28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଛାତ୍ର ଜୀବନରେ କେମିତି ଥିଲେ ପ୍ରଫୁଲ୍ଲ

ଛାତ୍ର ଜୀବନରେ କେମିତି ଥିଲେ ପ୍ରଫୁଲ୍ଲ

ନୂଆଦିଲ୍ଲୀ: ପ୍ରଫୁଲ୍ଲ ଚନ୍ଦ୍ର ଘୋଷ (୧୮୯୧-୧୯୮୩) ପଶ୍ଚିମବଙ୍ଗର ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ । ପଶ୍ଚିମବଙ୍ଗର ସେ ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । ପ୍ରଥମଥର ୧୫ ଅଗଷ୍ଟ ୧୯୪୭ରୁ ୧୪ ଅଗଷ୍ଟ ୧୯୪୮ ପର୍ଯ୍ୟନ୍ତ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ସରକାରରେ, ପରେ ୨ ନଭେମ୍ବର ୧୯୬୭ରୁ ୨୦ ଫେବୃୟାରୀ ୧୯୬୮ ପର୍ଯ୍ୟନ୍ତ ପ୍ରଗତିଶୀଳ ଲୋକତାନ୍ତ୍ରିକ ଗଠବନ୍ଧନ ସରକାରରେ ଥିଲେ । ତାଙ୍କର ଶିକ୍ଷା ପ୍ରେସିଡେନ୍ସି କଲେଜ, କଲିକତାରେ ହୋଇଥିଲା । ସେଠାରେ ସେ କେମିଷ୍ଟ୍ରିରେ ବିଏସସି କରିଥିଲେ ଏବଂ ଗୋଲ୍ଡ ମେଡାଲିଷ୍ଟ ମଧ୍ୟ ଥିଲେ । ପ୍ରଫୁଲ୍ଲ ଘୋଷଙ୍କ ଜନ୍ମ ୨୪ ଡିସେମ୍ବର ୧୮୯୧ରେ ଢାକା ଜିଲ୍ଲାର ଏକ ଗାଁରେ ହୋଇଥିଲା । ତାଙ୍କ ବାପାଙ୍କ ନାଁ ଥିଲା ପୂର୍ଣ୍ଣ ଚନ୍ଦ୍ର ଘୋଷ ଓ ମା ଙ୍କ ନାଣ ଥିଲା ବିନୋଦିନୀ ଦେବୀ । ସେମାନେ ଧାର୍ମିକ ଥିଲେ । ପ୍ରଫୁଲ୍ଲ ଘୋଷ ନିଜ ଛାତ୍ର ଜୀବନରେ ଜଣେ ଭଲ ଛାତ୍ର ଥିଲେ । ଛାତ୍ରବୃତ୍ତି ସହ ସବୁବେଳେ ପ୍ରଥମ ସ୍ଥାନରେ ରହୁଥିଲେ ।

ପ୍ରଥମଥର ପାଇଁ ପ୍ରଫୁଲ୍ଲ ଜଗନ୍ନାଥ କଲେଜରେ ନାମ ଲେଖାଇ ପରେ ଢାକା ଚାଲିଗଲେ । ସେଠାରେ ସେ ୧୯୧୩ରେ ବିଏ ଓ ବିଏସସି ସହିତ ସ୍ନାତ୍ତକ ହାସଲ କରିଥିଲେ । ୧୯୧୬ରେ ସେ ଏମଏ ଓ ଏମଏସିରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ୧୯୨୦ ମସିହାରେ ତାଙ୍କୁ କଲିକତା ବିଶ୍ୱବିଦ୍ୟାଳୟ ଦ୍ୱାରା ରସାୟନ ବିଜ୍ଞାନରେ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଥିଲା । ୧୯୧୩ ମସିହାରୁ ପ୍ରଫୁଲ୍ଲ ଶିକ୍ଷା ଉପରେ ଧ୍ୟାନ ରଖିବା ଛାଡି ଦେଇଥିଲେ ।

ପରେ ସେ ସୁରେନ୍ଦ୍ରନାଥ ବାନାର୍ଜୀଙ୍କ ସହ ସାକ୍ଷାତ ହୋଇଥିଲେ । ମହାତ୍ମାଗାନ୍ଧୀଙ୍କ ଅହିଂସା ନୀତିରେ ସେ ପ୍ରଭାବିତ ହେଲେ । ଆରମ୍ଭରୁ ଗାନ୍ଧୀବାଦି ଚିନ୍ତାଧାରା ତାଙ୍କୁ ପ୍ରଭାବିତ କରିପାରିନଥିଲା । ହେଲେ ଡିସେମ୍ବର ୧୯୨୦ରେ ଢାକାରେ ଗାନ୍ଧୀଙ୍କ ଶୋଷଣ ଶୁଣିବା ପରେ ସେ ପ୍ରଭାବିତ ହୋଇଥିଲେ ଏବଂ ଅବିଳମ୍ବେ କଲିକତାରେ ତାଙ୍କର ଗାନ୍ଧୀଙ୍କ ସହ ସାକ୍ଷାତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking