28.1 C
Bhubaneswar
Saturday, April 27, 2024
Homeଲାଇଫ୍ ଷ୍ଟାଇଲ୍ଏହି ସବୁ ରୋଗ ଦୂର କରେ ଅମୃତ ଭଣ୍ଡା

ଏହି ସବୁ ରୋଗ ଦୂର କରେ ଅମୃତ ଭଣ୍ଡା

ଭୁବନେଶ୍ୱର : ଫଳ ଓ ପନିପରିବା ମଧ୍ୟରେ ଅମୃତ ଭଣ୍ଡା ହୋଉଛି ଅନ୍ୟତମ । ଅନେକ ଲୋକେ ଏହାକୁ ପସନ୍ଦ କରୁଥିବା ବେଳେ ଅନେକ ନାପସନ୍ଦ ବି କରନ୍ତି । ତେବେ କେହି କେହି ପାଚିଲା ଅମୃତଭଣ୍ଡା ଖାଇବାକୁ ପସନ୍ଦ କରନ୍ତି । ଆଉ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଆମେ ରାତିରେ ରୁଟି ସହ ଭଣ୍ଡା ସନ୍ତୁଳା ମଧ୍ୟ ଖାଇପାରିବା । କଂଚା ହେଉ କିମ୍ବା ପାଚିଲା ସେଥିରେ ମିନେରାଲ୍ସ, ଭିଟାମିନ, ପ୍ରୋଟିନ ଭରପୁର ମାତ୍ରାରେ ରହିଥାଏ । କଂଚା ଅମୃତଭଣ୍ଡାରେ ଭିଟାମିନ ଏ, ସି, ବି, ଇ, ପୋଟାସିୟମ, ମ୍ୟାଗ୍ନେସିୟମ ପ୍ରଚୁର ମାତ୍ରାରେ ରହିଥାଏ । ସମସ୍ତ ରୋଗ ପାଇଁ ମଧ୍ୟ ଭଣ୍ଡା ବେଶ ଉପକାରୀ ସାବ୍ୟସ୍ତ ହୋଇଥାଏ । ତାହେଲେ ଆସନ୍ତୁ ଜାଣିବା ଅମୃତଭଣ୍ଡାର ଉପକାରିତା ବିଷୟରେ ।

କଞ୍ଚା ଅମୃତଭଣ୍ଡା ଜୁସ୍‍ ପିଇଲେ ଶରୀରରେ ଇନ୍‍ସୁଲିନର ମାତ୍ରା ନିୟନ୍ତ୍ରଣ ରହିଥାଏ। ଇମ୍ୟୁନିଟି ବଢାଇବା ପାଇଁ ଅମୃତଭଣ୍ଡା ଖାଇବା ବହୁତ୍ ଉପକାରୀ ବୋଲି କୁହାଯାଏ । ଶରୀର ପାଇଁ ଆବଶ୍ୟକ ଭିଟାମିନ୍ ସି ଓ କେତେକ ଜରୁରୀ ପୋଷକ ତତ୍ୱର ଅଭାବକୁ ପୁରା କରିବାରେ ଏହା ସାହାଯ୍ୟ କରି ପାରିବ । କଞ୍ଚା ଅମୃତଭଣ୍ଡା ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଯାହା ଥଣ୍ଡା ଓ ସର୍ଦ୍ଦି ଆଦି ରୋଗ ଦୂର ହୋଇଥାଏ।
ଅମୃତଭଣ୍ଡାରେ ଭିଟାମିନ୍ ‘ସି’ ଓ ‘ଏ’ ମିଳିଥାଏ । ଭିଟାମିନ୍ ‘ଏ’ ଆଖିର ଦୃଷ୍ଟିଶକ୍ତି ବଢାଇବାରେ ସାହାଯ୍ୟ କରେ । ଭିଟାମିନ୍ ‘ସି ‘ର ଅଭାବ ଥିଲେ ଆଖିରେ ଅନେକ ସମସ୍ୟା ଦେଖା ଦେଇଥାଏ ।
ଅମୃତଭଣ୍ଡା ଖାଇବା ନାରୀ ମାନଙ୍କ ପାଇଁ ବହୁତ୍ ଉପକାରୀ । ଯେଉଁମାନଙ୍କର ମାସିକ ରୁତୁସ୍ରାବ ସମୟରେ କଷ୍ଟ ଅବୁଭବ ହେଉଥାଏ , ସେମାନଙ୍କ କ୍ଷେତ୍ରରେ ଅମୃତଭଣ୍ଡା ଖାଇବା ବେଶ ଲାଭଦାୟକ ହୋଇଥାଏ । ମହିଳାମାନେ ପ୍ରତିଦିନ କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ମାସିକ ଋତୁସ୍ରାବ ସମୟରେ କଷ୍ଟ କମ୍‍ ହୋଇଥାଏ ।

ଅମୃତଭଣ୍ଡାରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ, କ୍ୟାରୋଟିନ୍‌, ଭିଟାମିନ ସି ଏବଂ ଫ୍ଲାଭନଏଡ୍ ରହିଛି । ଏହା ବ୍ୟତୀତ ଏଥିରେ ଭିଟାମିନ ବି, ଫୋଲେଟ୍‌, ପାନାଟୋଥେନିକ ଏସିଡ ଏବଂ ମିନେରାଲ୍ସ ମଧ୍ୟ ଭରି ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ ।
ଅମୃତଭଣ୍ଡାରେ ଅଛି ଉପକାରୀ ପୋଟାସିୟମ, ମ୍ୟାଗ୍ନେସିୟମ ଏବଂ ଫାଇବର୍ ।
ଏଥିରେ ଥିବା ଭିଟାମିନ ଏବଂ ପାପେଇନ୍ ତ୍ୱଚାରୁ ମୃତ କୋଷ ବାହାର କରି ତ୍ୱଚାକୁ ସଜୀବ ରଖିବାରେ ସାହାଯ୍ୟ କରେ ।
ନିୟମିତ ଅମୃତଭଣ୍ଡା ଖାଇବା ଦ୍ୱାରା ହାଇପରଟେନସନ୍‌ରୁ ମୁକ୍ତି ମିଳିଥାଏ ।
ଦୃଷ୍ଟିଶକ୍ତି ତୀକ୍ଷ୍‌ଣ ରଖିବାରେ ସହାୟକ ହୋଇଥାଏ ଅମୃତଭଣ୍ଡା ।
ନିୟମିତ ଅମୃତଭଣ୍ଡା ଖାଇବା ଦ୍ୱାରା ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।
ଥଣ୍ଡା, ଫ୍ଲୁ ଏବଂ କାନର ସମସ୍ୟା ପ୍ରତିରୋଧ କରିବାରେ ମଧ୍ୟ ଅମୃତଭଣ୍ଡା ସହାୟକ ହୋଇଥାଏ ।
ହୃତପିଣ୍ଡକୁ ସୁସ୍ଥ ରଖିବାରେ ଅମୃତଭଣ୍ଡା ଅତ୍ୟନ୍ତ ଲାଭଦାୟକ । ନିୟମିତ ଅମୃତଭଣ୍ଡା ଖାଇବା ଦ୍ୱାରା ହୃଦଘାତକୁ ପ୍ରତିରୋଧ କରିହେବ ବୋଲି ଚିକିତ୍ସାବିଜ୍ଞାନୀ ମାନେ ମତ ଦିଅନ୍ତି ।
କୋଲେଷ୍ଟ୍ରାଲ୍‌କୁ ନିୟନ୍ତ୍ରଣରେ ରଖିଥାଏ ଅମୃତଭଣ୍ଡା ।
କୋଷ୍ଠକାଠିନ୍ୟ ଭୋଗୁଥିବା ଲୋକମାନଙ୍କ ପାଇଁ ଅମୃତଭଣ୍ଡା ନିହାତି ଉପକାରୀ । ଏଥିରେ ଥିବା ଫାଇବର୍ କୋଷ୍ଠକାଠିନ୍ୟ ପ୍ରତିରୋଧ କରିବାରେ ଔଷଧ ଭଳି କାମ ଦେଇଥାଏ ।
କର୍କଟ ଓ ମଧୁମେହ ଭଳି ରୋଗକୁ ପ୍ରତିରୋଧ କଲା ଭଳି ଉପାଦାନ ମହଜୁଦ ରହିଛି ଅମୃତଭଣ୍ଡାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking