28.1 C
Bhubaneswar
Thursday, March 28, 2024
Homeଓଡିଶାପୂର୍ବତନ ବିଧାୟକ ବିକ୍ରମ ବର୍ମାଙ୍କ ପରଲୋକ

ପୂର୍ବତନ ବିଧାୟକ ବିକ୍ରମ ବର୍ମାଙ୍କ ପରଲୋକ

ସାଲେପୁର: ପୂର୍ବତନ ବିଧାୟକ ବିକ୍ରମ ବର୍ମାଙ୍କ ପରଲୋକ ହୋଇଛି । ମାହାଙ୍ଗାର ପୂର୍ବତନ ବିଧାୟକ ତଥା ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ହେଉଛନ୍ତି ବିକ୍ରମ ବର୍ମା । କରୋନାରେ ଆକ୍ରାନ୍ତ ହୋଇ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଥିଲେ । ବିକ୍ରମ ବର୍ମାଙ୍କ ପରଲୋକ ନେଇ ଜ୍ୱାଇଁ ନିରଂଜନ ଭୂୟାଁ ସୂଚନା ପ୍ରଦାନ କରିଛନ୍ତି ।
ମାହାଙ୍ଗାରୁ ବିଜେଡି ପକ୍ଷରୁ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସେ ବିଧାୟକ ଥିଲେ । ତାଙ୍କ ଦେହାନ୍ତରେ ମାହାଙ୍ଗାରେ ଶୋକର ଛାୟା ଖେଳିଯାଇଛି । କେବଳ ଜଣେ ବିଧାୟକ ନୁହେଁ ବରଂ ଜଣେ ସାହିତ୍ୟିକ ଓ ଶିକ୍ଷକ ନେତା ଭାବରେ ସେ ଖ୍ୟାତ ଥିଲେ । ଅନେକ ସ୍ଥାନରେ ସେ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଥିଲେ । ଏହାକୁ ବାଦ ଦେଲେ ସେ ସାହିତ୍ୟରେ ରୁଚି ରଖୁଥିଲେ । ସରଳ ଜୀବନଯାପନ ବିତାଉଥିବା ବିକ୍ରମ ବର୍ମା ମାହାଙ୍ଗାରେ ବେଶ ଲୋକପ୍ରିୟ ଥିଲେ । ତେବେ ସତ୍ୟନଗରରେ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking