28.1 C
Bhubaneswar
Saturday, April 27, 2024
Homeଖାଦ୍ୟକ୍ଷୀର ଅପେକ୍ଷା ବିୟର ପିଇବା ଅଧିକ ଲାଭଦାୟକ

କ୍ଷୀର ଅପେକ୍ଷା ବିୟର ପିଇବା ଅଧିକ ଲାଭଦାୟକ

ନୂଆଦିଲ୍ଲୀ: କ୍ଷୀର ଅପେକ୍ଷା ବିୟର ପିଇବା ଅଧିକ ଲାଭଦାୟକ | ଏହା ଶରୀର ପକ୍ଷେ ହିତକର ହୋଇନଥିବା ସମସ୍ତେ ଜାଣିଛନ୍ତି | ସେଥିପାଇଁ ଛୋଟପିଲା କ୍ଷୀର ପିଇବା ଉପରେ ଅଭିଭାବକ ଗୁରୁତ୍ୱ ଦେଇଥାନ୍ତି | କିନ୍ତୁ ଏବେ ପେଟା( ପିପୁଲ ଫର ଏଥିକାଲ ଟ୍ରିଟମେଣ୍ଟ ଅଫ ଆନିମଲ) ଏକ ଅଜବ ତଥ୍ୟ ଉପସ୍ଥାପନ କରିଛି | ଏହି ସଂସ୍ଥା ପକ୍ଷରୁ କୁହାଯାଇଛି ଯେ କ୍ଷୀର ପିଇବା ଅପେକ୍ଷା ବିୟର ପିଇବା ସ୍ୱାସ୍ଥ୍ୟ ପକ୍ଷେ ଅଧିକ ହିତକର ସାବ୍ୟସ୍ତ ହୋଇଥାଏ | ପେଟା ପକ୍ଷରୁ କୁହାଯାଇଛି ଯେ ବିୟର ପିଇବା ଦ୍ୱାରା ହାଡ ଶକ୍ତ ହେବା ସହ ଆୟୁ ବଢିଥାଏ |
ପେଟା ପକ୍ଷରୁ ଲୋକଙ୍କୁ କ୍ଷୀର ନ ପିଇବାକୁ ପରାମର୍ଶ ଦିଆଯାଇଛି | କେବଳ ଏତିକି ନୁହେଁ ପେଟ ପକ୍ଷରୁ କ୍ଷୀର ପିଇବା ଦ୍ୱାରା କଣ ସବୁ ରୋଗ ହୋଇଥାଏ ସେ ବାବଦରେ ମଧ୍ୟ କୁହାଯାଇଛି | କ୍ଷୀର ପିଇବା ଦ୍ୱାରା ମେଦ ବହୁଳତା, ଡାଇବେଟିସ ଓ କ୍ୟାନ୍ସର ହୋଇଥାଏ ବୋଲି ପେଟା ପକ୍ଷରୁ କୁହାଯାଇଛି | ପେଟା ଏହି ତଥ୍ୟ ହାଭାର୍ଡ ସ୍କୁଲ ଅଫ ପବ୍ଲିକ ହେଲ୍ଥର ଏକ ରିପୋର୍ଟ ଅନୁସାରେ ପ୍ରକାଶ କରିଛି | ତେବେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ପେଟାକୁ କିଛି ଲୋକ ପ୍ରଶଂସା କରିଥିବାବେଳେ କିଛି ଲୋକ ସମାଲୋଚନା କରିଛନ୍ତି | ପେଟା ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ ବିୟର ପ୍ରସ୍ତୁତି ପାଇଁ ଗହମ, ମକା ଓ ଚାଉଳର ବ୍ୟବହାର ହୋଇଥାଏ |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking