32.1 C
Bhubaneswar
Friday, April 26, 2024
Homeଅପରାଧନାବାଳକଙ୍କୁ ପିଟି ପିଟି ହତ୍ୟା: ୪ କୋର୍ଟ ଚାଲାଣ

ନାବାଳକଙ୍କୁ ପିଟି ପିଟି ହତ୍ୟା: ୪ କୋର୍ଟ ଚାଲାଣ

ବଡ଼ବିଲ : କେନ୍ଦୁଝର ଜିଲା ବଲାଣି ଥାନା ଅନ୍ତର୍ଗତର୍ଗ ବାଲାଗୋଡ଼ାସ୍ଥିତ ମୁଣ୍ଡା ସାହିରେ ଜଣେ ନାବାଳକଙ୍କୁ ପିଟିପିଟି ହତ୍ୟା ଘଟଣାରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।  ଗିରଫ ଅଭିଯୁକ୍ତମାନେ ହେଲେ ବାଲାଗୋଡ଼ା ମୁଣ୍ଡା ସାହି ଅଞ୍ଚଳରେ ରହୁଥିବା ବନମାଳୀ ମହାକୁଡ଼, ବୁତୁରୁ ପୂର୍ତ୍ତି, ନାକୁମହାକୁଡ଼ ଏବଂ ଗୁରୁଗୁରୁଚରଣ ମୁଣ୍ଡା  । ସୂଚନା ନୁଯାୟୀ, ଡବ୍ଲ୍ୟୁ ହଟିଂ ଅଞ୍ଚଳରେ ରହୁଥିବା ୧୭ ବର୍ଷୀୟ ନାବାଳକ ଗତ ଗୁରୁବାର ରାତିରୁ ନିଖୋଜ ହୋଇଯାଇଥିବାବେଳେ ଶୁକ୍ରବାର ଅପରାହ୍ନରେ ମୃତ ଦେହ କୁବାଲାଗୋଡ଼ା ମୁଣ୍ଡା ସାହିର ଏକ ଗାତରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ମୃତକଙ୍କ ପରିବାର ପକ୍ଷରୁ ପିଟିପିଟି ହତ୍ୟା କରିଥିବା  ଅଭିଯୋଗ ହୋଇଥିଲା। ତେବେ ପୋଲିସ ଆଜି ୪ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking