32.1 C
Bhubaneswar
Sunday, May 26, 2024
Homeଦେଶ ବିଦେଶକୋଭିଡ୍ ମୁକାବିଲା ନେଇ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

କୋଭିଡ୍ ମୁକାବିଲା ନେଇ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧୦ଟି ରାଜ୍ୟର ୫୪ ଜିଲ୍ଲାପାଳଙ୍କ କୋଭିଡ୍ ମୁକାବିଲା ସମ୍ପର୍କରେ ବୈଠକ ବସିଥିଲା । ଏହି ବୈଠକରେ କୋଭିଡ୍ ମୁକାବିଲା ସମ୍ପର୍କରେ ଆଲୋଚନା କରିବା ସହିତ ବିଭିନ୍ନ ଜିଲ୍ଲାରେ ଜାରି ରହିଥିବା ଟିକାକରଣ ବିଷୟରେ ମଧ୍ୟ ୫୪ ଜିଲ୍ଲାପାଳଙ୍କ କଥାବାର୍ତ୍ତା କରିଥିଲେ । ଜିଲ୍ଲାପାଳଙ୍କ ବ୍ୟତୀତ ଏଥିରେ ଉକ୍ତ ରାଜ୍ୟ ମାନଙ୍କର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ସାମିଲ ହେବେ । ତେବେ ଉକ୍ତ ରାଜ୍ୟ ଗୁଡିକ ହେଲା ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ, ପୁଦୁଚେରୀ, ରାଜସ୍ଥାନ, ମହାରାଷ୍ଟ୍ର, ଝାଡଖଣ୍ଡ, ଓଡିଶା, କେରଳ ଏବଂ ହରିୟାଣା । ଏଥିରେ ସେହି ଜିଲ୍ଲା ମାନଙ୍କର ଜିଲ୍ଲାପାଳମାନେ ଯୋଗ ଦେଇଥିଲେ ଯେଉଁ ଜିଲ୍ଳାମାନଙ୍କରେ କରୋନା ମାମଲା ସବୁଠାରୁ ଅଧିକ ରହିଛି । ଅଧିକ ସଂଖ୍ୟାରେ ଟିକାକରଣ ସଂକ୍ରମଣ ରୋକିବାର ମାଧ୍ୟମ ବୋଲି କହିଥିଲେ ମୋଦି।

ସୁଚନାଯୋଗ୍ୟ, ଏହା ପୂର୍ବରୁ ମେ’ ୧୮ ତାରିଖରେ ପ୍ରଧାନମନ୍ତ୍ରୀ ୪୬ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ସେ ଜିଲ୍ଲାପାଳମାନଙ୍କୁ କୋଭିଡ୍ ମୁକାବିଲା ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ସେ କଣ୍ଟେନମେଣ୍ଟ ଜୋନ୍, କଣ୍ଟାକ୍ଟ ଟ୍ରେସିଂ ଏବଂ ଟେଷ୍ଟିଂ ଉପରେ ଖାସ୍ ନଜର ରଖିବାକୁ କହିଥିଲେ । ଏଥିସହିତ ହସ୍ପିଟାଲରେ ବେଡ୍, ଅକ୍ସିଜେନ୍ ଉପଯୁକ୍ତ ପରିମାଣର ରହିଛି କି ନାହିଁ ତା ଉପରେ ବିଶେଷ ଧ୍ୟାନ ଦେବାକୁ କହିବା ସହିତ କଳାବଜାରୀ କରୁଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ପ୍ରଧାନମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking