30.1 C
Bhubaneswar
Friday, April 26, 2024
Homeଓଡିଶାଶିମିଳିପାଳରେ ନିଆ : ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଦାୟୀ

ଶିମିଳିପାଳରେ ନିଆ : ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଦାୟୀ

 

ବାରିପଦା: ଶିମିଳିପାଳ ଅଭୟାରଣ୍ୟର ବିସ୍ତୃତ ଇଲାକାରେ ଲାଗିଥିବା ନିଆଁର ତାଜା ସ୍ଥିତି ଓ କ୍ଷୟକ୍ଷିତି ସଂପର୍କରେ ଆକଳନ କରିବାକୁ ଆସିଥିଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ୧୨ ଜଣିଆ ପ୍ରତିନିଧି ଦଳ। ଗତକାଲି ଶିମିଳିପାଳ ଗସ୍ତସାରି ଯଶିପୁରରେ ପହଞ୍ଚିଥିଲେ। ପରେ ଯଶିପୁରର ରାମତୀର୍ଥ ଠାରେ ଗୁରୁତ୍ବପୂର୍ଣ୍ଣ ପ୍ରେସମିଟରେ ଘଟଣା ସମ୍ପର୍କରେ ବୟାନ କରିଥିଲେ । ହେଲେ ଶିମିଳିପାଳରେ ନିଆଁ ସମ୍ପୂର୍ଣ୍ଣ ଲିଭିନଥିବା ବେଳେ ଏବେବି ଦୁଇଟି ସ୍ଥାନରେ ନିଆଁ ଲାଗିଥିବା ପ୍ରକାଶ କରଥିଲେ । କାମ୍ପା ପାଣ୍ଠିରେ ହୋଇଥିବା ନୂତନ ବନୀକରଣ କାମରେ ବ୍ୟାପକ ଦୁର୍ନୀତି , ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନଦେଇ ଉପେକ୍ଷା କରିବା , କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଣ୍ଠି ବିନିଯୋଗରେ ଅନିୟମିତତା ଆଦି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ କରିଵା ସହ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତାକୁ ଦାୟୀ କରିକଲେ । ଗତକାଲି ସକାଳେ ଶିମିଳିପାଳ ଭିତରକୁ ଯିବା ପୂର୍ବରୁ ଆରସିସିଏଫ ଯୋଗ ଜୟାନନ୍ଦ ଏବଂ ବାରିପଦା ଡିଏଫଓ ସନ୍ତୋଷ କୁମାର ଯୋଶୀଙ୍କ ସହିତ ଆଲୋଚନା କରିଥିଲେ। ଏହା ପରେ ବରିଷ୍ଠ ନେତା ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳରେ ବିଧାୟକ ସୁବାଷ ପାଣିଗ୍ରାହୀ, ସୁକାନ୍ତ ନାୟକ, ଭାସ୍କର ମଢେଇ, ନାଉରୀ ନାଏକ, ନବଚରଣ ମାଝୀ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗଣେଶ ରାମସିଂ ଖୁଣ୍ଟିଆ, ପ୍ରକାଶ ସରେନ୍, ଜୟନ୍ତ ଷଡ଼ଙ୍ଗୀ, ବୁଢାନ ମୁର୍ମୁ, ସନାତନ ବିଜୁଳି ଓ ମୟୂରଭଞ୍ଜ ଜିଲ୍ଲାପରିଷଦ ସଭାପତି ସୁଜାତା ମୁର୍ମୁ ପ୍ରମୁଖ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking