40.1 C
Bhubaneswar
Monday, June 17, 2024
Homeଅପରାଧଯୁବତୀଙ୍କ ଆପତ୍ତି ଜନକ ଭିଡିଓ ଭାଇରାଲ କରି ଯୁବକ ଗିରଫ

ଯୁବତୀଙ୍କ ଆପତ୍ତି ଜନକ ଭିଡିଓ ଭାଇରାଲ କରି ଯୁବକ ଗିରଫ

ଭୁବନେଶ୍ୱର:  ଯୁବତୀଙ୍କ ଅଶ୍ଲିଳ ଭିଡିଓ ଭାଇରାଲ କରିବା ଅଭିଯୋଗରେ ପ୍ରେମିକଙ୍କୁ ଗିରଫ କରିଛି ଇନଫୋଭ୍ୟାଲି ଥାନା ପୁଲିସ । ଗିରଫ ଜଣଙ୍କ ହେଲେ ନୟାଗଡ ଜିଲ୍ଲା ସରଣକୁଳ ଥାନା ଅଞ୍ଚଳର ବିକ୍ରମ ବେହେରା(୨୨) । ସୂଚନା ଯୋଗ୍ୟ ଯେ, ଅଭିଯୋଗକାରିଣୀ ଏବଂ ଅଭିଯୁକ୍ତ ବିକ୍ରମ ବେହେରା ପରସ୍ପର ସମାନ ଅଞ୍ଚଳର ଅଟନ୍ତି ତେଣୁ ବହୁ ପୂର୍ବରୁ ସେମାନେ ଉଭୟ ଉଭୟେଙ୍କୁ ଜାଣନ୍ତି । ଏହାରି ଭିତରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଯାହା ଦ୍ୱାରା ଗତ ୬ ମାସ ହେଲା ପରସ୍ପର ଭିଡିଓ କଲରେ କଥା ହୋଇଥିଲେ । ଭିଡିଓ କଲ୍ ସମୟରେ ଅଭିଯୁକ୍ତ ବିକ୍ରମ ଅଭିଯୋଗକାରିଣୀଙ୍କର କିଛି ଆପତ୍ତି ଜନକ ଭିଡିଓ ରେକର୍ଡ କରି ମୋବାଇଲରେ ରଖିଥିଲେ । ଉଭୟଙ୍କ ମଧ୍ୟରେ ଥିବା ପ୍ରମ ସମ୍ପର୍କ ଭଙ୍ଗିଯିବା ପରେ ଅଭିଯୁକ୍ତ ବିକ୍ରମ ଅଭିଯୋଗକାରିଣୀଙ୍କୁ ବାରମ୍ବାର ହଇରାଣ କରିଆସୁଥିଲେ ଓ ୱାଟସଅପରେ ଅଭିଯୋଗକାରିଣୀଙ୍କର ସାଙ୍ଗମାନଙ୍କୁ ତାଙ୍କର ଆପତ୍ତି ଜନକ ଭିଡିଓ ପଠାଇଥିଲେ । ଏନେଇ ଯୁବତୀ ଜଣଙ୍କ ଇନଫୋଭ୍ୟାଲି ଥାନାରେ ଲଖିତ ଅଭିଯୋଗସ କରିବା ପରେ ପୁଲିସ ତଦନ୍ତ କରିବା ସହିତ ଅଭିଯୁକ୍ତ ବିକ୍ରମକୁ ଗିରଫ କରି ଥାନାକୁ ଆଣିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ମାନିବାରୁ ତାଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking