29.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଜରି କୁଡ଼ିଆରୁ ମୁକ୍ତି ପାଇବେ ବସ୍ତିବାସିନ୍ଦା

ଜରି କୁଡ଼ିଆରୁ ମୁକ୍ତି ପାଇବେ ବସ୍ତିବାସିନ୍ଦା

ଢେଙ୍କାନାଳ : ଢେଙ୍କାନାଳ ପୌରପାଳିକା ପକ୍ଷରୁ ଆରମ୍ଭ ହୋଇଯାଇଛି ଜାଗା ମିଶନ ପଦକ୍ଷପ । ଗୃହ ଓ ନଗର ଉନ୍ନୟନ ବିଭାଗ,ଜାଗା ମିଶନ, ଟାଟା ଟ୍ରଷ୍ଟ ଓ ପୌରପାଳିକାର ମିଳିତ ଉଦ୍ୟମରେ ପୌରାଅଞ୍ଚଳରୁ ୨୩ ଗୋଟି ୱ।ଡରେ ରହୁଥିବା ଭୂମିହିନମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଏହି ଜାଗା ମିଶନରେ ସାମିଲି କରାଯାଇ ସେମାନଙ୍କୁ ଜାଗା ପଟା ସହିତ ଘର ଯୋଗାଇଦେବା ପାଇଁ ଯୋରଦାର ଭାବରେ ସର୍ଭେ କାର୍ଯ୍ୟ ଚାଲିଛି । ଆଜି ୨୧ ନମ୍ବର ୱ।ଡର ସଂଜୟ କଲୋନୀ ଠାରେ ଥିବା ସିତୁଳିଆ ବସ୍ତିରୁ ପ୍ରାୟ ୨୧ଟି ପରିବାରକୁ ଏହି ମିଶନରେ ସାମିଲ କରାଯାଇଛି । ସେମାନଙ୍କୁ ଯଥାଶୀଘ୍ର କୋରିଆଁ ଜୁଆଙ୍ଗ ସାହିଠାରେ ହେଉଥିବା ନୂତନ ବସତି ସ୍ଥାପନ (ନିୟୁ ହାବିଟେସନ, ଗୃହକୁ ଅଣାଯାଇ ଥଇଥାନ କରାଯିବା ପାଇଁ ସମସ୍ତ ପଦକ୍ଷତ ନିଆଯାଇଛି । ସେହିପରି କାଠଗଡ଼ାଠାରେ ଓ ବନମାଳି ପ୍ରସାଦଠାରେ ମଧ୍ୟ ନିୟୁ ହାବିଟେସନର ଗୃହ, ନିର୍ମାଣ ପାଇଁ ଜାଗା ସିଲେକସନ କରାସରିଛି। ଏଥିପାଇଁ ଜରିପାଲ ତଳେ ରହୁଥିବା ଶିତୁଳିଆ ପରିବାରର ସଦସ୍ୟମାନେ ଛାତଘର ପାଇବାର ଆଶା ନେଇ ଖୁବ୍ ଖୁସି ଅଛନ୍ତି । ସେମାନେ ଯାହା କୁହନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking