40.1 C
Bhubaneswar
Monday, June 17, 2024
Homeଓଡିଶାପୋଲିଂ କର୍ମଚାରୀଙ୍କ ବସ୍ ଦୁର୍ଘଟଣା, ୨ ଗୁରୁତର

ପୋଲିଂ କର୍ମଚାରୀଙ୍କ ବସ୍ ଦୁର୍ଘଟଣା, ୨ ଗୁରୁତର

କୁଚିଣ୍ଡା: ସମ୍ବଲପୁର ଜମନକିରା ଥାନା ବଡ଼ରମା ବୁଲାଣିଠାରେ ପୋଲିଂ କର୍ମଚାରୀଙ୍କ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ପୋଲିଂ ସାରି ଇଭିଏମ ଓ ଭିଭିପାଟ ଧରି ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛ । ଏଥିରେ ୧୮ ଜଣ କର୍ମଚାରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ତେବେ ଦୁଇ ଜଣ ଗୁରୁତରଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସରେ ଥିବା ଇଭିଏମ, ଭିଭିପାଟ ଓ ଅନ୍ୟ ସରଞ୍ଜାମକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଜଣାପଡ଼ିଛି। କେଉଁ କାରଣରୁ ବସ ଦୁର୍ଘଟଣାଗ୍ରସ୍ତ ହେଲା ତାହା ସ୍ପଷ୍ଟ ହୋଇନାହିଁ । ପୁଲିସ ଘଟଣାର ତଦନ୍ତ କରୁଛି। ଶନିବାର କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ଭୋଟିଂ ହୋଇଥିବା ବେଳେ ଅନେକ ବୁଥରେ ମତଦାନ ବିଳମ୍ବିତ ହୋଇଥିଲା। ରାତି ୯ଟାରେ କର୍ମଚାରୀମାନେ ପୋଲିଂ ସାରି ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking