28.1 C
Bhubaneswar
Friday, April 26, 2024
Homeଅପରାଧତୁଚ୍ଛ ହେଲା ସଂପର୍କ: ପୁଅର ଚାପୁଡ଼ା ମାଡ଼ରେ ଚାଲିଗଲା ମା’ର ଜୀବନ

ତୁଚ୍ଛ ହେଲା ସଂପର୍କ: ପୁଅର ଚାପୁଡ଼ା ମାଡ଼ରେ ଚାଲିଗଲା ମା’ର ଜୀବନ

ଭୁବନେଶ୍ୱର : ଆଜିର ସମୟରେ ଏଭଳି ଅନେକ ଖବର ସାମ୍ନାକୁ ଆସୁଛି । ଯେଉଁଠାରେ ନିଜ ରକ୍ତର ସଂପର୍କ ମଧ୍ୟରେ ଫାଟ ଦେଖିବାକୁ ମିଳୁଛି । କେତେବେଳେ ପରିବାର ଲୋକଙ୍କୁ ପର କରୁଛନ୍ତି ନିଜ ପିଲାମାନେ, ତ’ ପୁଣି କେତେବେଳେ ଭାଇ ଭାଇ ମଧ୍ୟରେ ଦେଖିବାକୁ ମିଳୁଛି ବିବାଦ, ଅନେକ ସମୟରେ ତ’ ହଣାକଟା ଉପରକୁ କଥାଯାଉଛି ।

ଏବେ ଏଭଳି ଏକ ଘଟଣା ପୁଣି ଥରେ ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ପୁଅହିଁ ନିଜ ମା’କୁ ହତ୍ୟା କରିଛି । ତାହା ପୁଣି ସାମାନ୍ୟ ବଚସାକୁ ନେଇ । ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗୁଡ଼ ବୀରମିତ୍ରପୁର ଗୁଆଲା ବସ୍ତିରେ । ଯେଉଁଠାରେ ଜଣେ ଯୁବକ ସାମାନ୍ୟ ବଚସାକୁ ନେଇ ନିଜ ମା’ କୁ ଚାପୁଡ଼ା ମାରିଥିଲେ । ଆଉ ଚାପୁଡ଼ା ମାଡ଼ରେ ମା’ଙ୍କର ମୃତ୍ୟୁ ହୋଇଛି । ସେପଟେ ଘଟଣା ସଂପର୍କରେ ଖବର ପାଇ ପୋଲିସ ଅଭିଯୁକ୍ତକୁ ଅଟକ ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking