38.1 C
Bhubaneswar
Friday, April 26, 2024
Homeଓଡିଶାବିବାହ ପୂର୍ବରୁ କୀଟନାଶକ ପିଇଦେଲା କନ୍ୟା

ବିବାହ ପୂର୍ବରୁ କୀଟନାଶକ ପିଇଦେଲା କନ୍ୟା

ଭଞ୍ଜନଗର : ମାଙ୍ଗଳିକ କାର୍ଯ୍ୟକୁ ନେଇ କନ୍ୟାଘର ବନ୍ଧୁ ବାନ୍ଧବଙ୍କ ଉପସ୍ଥିତିରେ ଖୁସିର ବାତାବରଣ ଲାଗି ରହିଥିଲା । ବୁଧବାର ସନ୍ଧ୍ୟାରେ ହୋଇଥାନ୍ତା ବାହାଘର, ସମସ୍ତ ପ୍ରକାରର ପୂର୍ବ ପ୍ରସ୍ତୁତି ମଧ୍ୟ ସରିଥିଲା । ଏଭଳି ସମୟରେ ଝିଅର ଆତ୍ମହତ୍ୟା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ତୁରୁମୁ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗ୍ରାମର ବଡଦାଣ୍ଡ ସାହିର ମଙ୍ଗୁଳୁ ନାୟକଙ୍କ ଝିଅ ସନ୍ତୋସିନୀ (୨୦)ର ବିବାହ ନିକଟସ୍ଥ ତାରସିଙ୍ଗି ଥାନା ଅନ୍ତର୍ଗତ ଏକ ଗାଁ ରେ ହୋଇଥାନ୍ତା । ଅପରାହ୍ନରେ ଝିଅ ବିଦାୟ ହୋଇଥାନ୍ତା ।

ଏଥି ନିମନ୍ତେ ଉଭୟ ପରିବାର ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା । ଗତକାଲି ରାତିରେ ମଙ୍ଗୁଳୁ କୋଭିଡ଼ କଟକଣା ପାଳନ କରି ଗ୍ରାମରେ ଭୋଜିର ଆୟୋଜନ କରିଥିଲେ । ପରିବାର ଲୋକେ ମଧ୍ୟ ଖାଇପିଇ ଶୋଇଥିଲେ । ହେଲେ ବୁଧବାର ସକାଳୁ ସନ୍ତୋସିନୀ ନିତ୍ୟକର୍ମ ସାରି ହଠାତ୍ ଅସୁସ୍ଥ ହୋଇ ପଡିଥିଲା । ଘର ଲୋକେ ବାରମ୍ବାର ପଚାରିବାରୁ ସେ କୀଟ ନାଶକ ଔଷଧ ଖାଇ ଦେଇଥିବା କହିବା ପରେ ତାକୁ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲ୍‌ରେ ପହଞ୍ଚି ଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବା ସହ  ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନାଧିକାରୀ ସୁଦିପ୍ତ କୁମାର ସାହୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking