40.1 C
Bhubaneswar
Monday, June 17, 2024
Homeଓଡିଶାମୋତେ ଗାଳି ଦେଲେ ଚଳିବ, ମୁଖ୍ୟମନ୍ତ୍ରୀଙ୍କୁ ନୁହେଁ: ପାଣ୍ଡିଆନ୍‌

ମୋତେ ଗାଳି ଦେଲେ ଚଳିବ, ମୁଖ୍ୟମନ୍ତ୍ରୀଙ୍କୁ ନୁହେଁ: ପାଣ୍ଡିଆନ୍‌

ଭୁବନେଶ୍ୱର:  ନିର୍ବାଚନ ସମୟରେ ବିରୋଧି ବିଜେପି ନେତା ଆସୁଛନ୍ତି । ମିଠା ମିଠା କଥା କହୁଛନ୍ତି । ମିଛ କଥା କହି, ଅପପ୍ରଚାର କରି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଏମାନଙ୍କୁ ୨୦୧୯ରେ ଦେଖିଥିଲେ, ୨୦୨୪ ରେ ଦେଖୁଛନ୍ତି ଓ ୨୦୨୯ରେ ପୁଣି ଦେଖିବେ । ଅନ୍ୟ ସମୟରେ ଦେଖିବେ ନାହିଁ । ଏଥିପାଇଁ ସତର୍କ ରହିବା ଜରୁରୀ । ସେମାନେ ଆସୁଛନ୍ତି ଆମ ମୁଖ୍ୟମନ୍ତ୍ରୀଙ୍କୁ ଗାଳି ଦେଉଛନ୍ତି । ମୋତେ ଗାଳି ଦେଲେ ଚଳିବ । କିନ୍ତୁ ଓଡ଼ିଶାବାସୀଙ୍କ ପ୍ରିୟ ଜନନେତାଙ୍କୁ ଗାଳି ଦେଲେ ଆପଣମାନେ ସହିବେ କି? ଆମେ ସମସ୍ତେ ଏକ ହୋଇ ଏହାର ମୁହଁତୋଡ଼ ଜବାବ ଦେବା ।
ଶନିବାର ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଯାଜପୁର ଲୋକସଭା କ୍ଷେତ୍ରର ସୁକିନ୍ଦା, ଯାଜପୁର, ବିଞ୍ଝାରପୁର, ବରୀ, ଧର୍ମଶାଳା ଓ ବଡ଼ଚଣାରେ ନିର୍ବାଚନ ପ୍ରଚାର କରି ବିରୋଧିଙ୍କୁ ତୀବ୍ର ଆକ୍ରମଣ କରିଛନ୍ତି । ସେ ଦଳୀୟ ପ୍ରାର୍ଥୀମାନଙ୍କୁ ବିପୁଳ ଭୋଟରେ ଜିତାଇବାକୁ ଅନୁରୋଧ କରି ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୫୦ ହଜାରରୁ ଏକ ଲକ୍ଷ ପର୍ଯ୍ୟନ୍ତ ମାର୍ଜିନରେ ଜିତାଇବାକୁ ଅନୁରୋଧ କରିଥିଲେ । ଆରମ୍ଭରୁ ବିଜେପି ଉପରେ ତୀବ୍ର ଆକ୍ରମଣ କରି ସେ କହିଲେ ଯେ ବିଜେପିର ଆଭ୍ୟନ୍ତରିଣ ସର୍ଭେ କହୁଛି ଯେ ସେମାନଙ୍କ ଟାରଗେଟ୍ ହଉଛି ୩୦ଟି ଆସନ । ସେଥିରେ ପୁଣି ଧର୍ମଶାଳା ବି ଅଛି । ମୁଁ ବିନମ୍ରତାର ସହ କହୁଛି, ଓଡ଼ିଶାରେ ଯେତେ ଓଲଟା ପାଲଟା କାମ କଲେ ବି ଧର୍ମଶାଳାରୁ ଆଶୀର୍ବାଦ କମିବନାହିଁ, କେବଳ ବଢ଼ିବ । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଶାଣିତ ଆକ୍ରମଣକରି ତାଙ୍କର ପ୍ରତ୍ୟେକ ମନ୍ତବ୍ୟର କଡ଼ା ଜବାବ ଦେଇ ଶ୍ରୀ ପାଣ୍ଡିଆନ । କେନ୍ଦ୍ରମନ୍ତ୍ରୀ କେନ୍ଦ୍ରାପଡ଼ାରେ କହିଛନ୍ତି ଯେ ନବୀନ ବାବୁଙ୍କୁ ଲୋକେ ଆଉ ଆଶୀର୍ବାଦ ଦେବେ ନାହିଁ । କେନ୍ଦ୍ରାପଡ଼ାରେ ସେମାନେ ବହୁତ ମାର୍ଜିନରେ ଜିତିବେ । କେନ୍ଦ୍ରମନ୍ତ୍ରୀ ଜାଣିବା ଉଚିତ ବିଜେପୁର ଉପ-ନିର୍ବାଚନରେ ଓ ୨୦୧୯ ସାଧାରଣ ନିର୍ବାଚନ ପାଇଁ ୨୦୧୮ରେ ସେ ଯେଉଁ ଆକଳନ କରି ଭାଷଣ ଦେଇଥିଲେ ସବୁ ଓଲଟା ହେଲା । ସ୍ମୃତି ଇରାନୀ ଯାହା କହନ୍ତି, ତାହା ଓଲଟା ଫଳ ଦିଏ । କେନ୍ଦ୍ରାପଡ଼ାରେ, ଧର୍ମଶାଳାରେ ସାରା ଓଡ଼ିଶାରେ ଆମେ ବିପୁଳ ମାର୍ଜିନରେ ଜିତିବୁ । ଶ୍ରୀମତୀ ଇରାନୀ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଥିଲେ । ଯଦି ଓଡ଼ିଶାରେ ୧୦ଟି କାରାଖାନା କରିଥାଆନ୍ତେ, ତା’ହେଲେ ତାଙ୍କ କଥା ଲୋକେ ଶୁଣିଥାନ୍ତେ । ସଂଖ୍ୟାଲଘୁ ବିଭାଗର ମନ୍ତ୍ରୀ ଥିଲେ । ଯଦି କେନ୍ଦ୍ରାପଡ଼ାରେ ସଂଖ୍ୟାଲଘୁମାନଙ୍କ ପାଇଁ କିଛି ସଂସ୍ଥା କରିଥାନ୍ତେ, ତା’ହେଲେ ଲୋକ ଶୁଣିଥାନ୍ତେ । ମହିଳା ଓ ଶିଶୁବିକାଶ ବିଭାଗର ମନ୍ତ୍ରୀ ଅଛନ୍ତି । କିନ୍ତୁ କେନ୍ଦ୍ର ଅଙ୍ଗନବାଡ଼ି କର୍ମୀମାନଙ୍କୁ ଯାହା ଦଉଛି, ଆମେ ତାର ଚାରି ୪ ଗୁଣ ଦଉଛୁ । କେନ୍ଦ୍ରର ଡବଲ ଇଞ୍ଜିନ ଓ ନବୀନ ଇଞ୍ଜିନ ସରକାର ମଧ୍ୟରେ ତୁଳନାତ୍ମକ ଚିତ୍ର ରଖି ପାଣ୍ଡିଆନ କହିଲେ ଯେ ଅଙ୍ଗନବାଡ଼ି କର୍ମୀଙ୍କୁ କେନ୍ଦ୍ର ଦଉଛି ୨୭୦୦ ଟଙ୍କା, ଆମେ ଦଉଛୁ ୧୦ ହଜାର ଟଙ୍କା । କେନ୍ଦ୍ର ଯୋଜନାରେ ଗର୍ଭବତୀ ମା’ମାନେ ୬ ହଜାର ଟଙ୍କା ପାଉଥିବା ବେଳେ, ଆମେ ଦଉଛୁ ୧୦ ହଜାର ଟଙ୍କା । ସାମାଜିକ ସୁରକ୍ଷା ଭତ୍ତା କେନ୍ଦ୍ର ଦଉଛି ମାତ୍ର ୩୦୦ ଟଙ୍କା, ଆମେ ଦଉଛୁ ୧୦୦୦ ଟଙ୍କା । ସୁଭଦ୍ରା ଯୋଜାନାରେ ୫୦ ହଜାର ଟଙ୍କା ଦେବେ ବୋଲି ସେମାନେ ଏବେ କହୁଛନ୍ତି । ୨୦୧୪ର ପ୍ରତିଶ୍ରୁତି କୁଆଡ଼େ ଗଲା? ୧୫ ଲକ୍ଷ ଟଙ୍କାର ପ୍ରତିଶ୍ରୁତି କ’ଣ ହେଲା ବୋଲି ସେ ପ୍ରଶ୍ନ ପଚାରିଥିଲେ । ସେମାନେ କେବଳ ଭୋଟ ରାଜନୀତି କରୁଛନ୍ତି, ଆମ ମୁଖ୍ୟମନ୍ତ୍ରୀ ସେବା ମନୋଭାବରେ କାମ କରୁଛନ୍ତି । ମୁଖ୍ୟମନ୍ତ୍ରୀ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ପରିବାରର ସଦସ୍ୟ ଭାବେ ଗ୍ରହଣ କରି ବିଭିନ୍ନ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି । ଯେଉଁ ଯୋଗ୍ୟ ହିତାଧିକାରୀ ଘର ପାଇନାହାନ୍ତି, ରାସନକାର୍ଡ ପାଇନାହାନ୍ତି, ସେମାନଙ୍କୁ ଘର ଓ ରାସନକାର୍ଡ ମିଳିବ । କୋଭିଡ ସମୟରେ ପ୍ରତିଜୀବନ ମୁଲ୍ୟବାନ୍ ନୀତିରେ ମୁଖ୍ୟମନ୍ତ୍ରୀ ବହୁ ଜୀବନ ବଞ୍ଚାଇଦେଲେ । ସାରା ଭାରତବର୍ଷରେ ସବୁଠୁ କମ୍ ମୃତ୍ୟୁ ଓଡ଼ିଶାରେ ହୋଇଥିଲା । ଆଗରୁ ବନ୍ୟା, ବାତ୍ୟା, ପ୍ରାକୃତିକ ବିପର୍ଯ୍ୟୟରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟୁଥିଲା, ଏବେ ଯାହା ଆସିଲେ ମଧ୍ୟ କିଛି ଅସୁବିଧା ନାହିଁ, ଆମ ପାଖରେ ନବୀନ ବାବୁ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କଠିନ ପରିଶ୍ରମ ଆମ ସମସ୍ତଙ୍କ ପାଇଁ ପ୍ରେରଣା ।
ସ୍ଥାନୀୟ ନେତାମାନଙ୍କୁ ପ୍ରଶଂସା କରି ଶ୍ରୀ ପାଣ୍ଡିଆନ କହିଲେ ଯେ ବବିବାବୁ ଏ ଦଳ ଓ ରାଜ୍ୟ ପାଇଁ ବହୁତ ପରିଶ୍ରମ କରୁଛନ୍ତି । ବବିବାବୁ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସେନାପତି । ମୁଖ୍ୟମନ୍ତ୍ରୀ ଯାଜପୁର ଓ ବବିବାବୁଙ୍କୁ ବହୁତ ଭଲ ପାଆନ୍ତି । ଆପଣଙ୍କ ବିଧାୟକ ଡାନୀ ବାବୁ ଆପଣଙ୍କ ଅଞ୍ଚଳର ଉନ୍ନତି ପାଇଁ ବହୁତ କାମ କରୁଛନ୍ତି । ଦିନରାତି ୨୪ ଘଣ୍ଟା ପରିଶ୍ରମ କରି ଆପଣମାନଙ୍କ ସେବା କରୁଛନ୍ତି । ଆସ୍କାରେ ଗତଥର ମୁଖ୍ୟମନ୍ତ୍ରୀ ଜଣେ ମିଶନଶକ୍ତି ମା’ଙ୍କୁ ଲୋକସଭା ସାଂସଦ କରିଥିଲେ । ବବିବାବୁ ଜଣେ ମିଶନଶକ୍ତି ମା’ଙ୍କୁ ଏଠାରେ ପ୍ରାର୍ଥୀ କରିଛନ୍ତି । ନେତା ଯେମିତି, ସେନାପତି ସେମିତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking