁ ବନ୍ଦ
କରିବାର ନିର୍ଦ୍ଦେଶ, ବଗଲା ଧର୍ମଶାଳା ଜମିକୁ ପ୍ଲଟିଂ କରି ବିକ୍ରି କରିବା, ଜଗନ୍ନାଥ ବିଶ୍ରାମସ୍ଥଳୀକୁ ଅନ୍ୟତ୍ର ସ୍ଥାନାନ୍ତର କରିବାର ନିଷ୍ପତି ରାଜ୍ୟ
ସରକାର କାହିଁକି ଏବଂ କାହା ସ୍ୱାର୍ଥରେ ନେଇଛନ୍ତି ବୋଲି ଡ.ପାତ୍ର ପ୍ରଶ୍ନ କରିଛନ୍ତି ।
ରାଜ୍ୟସରକାର ବଗଲା ଧର୍ମଶାଳାରେ ହେଉଥିବା ପ୍ଲଟିଂ କାର୍ଯ୍ୟକୁ ତୁରନ୍ତ ବନ୍ଦ କରନ୍ତୁ । ଏହା ସହ କେନ୍ଦ୍ରସରକାରଙ୍କ ପ୍ରସାଦ ଯୋଜନା
ଅନୁଯାୟୀ ତୀର୍ଥଯାତ୍ରୀଙ୍କ ରହିବା ପାଇଁ ଆରମ୍ଭ ହୋଇଥିବା ଜଗନ୍ନାଥ ବିଶ୍ରାମସ୍ଥଳୀ ନିର୍ମାଣ କାର୍ଯ୍ୟକୁ ଗତିଶୀଳ କରାଇ ତୀର୍ଥଯାତ୍ରୀଙ୍କ ପାଇଁ ଏକ
ଭବ୍ୟ ଧର୍ମଶାଳା ନିର୍ମାଣ କରାଯାଉ ବୋଲି ଶ୍ରୀ ପାତ୍ର ଦାବୀ କରିଛନ୍ତି ।
ଏହି ଅନଲାଇନ ପିଟିସନ କାର୍ଯ୍ୟକ୍ରମରେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ
ଉପସଭାନେତ୍ରୀ ପ୍ରଭାତି ପରିଡା, ରାଜ୍ୟ ସଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ବରିଷ୍ଠ ନେତା କୃଷ୍ଣ ଜଗଦେବ, ପୁରୀ ଜିଲ୍ଲା ସଭାପତି
ଆଶ୍ରିତ ପଟ୍ଟନାୟକ, ପ୍ରଭଞ୍ଜନ ମହାପାତ୍ର, ବିରଂଚୀ ତ୍ରିପାଠୀ, ସୁରଥ ବିଶ୍ୱାଳ, ରମାରଂଜନ ବଳିଆରସିଂଙ୍କ ସମେତ ଜିଲ୍ଲାର ସ୍ଥାନୀୟ ନେତୃବୃନ୍ଦ
ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking