28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କଲା ବିଜେପି

ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କଲା ବିଜେପି

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଛି। ଦଳ ପକ୍ଷରୁ ଘୋଷଣା ହୋଇଥିବା ୩୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ ପ୍ରଥମରେ ଅଛି। ଏହି ତାଲିକାରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ରାଜନାଥ ସିଂ, ଅମିତ ଶାହ, ନୀତିନ ଗଡ଼କରୀ, ଧର୍ମେନ୍ଦ୍ର ପ୍ରଧାନ, ଯୋଗୀ ଆଦିତ୍ୟ ନାଥ, ହେମାମାଳିନୀଙ୍କ ନାଁ ରହିଛି। ଏହି ୩୦ ଜଣ ଷ୍ଟାର କ୍ୟାମ୍ପେନର ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଚାର କରିବେ। ୭ଟି ପର୍ଯ୍ୟାୟରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ହେବ। ଫେବୃଆରୀ ୧୦ରୁ ନିର୍ବାଚନ ହେବାକୁ ଥିବାବେଳେ ମାର୍ଚ୍ଚ ୧୦ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।

ନିକଟରେ ବିଜେପି ୟୁପି ବିଧାନସଭା ନିର୍ବାଚନ ପାଇଁ ୧୦୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଏହି ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି। ସେପଟେ ନିର୍ବାଚନ ହେବାକୁ ଆଉ ମାତ୍ର କିଛି ସପ୍ତାହ ଥିବାବେଳେ ଏହା ପୂର୍ବରୁ ସମାଜବାଦୀ ପାର୍ଟିକୁ ଶକ୍ତ ଝଟ୍‌କା ଲାଗିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking