29.1 C
Bhubaneswar
Wednesday, May 8, 2024
Homeଓଡିଶାହକିରୁ ବୀରେନ୍ଦ୍ର ଲାକ୍ରାଙ୍କ ଅବସର

ହକିରୁ ବୀରେନ୍ଦ୍ର ଲାକ୍ରାଙ୍କ ଅବସର

ଭୁବନେଶ୍ୱର: ହକିରୁ ଅବସର ଘୋଷଣା କରିଛନ୍ତି ଟୋକିଓ ହକି ବ୍ରୋଂଜ ପଦକ ବିଜେତା ବୀରେନ୍ଦ୍ର ଲାକ୍ରା । ବୀରେନ୍ଦ୍ରଙ୍କ ଅବସର ଘୋଷଣା ନେଇ ହକି ଇଣ୍ଡିଆ ପକ୍ଷରୁ ଟ୍ୱିଟ ଯୋଗେଁ ସୂଚନା ପ୍ରଦାନ କରାଯାଇଛି । ୨୦୧ଟି ଅନ୍ତର୍ଜାତୀୟ  ମ୍ୟାଚ ଖେଳିସାରିଛନ୍ତି ବୀରେନ୍ଦ୍ର ଲାକ୍ରା ।

ଦେଶ ତଥା ଓଡ଼ିଶାର ଗୌରବ ହକି ତାରକା ବୀରେନ୍ଦ୍ର ଲାକ୍ରା । ବିରେନ୍ଦ୍ରଙ୍କ ଜନ୍ମ ୩ ଫେବୃୟାରୀ ୧୯୯୦ ସୁନ୍ଦରଗଡରେ ହୋଇଥିଲା । ସେ ହେଉଛନ୍ତି ଭାରତୀୟ ହକି ଖେଳାଳୀ  ା ୨୦୧୨ ଲଣ୍ଡନ ଅଲମ୍ପିକ ମଧ୍ୟରେ ପୁରୁଷ ହକି ଟିମରେ ସେ ଭାରତର ପ୍ରତିନିଧିତ୍ୱ କରିଥିଲେ । ଲାକ୍ରାଙ୍କ ବଡ ଭାଇ ବିମଳ ଭାରତ ପାଇଁ ମିଡଫିଲ୍ଡର ଭାବରେ ଖେଳିଥିଲେ । ସେହିଭଳି ତାଙ୍କ ଭଉଣୀ ଅଂସୁତା ଲାକ୍ରା ଭାରତ ମହିଳା ହକି ଟିମ ପାଇଁ ଖେଳିସାରିଛନ୍ତି ।  ଟିମ ପାଇଁ ଅଧିନାୟକତ୍ୱ ବି କରିସାରିଛନ୍ତି । ବିରେନ୍ଦ୍ର ଲାକ୍ରା ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସେଲ ହକି ଏକାଡେମୀର ଖେଳାଳୀ । ସେ୨୦୦୭ରେ ସିଙ୍ଗାପୁର ପାଇଁ ତାଙ୍କୁ ପ୍ରଥମଥର ଭାରତୀୟ ଜୁନିଅର ଟିମରେ ସାମିଲ କରାଯାଇଥିଲା । ସେ ୨୦୧୨ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାମ୍ପିୟନ୍ସ ଚ୍ୟାଲେଂଜ ଟୁର୍ଣ୍ଣାମେଣ୍ଟରେ ଟେଷ୍ଟ ସିରିଜରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ସେହିଭଳି ୨୦୧୦ରେ ଢାକାରେ ସାଫ୍ ଗେମ୍ସ, ୨୦୦୯ ସିଡନୀରେ ୟୁଥ ଅଲମ୍ପିକ ଓ ୨୦୦୯ ସିଙ୍ଗାପୁରରେ ଜୁନିୟର ବିଶ୍ୱ କପରେ  ପ୍ରତିନିଧିତ୍ୱ କରିଥିଲେ ।
ସେ ଅଲମ୍ପିକ ହକି କ୍ୱାଲିଫାଏଙ୍ଗର ଅନ୍ତିମ ଗେମରେ ଭାରତର ବିଜୟରେ ପ୍ରଥମ ଗୋଲ କରିଥିଲେ । ୨୦୧୨ ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲରେ ଭାରତକୁ ନେବା ପାଇଁ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ ବିରେନ୍ଦ୍ର ଲାକ୍ରା । ଭାରତ ମାତ୍ର  ଗୋଟିଏ ଗୋଲ ସାହାଯ୍ୟରେ ବେଲଜିୟମକୁ ପରାସ୍ତ କରିଥିଲା , ଯାହା ବିରେନ୍ଦ୍ର ଲାକ୍ରାଙ୍କ ଦ୍ୱାରା ଦିଆଯାଇଥିବା ପାସ୍ ଦ୍ୱାରା ଆଗକୁ ବଢିଥିଲା । ଏହାସହିତ ଭାରତ ୮ ବର୍ଷରେ ପ୍ରଥମ ଥର ଚାମ୍ପିୟନ୍ସ ଟ୍ରଫିର ସେମିଫାଇନାଲରେ ପହଂଚିଥିଲା । ୨୦୧୪ ରାଷ୍ଟ୍ରମଣ୍ଡଳ ଖେଳରେ ଲାକ୍ରା ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking