27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଏହି ଦେଶ ମାଗଣା ଘର ସହ ଦେଇଥାଏ ଟଙ୍କା

ଏହି ଦେଶ ମାଗଣା ଘର ସହ ଦେଇଥାଏ ଟଙ୍କା

ଭୁବନେଶ୍ୱର: ସମସ୍ତେ ଚାହାଁନ୍ତି ଆମେ ଏମିତି ଏକ ଜାଗାରେ ରହିବା ଦରକାର ଯେଉଁଠି ସମସ୍ତ ପ୍ରକାର ସୁବିଧା ସୁଯୋଗ ମିଳିପାରୁଥିବ । ଆଉ ସେଠାରେ ଆମେ ଭଲ ଆୟ ମଧ୍ୟ କରିପାରୁଥିବା ଦରକାର । ହୁଏତ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପୁରା ବିଶ୍ୱରେ କିଛି ଏମିତି ବି ଜାଗା ଅଛି ଯେଉଁଠି ରହିବା ପାଇଁ ଆପଣଙ୍କୁ ଅନେକ ପଇସା ମିଳେ । ତାହେଲେ ଆଜି  ଆମେ ଏମିତି କିଛି ସ୍ଥାନ ବିଷୟରେ କହିବୁ ଯେଉଁଠି ରହିଲେ ଆପଣଙ୍କୁ ଭଲ ଟଙ୍କା ମିଳିବ ।
ପ୍ରଥମରେ ଆସିବ ନ୍ୟୁ ହେଭେନ, ୟୁଏସଏ
ଯଦି ଆପଣ ନୂଆ ଘର କିଣିବାକୁ ଚାହୁଁଛନ୍ତି, ତେବେ ସେଠାରେ ଆପଣଙ୍କୁ ଏକ ପ୍ରୋଗ୍ରାମ ଅନୁସାରେ, ୧୦ ହଜାର ଡଲାର ଅର୍ଥାତ ୭ ଲକ୍ଷ ଭାରତୀୟ ମୁଦ୍ରା ମିଳିବ । ଏହା ବ୍ୟତୀତ ସେଠାରେ ଆପଣଙ୍କ ପିଲାଙ୍କୁ ଫ୍ରିରେ ପାଠ ମଧ୍ୟ ପଢାଇପାରିବେ ।
ଏହାପରେ ଆସିବ କାଇଟାନଗାଟା, ନ୍ୟୁଜିଲାଣ୍ଡ
ସେଠାରେ ଆପଣଙ୍କୁ ଟଙ୍କା ଦିଆଯିବ ନାହିଁ । ମାତ୍ର ୪ ଏକରର ଘର ଆପଣଙ୍କୁ ମାଗଣାରେ ଦିଆଯିବ । ଯାହାର ମୂଲ୍ୟ ୨ ଲକ୍ଷ ୩୦ ହଜାର ୟୁଏସଏ ଡଲାର ହୋଇପାରେ ।
ଏହାପରେ ଆସିବ ସାସକଟଚୁଆନ, କାନାଡା
ଏଜୁକେସନ ପାଇଁ ସେଠାରେ ଆପଣଙ୍କୁ ଅନେକ ଫାଇଦା ମିଲିଥାଏ । ଯଦି ଆପଣ ଗ୍ରାଜୁଏଟ, ତେବେ ଆପଣଙ୍କୁ ୨୦ ହଜାର କାନାଡିଆନ ଡଲାର ଅର୍ଥାତ ୧୦ ଲକ୍ଷ ମିଳିବ । ହେଲେ ଏଥିପାଇଁ ଏକ ସର୍ତ୍ତ ରହିଛି । ତାହା ହେଲା ଆପଣଙ୍କ ଗ୍ରାଜୁଏସନ ୨୦୧୦ ପରେ ହୋଇଥିବା ଦରକାର  ଏବଂ ତାହା କାନାଡାରେ ହିଁ ହୋଇଥିବା ଦରକାର ।
ନମ୍ବର ୪ରେ ଆସିବ ଚିଲ୍ଲୀ
ସେଠାରେ ଆପଣଙ୍କୁ କୌଣସି ପ୍ରକାର ବ୍ୟବସାୟ ପାଇଁ ଟଙ୍କା ଦିଆଯାଏ । ବ୍ୟବସାୟ କରିବା ପାଇଁ ସେଠାରେ ଆପଣ ୫୦ ହଜାର ୟୁଏସଏ ଡଲାର ଅର୍ଥାତ ୩୫ ଲକ୍ଷ ଭାରତୀୟ ମୁଦ୍ରା ମିଳିବ । ଏଥିପାଇଁ ଆପଣଙ୍କ ପାଖରେ ଭଲ ବିଜିନେସ ଟିପ୍ସ ମଧ୍ୟ ରହିବା ଦରକାର ।
କଂସାସ ସିଟି, ୟୁଏସଏ
ଏହି ସହର ମଧ୍ୟ ନିଜର ଉନ୍ନତ ଓ ଫେମସ ପ୍ରାଗ୍ରାମସ ପାଇଁ ସାରା ବିଶ୍ୱରେ ପରିଚିତ । ସେଠାରେ ରୁରାଲ ଅପରଚ୍ୟୁନିଟି ପ୍ରୋଗ୍ରାମ ପରିଚାଳିତ କରାଯାଏ । ପିଲାମାନେ ପଢିବା ପାଇଁ ସେଠାରେ ଛାତ୍ରଛାତ୍ରୀଙ୍କୁ ଭଲ ଋଣ ପ୍ରଦାନ କରାଯାଏ ।
ଏହାପରେ ଆସିବ କେଣ୍ଡେଲା, ଇଟଲି
ୟୁରୋପର ଏହି ଦେଶ ନିଜ ସୁନ୍ଦରତା ପାଇଁ ସମଗ୍ର ବିଶ୍ୱରେ ପରିଚିତ । ସେଠାରେ କ୍ୟାଣ୍ଡେଲା ସହରରେ ଏକା ରହୁଥିବା ବ୍ୟକ୍ତିଙ୍କୁ ୮୦୦ ୟୁରୋ ଅର୍ଥାତ ୬୫ ହଜାର ଇଣ୍ଡିଆନ ୟୁରୋ ଦିଆଯାଏ ଏବଂ ପୁରା ପରିବାରକୁ ୨ ହଜାର ୟୁରୋ ଅର୍ଥାତ ୧ ଲକ୍ଷ ୬୦ ହଜାର ଟଙ୍କା ଦିଆଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking