29.1 C
Bhubaneswar
Sunday, April 28, 2024
Homeଓଡିଶା୧୦୮ ଆମ୍ବୁଲାନ୍ସରେ ଅପହରଣ !

୧୦୮ ଆମ୍ବୁଲାନ୍ସରେ ଅପହରଣ !

ଭଦ୍ରକ : ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ରେଫର କରିଥିଲେ ଡାକ୍ତର। ହେଲେ ୧୦୮ ଆମ୍ବୁଲାନ୍ସ ରୋଗୀଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ଅପହରଣ କରୁଥିବା ଅଭିଯୋଗ ହୋଇଛି। ଆମ୍ବୁଲାନ୍ସ କର୍ମଚାରୀ ରୋଗୀଙ୍କୁ କଟକ ନେବା ପରିବର୍ତ୍ତେ ବାଲେଶ୍ୱର ଅଭିମୁଖେ ନେଇଥିଲେ। ଶେଷରେ ରୋଗୀଙ୍କ ମା’ ଆମ୍ବୁଲାନ୍ସରୁ ଡେଇଁ ପଡ଼ିଥିଲେ। ଭଦ୍ରକ ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି।

ସୂଚନା ଅନୁଯାୟୀ,  ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରମ୍ଭିଳା ଅଞ୍ଚଳର ୧୦ ବର୍ଷର ଶିଶୁ ଗଛରୁ ଖସି ପଡ଼ିଥିଲେ। ଏହାପରେ ତୁରନ୍ତ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ ମେଡିକାଲ୍‌କୁ ରେଫର୍‌ କରାଯାଇଥିଲା। ପୁଅକୁ ନେଇ ଶିଶୁଟିର ବାପା ମା’ ୧୦୮ ଆମ୍ବୁଲାନ୍ସରେ ୧୬ ନଂ ଜାତୀୟ ରାଜପଥରେ କଟକ ଅଭିମୁଖେ ବାହାରିଥିଲେ। ହେଲେ ଆମ୍ବୁଲାନ୍ସଟି କଟକ ଯିବା ପରିବର୍ତ୍ତେ ବାଲେଶ୍ୱର ଅଭିମୁଖେ ଯାଇଥିଲା। ଏହାଦେଖି ଶିଶୁର ବାପା ମା’ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ପଚାରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା।

ଶେଷରେ କୌଣସି ଉପାୟ ନପାଇ ସେମାନେ ଚିତ୍କାର କରିଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ପିଛା କରି ଚରମ୍ପା ସ୍ଥିତ କେନାଲ ଛକ ନିକଟରେ ଅଟକାଇଥିଲେ। ଏହି ସମୟରେ ଶିଶୁଟିର ମା’ ଆମ୍ବୁଲାନ୍ସରୁ ଡେଇଁ ପଡ଼ିଥିଲେ। ଘଟଣାସ୍ଥଳରେ ଲୋକମାନେ ପହଞ୍ଚି ଆମ୍ବୁଲାନ୍ସ କର୍ମଚାରୀଙ୍କୁ କାବୁ କରି ଭଦ୍ରକ ଟାଉନ ପୋଲିସକୁ ହସ୍ତାନ୍ତର କରିଥିଲେ। ଏହି ଘଟଣାରେ ପୋଲିସ୍‌ ଆମ୍ବୁଲାନ୍ସ ଡ୍ରାଇଭର, ହେଲ୍‌ପର୍‌‌, ଫାର୍ମାସିଷ୍ଟଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking