26.1 C
Bhubaneswar
Friday, March 29, 2024
Homeଓଡିଶାଧାନର ଅଭାବୀ ବିକ୍ରୀକୁ ନେଇ ଭାଜପାର ଚେତାବନୀ

ଧାନର ଅଭାବୀ ବିକ୍ରୀକୁ ନେଇ ଭାଜପାର ଚେତାବନୀ

ଢେଙ୍କାନାଳ : ଚାଷ ଓ ଚାଷିର ଉନ୍ନତି ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ବିଭିନ୍ନ ଉନ୍ନୟନ ମୂଳକ ପଦକ୍ଷେପ ନେଉଛନ୍ତି। ହେଲେ ବାସ୍ତବରେ ତାହାର ଲାଭ ଚାଷୀଙ୍କ ପହଞ୍ଚିପାରୁ ନାହିଁ । ଏବେବି ଅନେକ ଅସୁବିଧାର ସମୁଖୀନ ହେଉଛନ୍ତି ଚାଷୀମାନେ । ମାତ୍ର ଦୁଃଖ ଓ ପରିତାପର ବିଷୟ ଗତ କିଛି ଦିନ ହେଲା ରାଜ୍ୟସରକାର ହଠାତ ଧାନ କିଣା ବନ୍ଦ କରିଦେବା ଯୋଗୁଁ ଚାଷୀମାନେ ନାନାଦି ଅସୁବିଧାର ସମୁଖୀନ ହେଉଛନ୍ତି । କେଉଁଠି ଚାଷୀ ବିଷ ପିଇ ଆତ୍ମହତ୍ୟା କଲାଣିତ କେଉଁଠି ରାଜରାସ୍ତାକୁ ଓହ୍ଲାଇଲାଣି ।

ମିଳିଥିବା ସୁଚନା ଅନୁଯାୟୀ, ଚଳିତ ଖରିଫ ୨୦୨୦-୨୧ ବର୍ଷ ପାଇଁ ଢେଙ୍କାନାଳ ଜିଲ୍ଲାରେ ୪୯,୫୫୮ ଜଣ ଚାଷୀ ଧାନ ବିକ୍ରି କରିବା ନିମନ୍ତେ ଅନ୍‌ଲାଇନ୍ କିମ୍ବା ଅଫ୍‌ଲାଇନ୍ ମାଧ୍ୟମରେ ପଞ୍ଜିକରଣ କରିଥିଲେ । ମାତ୍ର ଫେବୃଆରୀ ଶେଷ ସୁଧା ମାତ୍ର ୩୩,୭୪୭ ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରି କରିଛନ୍ତି । ଜିଲ୍ଲାରେ ଅନେକ ଚାଷୀ ମଧ୍ୟ ଟୋକନ ପାଇ ମଧ୍ୟ ଧାନ ଦେଇ ପାରୁନଥିବା ଯୋଗୁଁ ଗତ କିଛି ଦିନ ତଳେ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ଓ ରାଜରାସ୍ତାକୁ ଅବରୋଧ କରିଥିଲେ । ଜିଲ୍ଲା ଭାଜପା ପକ୍ଷରୁ ଅନ୍‌ଲାଇନ ଟୋକନ ବ୍ୟବସ୍ଥାକୁ ତିବ୍ର ନିନ୍ଦା କରିଛନ୍ତିି । ଧାନର ଅଭାବୀ ବିକ୍ରି ଢେଙ୍କାନାଳ ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି । ବର୍ତ୍ତମାନ ଢେଙ୍କାନାଳ ଜିଲ୍ଲା ଅନେକ ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡ଼ି ରହିଛି । ସେଥିପ୍ରତି କୌଣସି ପ୍ରଶାସନର ନଜର ନଥିବା ଚାଷୀ ଭାଇମାନେ କହିଛନ୍ତି । ଚାଷୀର ବଳକା ଧାନକୁ ଯଥାଶିଘ୍ର ଉଠାଇବାକୁ ଭାଜପା ପକ୍ଷରୁ ଅନୁରୋଧ କରାଯାଇଛି । ମାତ୍ର ଏହାକୁ ଅଣଦେଖା କଲେ ଆନ୍ଦୋଳନ ହେବବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking