40.1 C
Bhubaneswar
Monday, June 17, 2024
Homeଓଡିଶାପ୍ରକାଶ ପାଇଲା ମାଟ୍ରିକ ରେଜେଲ୍ଟ

ପ୍ରକାଶ ପାଇଲା ମାଟ୍ରିକ ରେଜେଲ୍ଟ

ଭୁବନେଶ୍ୱର :  ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇଛି ରେଜଲ୍ଟ । ଚଳିତ ବର୍ଷ ପାସ୍‌ ହାର ୯୬.୦୭ ପ୍ରତିଶତ ରହିଛି । ତେବେ ପୁଅଙ୍କ ଅପେକ୍ଷା ଚଳିତ ବର୍ଷ ଝିଅଙ୍କ ପାସ୍‌ ହାର ଅଧିକ ରହିଛି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ବୋର୍ଡ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ଚଳିତ ବର୍ଷ ପ୍ରକାଶ ପାଇଥିବା ରେଜଲ୍ଟରେ ଝିଅଙ୍କ ପାସ୍ ହାର ୯୬.୭୩% ରହିଥିବା ବେଳେ ପୁଅଙ୍କ ପାସ୍‌ ହାର ୯୬.୩୯% । ମୋଟ ୫ ଲକ୍ଷ ୪୧ ହଜାର ୬୧ ଜଣ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ପାସ୍‌ ୫ ଲକ୍ଷ ୩୦ ହଜାର ୧୫୩ ଜଣ ଛାତ୍ରଛାତ୍ରୀ କରିଛନ୍ତି ।

ତେବେ ରେଜଲ୍ଟ ବାହାରିବାର ଘଣ୍ଟାଏ ପରେ ଅର୍ଥାତ ସାଢେ ୧୧ ଟାରୁ ବୋର୍ଡ ୱେବସାଇଟ୍ www.bseodisha.ac.in ରେ ଉପଲବ୍ଧ ହେବ । ଏସଏମଏସ ଜରିଆରେ ମଧ୍ୟ ପରୀକ୍ଷାର୍ଥୀ ରେଜଲ୍ଟ ଜାଣି ପାରିବେ । ସେଥିଲାଗି OR10 ସ୍ପେସ୍ ନିଜ ରୋଲ ନମ୍ବର ଲେଖି 5676750କୁ ସେଣ୍ଡ କରିବାକୁ ପଡିବ ।

ଅପରାହ୍ଣ ୪ଟାରୁ କୃତ୍ତି ଛାତ୍ରଛାତ୍ରୀ ସେମାନଙ୍କ ଡିଜିଟାଲ ସାର୍ଟିଫିକେଟ୍ ଡାଉନଲୋଡ କରିପାରିବେ। ହ୍ବାର୍ଟସଆପ୍ ମାଧ୍ୟମରେ ଡିଜିଟାଲ ସାର୍ଟିଫିକେଟ ପାଇବାକୁ 7710058192କୁ BSE/ Hi ଲେଖି ପଠାଇବାକୁ ପଡିବ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଫେବୃୟାରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୪ରେ ଶେଷ ହୋଇଥିଲା। ଏଥର ପରୀକ୍ଷା ଦେଇଛନ୍ତି ୫ ଲକ୍ଷ ୫୧ ହଜାର ୬୧୧ ପରୀକ୍ଷାର୍ଥୀ । ପରୀକ୍ଷା ଫଳକୁ ନେଇ ଯଦି କୌଣସି ଦ୍ବନ୍ଦ୍ବ ରୁହେ ତେବେ ମେ’ ୨୯ରୁ ଜୁନ୍ ୧୨ ତାରିଖ ମଧ୍ୟରେ ରେ ଚେକିଂ ପାଇଁ ଅବେଦନ କରାଯାଇପାରିବ। କେବଳ ଅନ୍ଲାଇନ୍ ଜରିଆରେ ହିଁ ରିଚେକିଂ ପାଇଁ ଆବେଦନ କରାଯାଇପାରିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking