30.1 C
Bhubaneswar
Friday, April 26, 2024
Homeଓଡିଶାଲୋଚାପଡ଼ା ସମବାୟ ସମିତି ବ୍ୟାଙ୍କ ସମ୍ପାଦକ ମୃତ୍ୟୁ ମାମଲା : ଖୁବଶୀଘ୍ର ପଦାକୁ ଆସିବ ସାଙ୍ଘାତିକ...

ଲୋଚାପଡ଼ା ସମବାୟ ସମିତି ବ୍ୟାଙ୍କ ସମ୍ପାଦକ ମୃତ୍ୟୁ ମାମଲା : ଖୁବଶୀଘ୍ର ପଦାକୁ ଆସିବ ସାଙ୍ଘାତିକ ସତ୍ୟ !

ବ୍ରହ୍ମପୁର : ଲୋଚାପଡା ସମବାୟ ସମିତି ବ୍ୟାଙ୍କର ସମ୍ପାଦକ ଜଗନ୍ନାଥ ପାତ୍ରଙ୍କ ମୃତ୍ୟୁ ଏବେ ସନ୍ଦେହଘେରରେ ରହିଛି । କେତେକ ଏହାକୁ ହତ୍ୟା ବୋଲି କହୁଥିବା ବେଳେ ଆଉ କେତେକ ଆତ୍ମହତ୍ୟା ବୋଲି ସନ୍ଦେହ କରୁଛନ୍ତି । ଆଉ କିଛି ବିଦ୍ୟୁତ ସଟସର୍କିଟ୍ ଦୁର୍ଘଟଣାର କାରଣ ହୋଇଥାରେ ବୋଲି କହୁଛନ୍ତି । ମୁଖ୍ୟତଃ ୪ଟି ବିଭାଗ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ପୁଲିସ ଘଟଣାକୁ ପ୍ରଥମେ ସଟସର୍କିଟ ବୋଲି କହିଥିଲେ ମଧ୍ୟ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିନାହିଁ । ବର୍ତମାନ ସାଉଥକୋ, ଫରେନସିକ୍ ବିଭାଗ ପକ୍ଷରୁ ମିଳିବାକୁ ଥିବା ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି । ଘଟଣାସ୍ଥଳକୁ ସବୁ ବିଭାଗ ପୁଣି ଯାଇ ତଦନ୍ତ କରିବେ ବୋଲି କହିଥିବା ବେଳେ ବର୍ତମାନ ସାଉଥକୋ ତଦନ୍ତ କରି ଫେରିଛନ୍ତି । ସେଠାରୁ କୌଣସି ତଥ୍ୟ ହାସଲ ନକରିପାରିବା ଯୋଗୁଁ ପରବର୍ତି ପର୍ଯ୍ୟାୟରେ ରିପୋର୍ଟ ଦେବେ ବୋଲି କହିଛନ୍ତି । ଫରେନସିକ୍ ବିଭାଗ ତଦନ୍ତ କରି ବନ୍ଦ ଲଫାପାରେ ତାଙ୍କ ରିପୋର୍ଟ ଦେଇସାରିଛନ୍ତି । ବର୍ତମାନ ବ୍ୟବଚ୍ଛେଦ ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି । ବ୍ୟବଚ୍ଛେଦ ରିପୋର୍ଟ ପୁଲିସକୁ ଦେବା ପୂର୍ବରୁ ପୁଣି ଥରେ ଘଟଣାସ୍ଥଳକୁ ଯାଇ ଡାକ୍ତର ତଦନ୍ତ କରିବେ ବୋଲି ଜଣାପଡିଛି
ସୂଚନା ଅନୁଯାୟୀ, ମୃତ ଜଗନ୍ନାଥ ପାତ୍ରଙ୍କୁ ତାଙ୍କ ଘର ଛାତ ଉପରେ କିଛି ଦୁର୍ବୃତ ବେକରେ ଗାମୁଛା ଲଗାଇ ଗତ ୮ ମାସ ପୂର୍ବେ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ । ସେତେବେଳେ ଜଗନ୍ନାଥଙ୍କ ମୃତ୍ୟୁ ହୋଇଯାଇଥିବା ଭାବି ଦୁର୍ବୃତମାନେ ଚାଲିଯାଇଥିଲେ । ବେହୋସ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ମେଡିକାଲ ନେଇଥିଲେ । ଗୁରୁତର ଜଗନ୍ନାଥ ବିଶାଖାପାଟଣା ଯାଇ ଚିକିତ୍ସିତ ହୋଇ ଫେରିଥିଲେ । ଏତେ ବଡ଼ ଘଟଣାକୁ ସେହି ସମୟରେ ଜଗନ୍ନାଥ ଥାନାରେ ଅଭିଯୋଗ କରିନଥିଲେ, ଯାହାକି ଘଟଣାକୁ ସନ୍ଦେହ ଘେରକୁ ନେଇଯାଇଛି । କାହାର ଚାପରେ ନା ବ୍ୟାଙ୍କର କିଛି କଳାକାରାନାମା ପଦାରେ ପଡିଯିବା ଭୟରେ ଜଗନ୍ନାଥ ଥାନାରେ ଅଭିଯୋଗ କରିନଥିଲେ ତାହା ଏବେ ମୁଖ୍ୟ ପ୍ରଶ୍ନ ହୋଇଛି । ଘଟଣା ଘଟିବାର ୪ ଦିନ ପୂର୍ବରୁ ଜଗନ୍ନାଥଙ୍କୁ ମଧ୍ୟ କିଛି ଲୋକ ମେଡିକାଲ ରାସ୍ତାରେ ଆକ୍ରମଣ କରିଥିଲେ । ଏହାକୁ ନେଇ ମଧ୍ୟ ସେ ଥାନାରେ ଅଭିଯୋଗ କରିନଥିଲେ ।
ବାରମ୍ବାର ଆକ୍ରମଣ ହେଉଥିଲେ ମଧ୍ୟ କାହା ଭୟରେ ଜଗନ୍ନାଥ ଥାନାରେ ଅଭିଯୋଗ କରୁନଥିଲେ ତାହା ନିଶ୍ଚିତ ଭାବେ ତଦନ୍ତ ସାପେକ୍ଷ । ଅନ୍ୟପଟେ ଲୋଚାପଡ଼ା ସମବାୟ ବ୍ୟାଙ୍କକୁ ପୂରା ଅଡିଟ୍ କଲେ ଅନେକ କିଛି ତଥ୍ୟ ପଦାକୁ ଆସିବ । ଟଙ୍କା ହେରଫେର ଘଟଣା ଜଣାପଡିଲେ ଜଗନ୍ନାଥଙ୍କ ମୃତ୍ୟୁ ଘଟଣାର ମଧ୍ୟ ପର୍ଦ୍ଦାଫାସ ହୋଇପାରିବ । ଗଞ୍ଜାମ ଜିଲ୍ଲା ବିସିସି ବ୍ୟାଙ୍କ ଅଧୀନରେ ୨୦୬ ଟି ସମବାୟ ବ୍ୟାଙ୍କ ରହିଥିବା ବେଳେ ଆସିକା ସମବାୟ ବ୍ୟାଙ୍କ ଅଧୀନରେ ୧୯୧ଟି ସମବାୟ ବ୍ୟାଙ୍କ ପ୍ରତି ପଂଚାୟତରେ ରହିଛି । ଏହି ସମସ୍ତ ବ୍ୟାଙ୍କଗୁଡିକରେ ସମ୍ପାଦକମାନଙ୍କ ହାତରେ ହିଁ ଟଙ୍କା କାରବାର ହୋଇଥାଏ । ତେଣୁ କିଛି ଟଙ୍କା ହେରଫେର କାରଣରୁ ଏହିପରି ଘଟଣା ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ପୁଲିସ ବର୍ତମାନ ପରିସ୍ଥିତିରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସବୁ ବିଭାଗରୁ ରିପୋର୍ଟ ଆସିବା ପରେ ନିଶ୍ଚିତ ଭାବେ ଏହାର ସାଂଘାତିକ ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking