33.1 C
Bhubaneswar
Saturday, April 27, 2024
Homeଅପରାଧନାବାଳିକା ଦୁଷ୍କର୍ମ ଅଭିଯୋଗରେ ସିଆଇଏସଏଫ୍ ହେଡ୍ କନଷ୍ଟେବଲ ଗିରଫ 

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ସିଆଇଏସଏଫ୍ ହେଡ୍ କନଷ୍ଟେବଲ ଗିରଫ 

ପାରାଦୀପ : ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ପାରାଦୀପ ସିଆଇଏସଏଫ୍ ୟୁନିଟର ହେଡ୍ କନଷ୍ଟେବଳଙ୍କୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ହେଡ୍ କନେଷ୍ଟବଳ ଏମ୍ କାଣ୍ଡା ସ୍ୱାମୀ ।  ତାଙ୍କ ଘର ତାମିଲନାଡୁର ରାଜପାଲାୟମ ବିରୋଧ ନଗର । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଅନୂଯାୟୀ, ପାରାଦୀପ ତୈଳ ବିଶୋଧନାଗାର ନିକଟସ୍ଥ ସିଆଇଏସଏଫ୍ ବାରାକ ଭିତରେ ଘଟିଛି । ବାରାକରେ ରହୁଥିବା ଏକ ହେଡ୍ କନେଷ୍ଟବଳ ସାଢ଼େ ୪ ବର୍ଷର ଝିଅକୁ ଚକୋଲେଟ୍ ଦେଇ ଦୁଷ୍କର୍ମ କରୁଥିବା ଅଭିଯୋଗ ହୋଇଛି । ଅଭୟଚାନ୍ଦପୁର ପୁଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିବା ସହ ପୀଡ଼ିତାକୁ ଡାକ୍ତରୀ ମାଇନା ପାଇଁ ଜଗତସିଂହପୁର ଡାକ୍ତରଖାନାକୁ ପଠାଇଛି । ଦୀର୍ଘଦିନ ହେବ ଅଭିଯୁକ୍ତଙ୍କ ପୁଅକୁ ତାର ଧର୍ମପତ୍ନୀ ଟ୍ୟୁସନକୁ ଛାଡ଼ିବାକୁ ଯିବା ପରେ ସମ୍ପୃକ୍ତ  ନାବାଳିକାକୁ ଚକୋଲେଟ ଦେଇ ଘରକୁ ଡାକି ଦୁଷ୍କର୍ମ କରୁଥିଲେ । ଏ ନେଇ ପୀଡ଼ିତାର ମାଆ ସନ୍ଦେହ କରିବାରୁ ଝିଅକୁ ପଚାରିବା ପରେ ସବୁ କଥା ଜଣାପଡ଼ିଥିଲା । ଘଟଣା ସମ୍ପର୍କରେ ଶୁକ୍ରବାର ରାତିରେ ପୀଡ଼ିତାର ପରିବାର ଲୋକ ଅଭୟଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ପୁଲିସ ଥାନାରେ  ଏକ ମାମଲା ରୁଜୁ କରି ହେଡ କନେଷ୍ଟବଳ ଏମ କାଣ୍ଡା ସ୍ୱାମୀକୁ ଗିରଫ କରାଯାଇଛି ।  ଅନ୍ୟପକ୍ଷରେ ଅଭୟଚାନ୍ଦପୁର ଆଇଆଇସି ଯୁଗଳ କିଶୋର ଦାସ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ସେହିପରି ସିଆଇଏସଏଫ୍‌ର ଅଧିକାରୀମାନେ ଏହି ଘଟଣାରେ ବାରାକ ମଧ୍ୟରେ ମଧ୍ୟ ନିଜ ଆଡୁ ତଦନ୍ତ ଆରମ୍ଭ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking