28.1 C
Bhubaneswar
Wednesday, April 24, 2024
Homeଅପରାଧପ୍ରେମିକକୁ ଭଲପାଉଥିବା ସନ୍ଦେହରେ ପ୍ରେମିକା ସାଜିଲା ବଇରୀ : ବ୍ଲେଡ଼ରେ କାଟିଲା ଯୁବତୀର ଗଳା

ପ୍ରେମିକକୁ ଭଲପାଉଥିବା ସନ୍ଦେହରେ ପ୍ରେମିକା ସାଜିଲା ବଇରୀ : ବ୍ଲେଡ଼ରେ କାଟିଲା ଯୁବତୀର ଗଳା

ନୀଳଗିରି : ପ୍ରେମିକ ନିଜ ପ୍ରେମିକାକୁ ଭଲପାଇବା ଦେଉନଥିବା ତଥା ପ୍ରେମିକର ଦ୍ୱିତୀୟ ପ୍ରେମ ଆରମ୍ଭ ହୋଇ ଯାଇଥିବା ସନ୍ଦେହ କରି ପ୍ରେମିକା ଜଣକ ଜଣେ ନାବାଳିକାର ଗଳା କାଟିବା ଘଟଣା ସାଧାରଣରେ ହଟଚମଟ ସୃଷ୍ଟି କରିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଅଧୀନ ନୀଳଗିରି ଥାନା ଅଞ୍ଚଳରେ। ଦ୍ୱିତୀୟ ପ୍ରେମିକାକୁ ରାସ୍ତାରୁ ହଟାଇ ପୁଣିଥରେ ପ୍ରେମିକର ନିକଟତର ହେବାକୁ ଇଛା ରଖି ପ୍ରେମିକା ଜଣକ ମିତ୍ରପୁର ଅଞ୍ଚଳର ଜଣେ ନାବାଳିକାର ବେକ, ଛାତି ଓ ଗାଲ ପ୍ରଭୃତି ସ୍ଥାନରେ ବ୍ଲେଡ଼ରେ କାଟି ଦେଇଛି।
ସମ୍ପୃକ୍ତା ନାବାଳିକା ମିତ୍ରପୁରସ୍ଥିତ ଚାଚାଜୀ ହାଇସ୍କୁଲ ପଛପଟେ ଥିବା ଗଡ଼ିଆକୁ ଗୋଧୋଇବାକୁ ଯାଇଥିବା ସମୟରେ ସେହି ଗାଁର ଜଣେ ଯୁବକଙ୍କ ପ୍ରେମିକା କୁହାଯାଉଥିବା ଜଣେ ଯୁବତୀ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ସେହିପରି ତୁ ମୋ ପ୍ରେମିକକୁ କଣ ପାଇଁ ଭଲପାଉଛୁ ବୋଲି କହି ସମ୍ପୃକ୍ତା ନାବାଳିକାକୁ ଟଣା ଓଟରା କରି ହାତରେ ଲୁଚାଇ ଧରିଥିବା ଏକ ଧାରୁଆ ବ୍ଲେଡ଼ରେ ତାଙ୍କ ଗଳା, ଛାତି ଓ ବାମପଟ ଗାଲରେ କାଟି ଦେଇଥିଲେ। ଚିତ୍କାର ଶୁଣି ପାଖ ପୋଡ଼ଶୀ ସେଠାରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଥିଲେ ହେଁ ଆକ୍ରମଣକାରୀ ପ୍ରେମିକା ଫେରାର ହୋଇଯାଇଛି। ସ୍ଥାନୀୟଲୋକଙ୍କ ସହଯୋଗରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସମ୍ପୃକ୍ତା ନାବାଳିକାକୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ନାବାଳିକାର ମା’ଙ୍କ ଅଭିଯୋଗ ଅନୁଯାୟା ନୀଳଗିରି ପୁଲିସ ଏହି ଘଟଣାରେ ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking