38.8 C
Bhubaneswar
Friday, April 19, 2024
Homeଅପରାଧନକଲି ପୁଲିସ ଗିରଫ

ନକଲି ପୁଲିସ ଗିରଫ

ରାୟଗଡ଼ା : ନିଜକୁ ଜଣେ ପୁଲିସ କର୍ମଚାରୀ ପରିଚୟ ଦେଇ ଲୋକଙ୍କୁ ଠକୁଥିଲେ । ଧମକ ଚମକ ଦେଇ ୧ ଲକ୍ଷ ଟଙ୍କା ବଟି ମାଗୁଥିଲେ । ତେବେ ସମ୍ପୃକ୍ତ ଅଭିଯୁକ୍ତ ପୁଲିସ ହାତରେ ଧରାପଡିଛନ୍ତି । ସେ ହେଉଛନ୍ତି ଗୌରୀ ହିଆଲ(୨୮) । ତାଙ୍କ ସହ ଆଉ ଜଣେ ନାବାଳକ ସମ୍ପୃକ୍ତି ଥିବା ପୁଲିସ କହିଛି ।
ସୂଚନା ଅନୁଯାୟୀ, ବୃନ୍ଦାବନ ପାଢୀ ନାମକ ଜଣେ ବ୍ୟକ୍ତି ନିଜର ସମ୍ପର୍କୀୟ ମହିଳାଙ୍କ ସହ ୧୫ ତାରିଖ ଦିନ କଲ୍ୟାଣସିଂହପୁର ଅଭିମୁଖେ ବାହାରିଥିଲେ । ଦିନ ୧ ଘଂଟା ସମୟରେ ଖାଦ୍ୟ ସାମଗ୍ରୀ କିଣିବା ପାଇଁ ଅଟକିଥିଲେ । ଠିକ୍ ସେତିକି ବେଳେ ୨ ଜଣ ଅଜ୍ଞାତ ବ୍ୟକ୍ତି ଆସି ନିଜକୁ ପୁଲିସର ପରିଚୟ ଦେଇ ବୃନ୍ଦାବନ ପାଢୀ ଏବଂ ତାଙ୍କ ସହିତ ମହିଳାଙ୍କର ଫଟୋ ଏବଂ ଭିଡିଓ ସୁଟ କରିବା ସହ ସେମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାସହ ମାରପିଟ ମଧ୍ୟ କରିଥିଲେ । ଏଥିସହ ଅଭିଯୁକ୍ତମାନେ ଶ୍ରୀ ପାଢୀଙ୍କୁ ୧ ଲକ୍ଷ ଟଙ୍କା ଦାବି କରିଥିଲେ । ନଚେତ୍ ସେମାନଙ୍କ ଫଟୋ ଏବଂ ଭିଡିଓକୁ ଭାଇରାଲ କରିବା ପାଇଁ ଧମକ ଚମକ ଦେଇଥିଲେ । ଘଟଣାସ୍ଥଳରେ ଅଭିଯୁକ୍ତଙ୍କୁ ୫୦ ହଜାର ଟଙ୍କା ଦେବାସହ ପରେ ୫୦ ହଜାର ଟଙ୍କା ଦେବା ପାଇଁ ଶ୍ରୀ ପାଢୀ ସହମତି ପ୍ରକାଶ କରିଥିଲେ ।
ଘଟଣା ସମ୍ପର୍କରେ ଶ୍ରୀ ପାଢୀ ବିଷମକଟକ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏ ନେଇ ବିଷମକଟକ ଥାନାରେ ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଥିଲା । ବିଷମକଟକ ଥାନା ଅଧିକାରୀ ଯୋଶବନ୍ତ ହିଆଲ, ଚାନ୍ଦିଲି ଥାନା ଅଧିକାରୀ ଅଜିତ କୁମାର ସ୍ୱାଇଁଙ୍କ ନେତ୍ୱତ୍ୱରେ ଟିମ୍ ଗଠନ ହୋଇଥିଲା । ତେବେ ଗୌରୀ ହିଆଲଙ୍କୁ ଗିରଫ କରାଯାଇଥିଲା । ଏଥିସହ ଜଣେ ନାବାଳକୁ ମଧ୍ୟ ଅଟକ ରଖାଯାଇ ସୁଧାର ଗୃହକୁ ପଠାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ହୋଣ୍ଡା ଗ୍ଲାମର ମୋଟର ସାଇକେଲ, ଗୋଟିଏ ୟମା ଏଫଜେଡ ଏସ ମୋଟରସାଇକଲ ଏବଂ ୩ଟି ମୋବାଇଲ ଫୋନ୍ ଜବତ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking