32.1 C
Bhubaneswar
Friday, April 26, 2024
Homeଓଡିଶାପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ହେଉଛି ଶକ୍ତିଶାଳୀ: ନୂଆ କର୍ମୀଙ୍କୁ ସମ୍ବର୍ଦ୍ଧନା

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ହେଉଛି ଶକ୍ତିଶାଳୀ: ନୂଆ କର୍ମୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର: ଆସନ୍ତା ମାସରେ ପଞ୍ଚାୟତ ନିର୍ବାଚନ। ତା ପୂର୍ବରୁ ରାଜ୍ୟର ୧ ନମ୍ବର ରାଜନୈତିକ ଦଳ ବିଜେଡି ଅଧିକ ବଳ ଗୋଟାଇବାରେ ଲାଗିଛି। ପଞ୍ଚାୟତ ମତଦାନ ପୂର୍ବରୁ ଅନ୍ୟ ଦଳ ପ୍ରତି ବିତୃସ୍ପୃହ ହୋଇ ଉଠିଥିବା ତୃଣମୂଳସ୍ତରର ନେତା ଓ କର୍ମୀ ନିଜ ପାର୍ଟି ଛାଡ଼ି ଶାସକ ଦଳରେ ସାମିଲ ହେବାର ପ୍ରକ୍ରିୟା ଜାରି ରହିଛି। ସେମାନେ ବୁଝି ପାରିଛନ୍ତି ରାଜ୍ୟର ଗ୍ରାମାଞ୍ଚଳ ଲୋକଙ୍କ ସଠିକ୍ ମନୋଭାବ ଓ ସେହି ଅନୁସାରେ ନିଜକୁ ଲୋକଙ୍କ ପସନ୍ଦର ଦଳ ସହ ଯୋଡ଼ି ରଖିବା ପାଇଁ ବିଜେଡିର ସଦସ୍ୟତା ଗ୍ରହଣ କରିବାରେ ଲାଗିଛନ୍ତି। ଗତ ୧୧ ତାରିଖରେ ଛତ୍ରପୁର ନିର୍ବାଚନମଣ୍ଡଳୀର ବହୁ ବିଜେପି ଓ କଂଗ୍ରେସ ନେତା ଏବଂ କର୍ମୀ ଭୁବନେଶ୍ଵର ଠାରେ ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଡ. ଗୋପବନ୍ଧୁ ଦାଶଙ୍କ ଉପସ୍ଥିତିରେ ବିଜେଡିରେ ନିଜକୁ ସାମିଲ କରିଥିଲେ। ସେମାନଙ୍କୁ ଆଜି ଜିଲ୍ଲା ବିଜେଡି ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଭାବାନଗରସ୍ଥିତ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ନବାଗତ ନେତା ଓ କର୍ମୀଙ୍କୁ ବିଜେଡିରେ ବିଧିବଦ୍ଧ ଭାବେ ସ୍ବାଗତ କରାଯାଇଛି। ଜିଲ୍ଲା ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ସମେତ ଜିଲ୍ଲା ଓ ଛତ୍ରପୁର ନିର୍ବାଚନମଣ୍ଡଳୀର ବହୁ ନେତା ଓ କର୍ମୀ ଉପସ୍ଥିତ ରହି ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ଅନ୍ୟ ଯେକୌଣସି ରାଜନୈତିକ ଦଳ ଅପେକ୍ଷା ଅଧିକ ଶକ୍ତିଶାଳୀ ହେଉଥିବା ଓ ବିପୁଳ ଜନସମର୍ଥନରେ ହିଁ ଏହି ନିର୍ବାଚନ ସମରରେ ବିଜୟର ଶଙ୍ଖନାଦ କରିବ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ। ଆଗାମୀ ଦିନରେ ଛତ୍ରପୁର ନିର୍ବାଚନମଣ୍ଡଳୀରେ ଦଳକୁ ତୃଣମୂଳସ୍ତରରୁ ମଜବୁତ୍ କରିବା ସହ ଶୃଙ୍ଖଳିତ କର୍ମୀ ଭାବେ ସମସ୍ତେ କାର୍ଯ୍ୟ କରିବେ ବୋଲି ନୂତନ କରି ବିଜେଡିରେ ଯୋଗ ଦେଇଥିବା କର୍ମୀମାନେ ମତପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking