28.1 C
Bhubaneswar
Sunday, April 28, 2024
Homeଓଡିଶାବିଜେଡି ସାଂସଦ-ବିଧାୟକ ମୁହାଁମୁହିଁ

ବିଜେଡି ସାଂସଦ-ବିଧାୟକ ମୁହାଁମୁହିଁ

ଭୁବନେଶ୍ୱର:ବିଜେଡିର ୨ ନେତା ଢେଙ୍କାନାଳ ସାଂସଦ ଓ ପାଲଲହଡା ବିଧାୟକ ମୁହାଁମୁହିଁ ହୋଇଛନ୍ତି । କୋଭିଡ କେୟାର ସେଣ୍ଟର ଉଦଘାଟନ ନେଇ ମୁହାଁମୁହିଁ ଓ ଉଚ୍ଚବାଚ ହୋଇଥିବା ସୂଚନା ମିଳିଛି । ସାଂସଦ ପହଂଚିବା ପୂର୍ବରୁ ବିଧାୟକ ଉଦଘାଟନ କରିଦେବାରୁ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି । ସାଂସଦ ମହେଶ ସାହୁ ପହଂଚିବା ପୂର୍ବରୁ ବିଧାୟକ ମୁକେଶ ପାଲ୍ ଫିତା କାଟିଥିଲେ । କିଛି ସମୟ ପରେ ସାଂସଦ ପହଂଚି ଫିତା କଟାସରିଥିବା ଦେଖି ରାଗିଯାଇଥିଲେ । ଏମିତିକି ସର୍ବସମ୍ମୁଖରେ ବିଧାୟକଙ୍କୁ ଅଶ୍ରାବ୍ୟ ଭାଷା ବି ପ୍ରୟୋଗ କରିଥିଲେ । ଏହାକୁ ନେଇ ବିଧାୟକ ଓ ଉପସ୍ଥିତ ସମର୍ଥକ ପ୍ରତିବାଦ କରିଥିଲେ । ବିଧାୟକଙ୍କ ସମର୍ଥକମାନେ ପାଟିତୁଣ୍ଡ ସହ ସାଂସଦଙ୍କୁ ବିରୋଧ କରିଥିଲେ ।  ତେବେ ସେ କିଛି ଖରାପ କଥା କହିନାହାନ୍ତି ବୋଲି କହିଛନ୍ତି ସାଂସଦ । ସାଂସଦ ପହଂଚିବା ପୂର୍ବରୁ ବିଧାୟକ ଫିତା କାଟିଥିବା ତାଙ୍କୁ ପଚାରିଥିଲି । ବିରୋଧୀଙ୍କ ତମ୍ବିତୋଫାନ ବେଳେ ଏ ରାଜନୀତି କାହିଁକି ବୋଲି କହିଥିଲି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking