29.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଅଞ୍ଜନା ଗଣ ଦୁଷ୍କର୍ମ ମାମଲା: TI ପରେଡ ପାଇଁ ସିବିଆଇ କଲା ଆବେଦନ

ଅଞ୍ଜନା ଗଣ ଦୁଷ୍କର୍ମ ମାମଲା: TI ପରେଡ ପାଇଁ ସିବିଆଇ କଲା ଆବେଦନ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳର ଟିଆଇ ପରେଡ ପାଇଁ ଆବେଦନ ହୋଇଛିି । ସିବିଆଇର ସ୍ପେଶାଲ ସିଜେଏମ କୋର୍ଟରେ ଟିଆଇ ପରେଡ ପାଇଁ ଆବେଦନ କରାଯାଇଛି । ସିବିଆଇ କୋଲକାତା ପକ୍ଷରୁ ଟିଆଇ ପରେଡ ପାଇଁ ଆବଦନ ହୋଇଛି । ବିବନକୁ ୫ ଦିନିଆ ରିମାଣ୍ଡରେ ନେବା ଲାଗି ମଧ୍ୟ ସିବିଆଇ ଆବେଦନ କରିଛି । ଅନ୍ୟପଟେ ୨୨ ବର୍ଷ ପରେ ବିବନକୁ ଚିହ୍ନଟ ମୋ ପାଇଁ କଷ୍ଟକର ହେବ ବୋଲି କହିଛନ୍ତି ପୀଡିତା । ଚିହ୍ନିବା ପାଇଁ ଚେଷ୍ଟା କରିବି । ୨୨ ବର୍ଷ ପରେ TI ପରେଡ୍‌ରେ ବିବନକୁ ଚିହ୍ନିବି। କାହା ପ୍ରରୋଚନାରେ ଗଣଦୁଷ୍କର୍ମ ହୋଇଥିଲା ପଦାକୁ ଆସୁ। ବିବନକୁ କିଏ ଫେରାର କଲା ସାମ୍ନାକୁ ଆସୁ।  ୨୨ ବର୍ଷ ହେଲା ବିବନ କେଉଁଠି ଲୁଚିଥିଲା । ବିବନକୁ କିଏ ଓଡିଶାରୁ ଫେରାର କରାଇଲା ତାହାର ତଦନ୍ତ କରୁ ସିବିଆଇ ବୋଲି ଦାବି କରିଛନ୍ତି ଅଞ୍ଜନା ମିଶ୍ର । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking