28.1 C
Bhubaneswar
Saturday, May 11, 2024
Homeବ୍ରେକୀଙ୍ଗଚିକିତ୍ସକ ତଥା ସ୍ୱାଧୀନତା ସଂଗ୍ରାମୀ ବିଧାନ ଚନ୍ଦ୍ର ରାୟ

ଚିକିତ୍ସକ ତଥା ସ୍ୱାଧୀନତା ସଂଗ୍ରାମୀ ବିଧାନ ଚନ୍ଦ୍ର ରାୟ

ନୂଆଦିଲ୍ଲୀ: ଡକ୍ଟର ବିଧାନ ଚନ୍ଦ୍ର ରାୟ ଚିକିତ୍ସକ ତଥା ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ପଶ୍ଚିମବଙ୍ଗର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଥିଲେ । ତାଙ୍କ ଜନ୍ମଦିନ ୧ ଜୁଲାଇକୁ ଭାରତରେ ଚିକିତ୍ସକ ଦିବସ ଭାବରେ ପାଳନ କରାଯାଏ । ୧୯୭୧ ମସିହାରେ ତାଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । କାୟସ୍ଥ୍ୟ ମହାରାଜା ପ୍ରାତପଦିତ୍ୟଙ୍କ ବଂଶଜ ଥିଲେ ବିଧାନ ଚନ୍ଦ୍ର ରାୟ । ବିଧାନଙ୍କ ଜନ୍ମ ଖଜାନଚୀ ରୋଡ ବାଙ୍କୀପୁର, ବିହାରରେ ଏକ ବଙ୍ଗାଳୀ ପରିବାରରେ ହୋଇଥିଲା । ତାଙ୍କ ଜନ୍ମସ୍ଥାନକୁ ବର୍ତମାନ ଅଘୋର ପ୍ରକାଶ ଶିଶୁ ସଦନ ନାମକ ବିଦ୍ୟାଳୟରେ ପରିବର୍ତନ କରାଯାଇଛି । ତାଙ୍କ ମାତାପିତା ବ୍ରହହ୍ମସମାଜର ଥିଲେ । ତାଙ୍କ ପିତା ପ୍ରକାଶ ଚନ୍ଦ୍ର ରାୟ ଡେପୁଟି ମାଜିଷ୍ଟ୍ରଟ ଥିଲେ । ମାତ୍ର ଦାନଶୀଳ ଏବଂ ଧାର୍ମିକ ଭାବନା ଥିବାରୁ କେବେ ଅର୍ଥ ସଂଚୟ କରିପାରିନଥିଲେ । ଅର୍ଥାତ ବିଧାନଚନ୍ଦ୍ର ରାୟଙ୍କ ପ୍ରାରମ୍ଭିକ ଜୀବନ ଅଭାବ ମଧ୍ୟରେ କଟିଥିଲା । ବିଏ ପରୀକ୍ଷା ପାସ୍ କରିବା ପରେ ସେ ୧୯୦୧ ମସିହାରେ କଲିକତା ଚାଲି ଯାଇଥିଲେ । ସେଠାରେ ସେ ଏମ.ଡି ପରୀକ୍ଷା ଇତ୍ତୀର୍ଣ୍ଣ କରିଥିଲେ । ନିଜ ପଢା ଖର୍ଚ୍ଚ ସେ ହିଁ ବହନ କରୁଥିଲେ ।

କଲିକତାରେ ନିଜ ପାଂଚ ବର୍ଷ ଅଧ୍ୟୟନ କାଳରେ ସେ ପାଂଚ ଟଙ୍କାର ମାତ୍ର ଗୋଟିଏ ବହି କିଣିଥିଲେ । ଏମ.ଡି ପରୀକ୍ଷା ପାସ ହେବା ପରେ ଉଚ୍ଚ ଶିକ୍ଷା ପାଇଁ ଇଂଲଣ୍ଡ ଗଲେ । ପରେ ଦୁଇ ବର୍ଷ ମଧ୍ୟରେ ସେ ଏଫ ଆର ସି ଏସ ପରୀକ୍ଷା ଉତ୍ତୀର୍ଣ୍ଣ କରିଥିଲେ । ପରବର୍ତ୍ତୀ ସମୟରେ ସେ ଯେତେବେଳେ ଭାରତ ଫେରିଥିଲେ, ସିୟାଲଦହରେ ଏକ ଚିକିତ୍ସାଳୟ ଖୋଲିଥିଲେ ଏବଂ ସରକାରୀ ଚାକିରୀ ମଧ୍ୟ କଲେ । ହେଲେ ନିଜର ସୀମିତ ଜୀବନକ୍ରମରେ ସନ୍ତୁଷ୍ଟ ନଥିଲେ ବିଧାନ ।

୧୯୨୩ରେ ସେ ସୁରେନ୍ଦ୍ରନାଥ ବାନାର୍ଜୀ ଭଳି ରାଜନୀତିଜ୍ଞ ଓ ତତ୍କାଳିନ ମନ୍ତ୍ରୀଙ୍କ ବିରୋଧରେ ବିଧାନ ପରିଷଦ ନିର୍ବାଚନରେ ଛିଡା ହୋଇଥିଲେ ଓ ସ୍ୱରାଜ୍ୟ ପାର୍ଟି ସହାୟତାରେ ସେ ସଫଳ ହେଲେ । ବଙ୍ଗାଳ ରାଜନିତୀରେ ସେ ପ୍ରମୁଖ ସ୍ଥାନ ଗ୍ରହଣ କରିଥିଲେ । ୧୯୨୬ରେ ମୋତିଲାଲ ନେହେରୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର କଲିକତା ଅଧିବେଶନ ସ୍ୱାଗତସମିତିରେ ସେ ମହାମନ୍ତ୍ରୀ ଥିଲେ । ରାଜିନୀତିରେ ଡକ୍ଟର ରାୟ ଉଗ୍ର ରାଷ୍ଟ୍ରବାଦୀ ନୁହେଁ ବରଂ ମଧ୍ୟମ ମାର୍ଗୀ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking