28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଲୋକପ୍ରିୟ ଯାତ୍ରା କଳାକାର ଭିକୁ ସେଠଙ୍କ ପରଲୋକ

ଲୋକପ୍ରିୟ ଯାତ୍ରା କଳାକାର ଭିକୁ ସେଠଙ୍କ ପରଲୋକ

ଭୁବନେଶ୍ୱର :ଯାତ୍ରା ଦୁନିଆ ପାଇଁ ଆସିଲା ଏକ ବଡ଼ ଦୁଃଖଦ ଖବର । ଲୋକପ୍ରିୟ ଯାତ୍ରା କଳାକାର ମହେନ୍ଦ୍ର ଦାସଙ୍କ ପରଲୋକ ଘଟିଛି । ସେ ମହେନ୍ଦ୍ର ନାମ ଅପେକ୍ଷା ଭିକୁ ସେଠଙ୍କ ନାମରେ ବେଶ ପରିଚିତ ଥିଲେ । ଚୌଦ୍ୱାର ସ୍ଥିତ ବାସଭବନରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୫ବର୍ଷ ବୟସ ହୋଇଥିଲା ।

ଛାତିରେ ଯନ୍ତ୍ରଣା ପରେ ଚୌଦ୍ୱାରରୁ କଟକ ନେବା ବାଟରେ ମୃତ୍ୟୁ ହୋଇଛି । ଏନେଇ ତାଙ୍କ ସଂପର୍କୀୟ ସୂଚନା ଦେଇଛନ୍ତି ।ଶାଗୁଣା ବସିଛି ଡେଣା ବେଲାଇ ନାଟକ ପରେ ସେ ଚର୍ଚ୍ଚାକୁ ଆସିଥିଲେ । ଖଳନାୟକ ଭାବେ ସେ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ । ତାଙ୍କର ମୃତ୍ୟୁରେ ସମଗ୍ର ରାଜ୍ୟ ବାସୀ ଓ ଯାତ୍ରା ପ୍ରେମୀ ବେଶ୍ ମର୍ମାହତ ହୋଇପଡ଼ିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking