30.1 C
Bhubaneswar
Thursday, April 25, 2024
Homeଓଡିଶାଟ୍ରଲର ଧକ୍କାରେ ଅଟୋ ଚୁରମାର, ୫ ବ୍ୟବସାୟୀ ଗୁରୁତର 

ଟ୍ରଲର ଧକ୍କାରେ ଅଟୋ ଚୁରମାର, ୫ ବ୍ୟବସାୟୀ ଗୁରୁତର 

ଦେବଗଡ଼ : ଦେବଗଡ ଥାନା ଅନ୍ତର୍ଗତ କୁରଡ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଏକ ମାଲ ବୋଝେଇ ଟ୍ରଲର ଏକ ଅଟୋରିକ୍ସାକୁ ପଛପଟୁ ଧକ୍କା ଦେବା ଫଳରେ ୫ ଜଣ ପରିବା ବିକାଳି ଗୁରୁତର ଆହତ ହୋଇଛନ୍ତି । ଚିକିତ୍ସା ସେମାନଙ୍କୁ ପ୍ରଥମେ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତୀ କରାଯାଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧରକ ଚିକିତ୍ସା ନିମନ୍ତେ ବୁର୍ଲା ଡାକ୍ତରଖାନାକୁ ସ୍ତାନାନ୍ତରିତ କରାଯାଇଛି । ସୂଚନା ଅନୁଯାୟୀ, କୁରଡ ଗ୍ରାମର ୬ଜଣ ପରିବାବ୍ୟବସାୟୀ ଏକ ଅଟୋରିକ୍ସା ଯୋଗେ ପରିବା ବିକ୍ରୀ କରିବା ପାଇଁ ଦେବଗଡ ଅଭିମୁଖେ ବାହାରି ଥିଲେ ।

ଏହି ସମୟରେ ସମ୍ବଲପୁର ପଟୁ ଆସୁଥିବା ଏକ ମାଲ ବୋଝେଇ ଟ୍ରଲର ଉକ୍ତ ଅଟୋରିକ୍ସାର ପଛପଟୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଫଳରେ ସେଥିରେ ବସିଥିବା କୁରଡ ଗ୍ରାମର ସୁଜିତ ପ୍ରଧାନ, ମମତା ପ୍ରଧାନ,ଭଗବତୀ ବରାଇ,କାଦମ୍ବିନୀ କାଲୋ ଓ ଶାନ୍ତିଲତା ସାହୁ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଥିଲେ । ତେବେ ତିନି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି l ସୂଚନା ପାଇ ଦେବଗଡ଼ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking