28.1 C
Bhubaneswar
Saturday, July 20, 2024
Homeଅପରାଧଭିଣୋଇର ବନ୍ଧୁକ ଗୁଳିରେ ଗଲା ଶଳାର ଜୀବନ

ଭିଣୋଇର ବନ୍ଧୁକ ଗୁଳିରେ ଗଲା ଶଳାର ଜୀବନ

ଗଜପତି : ଗଜପତି ଜିଲ୍ଲା ମୋହନା ଥାନା ଭାଲିଆଗଣି ଗାଁରେ ଶିକାର କରିବାକୁ ଯାଇଥିବା ବେଳେ ଭିଣୋଇର ଗୁଳିମାଡ଼ରେ ଶଳାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ କୈଳାସ ନାୟକ। ଗତକାଲି କୈଳାସ ଓ ତାଙ୍କ ଭିଣୋଇ ଶିକାର କରିବାକୁ ଜଙ୍ଗଲକୁ ଯାଇଥିଲେ। ସେହି ସମୟରେ ଭିଣୋଇ ଫୁଟାଇଥିବା ଗୁଳିରେ କୈଳାସଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି। ଏହା ଏକ ଅଘଟଣ ନା ଜାଣିଶୁଣି ହତ୍ୟା କରି ଅଘଟଣର ରୂପ ଦେବାକୁ ପ୍ରୟାସ କରାଯାଉଛି, ପୁଲିସ୍ ସେ ଦିଗରେ ତଦନ୍ତ ଜାରି ରଖିଛି। ପୁଲିସ ଅଭିଯୁକ୍ତ ତଥା ମୃତ କୈଳାସଙ୍କ ଭିଣୋଇଙ୍କୁ ଅଟକ ରଖି ପଚରାଉଚରା କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking